ଟ୍ରେନଯାତ୍ରୀଙ୍କ ପାଇଁ ବଡ ଖବର ! ଟିକେଟ କରି ନଥିଲେ ବି ଏମିତି କରି ପାରିବେ ଟ୍ରେନ ଯାତ୍ରା ? ଜାଣନ୍ତୁ ନିୟମ ଓ ସର୍ତ୍ତାବଳୀ !

ଟ୍ରେନଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ ଖବର । ଏଣିକି ଟିକେଟ ନକାଟି ଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ ସାଧାରଣ ଲୋକ । ଯଦି ଆପଣ ଟ୍ରେନରେ ଯିବା ପାଇଁ ସିଟ୍ ରିସର୍ଭ କରି ନାହାନ୍ତି କିମ୍ବା ଟିକେଟ କାଟି ନାହାନ୍ତି ତେବେ ବିଲକୁଲ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ଏବେ ବିନା କୌଣସି ଅସୁବିଧାରେ ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ । ଏଥିପାଇଁ ଏବେ ଏକ ନୂଆ ନିୟମ ଆଣିଛି ଭାରତୀୟ ରେଳବିଭାଗ ।

ଆପଣଙ୍କ ପାଖେ କୌଣସି ରିସର୍ଭ ଟିକେଟ ନଥିଲେ ବି କେବଳ ପ୍ଲାଟଫର୍ମ ଟିକେଟକୁ ନେଇ ଆପଣ ରେଳଯାତ୍ରା କରିପାରିବେ । ତେବେ ଏଥିପାଇଁ ଟ୍ରେନରେ ଚଢିବା ପାରେ ଆପଣଙ୍କୁ ତୁରନ୍ତ ଟିଟିଆଇ ଙ୍କ ସହ ସମ୍ପର୍କ କରିବାକୁ ପଡିବ । ତାଙ୍କୁ ସମ୍ପର୍କ କରି ଆପଣ ନିଜର ଗନ୍ତବ୍ୟ ସ୍ଥଳ ବିଷୟରେ କହିପାରିବେ । ଏହାପରେ ଟିଟିଆଇ ଆପଣଙ୍କ ପାଇଁ ଟ୍ରେନ ଟିକେଟ କରାଇ ଦେବେ । ଅନେକ ସମୟରେ ଅନେକ ଲୋକ ଟିକେଟ କରି ନପାରି ଟ୍ରେନ ଯାତ୍ରାରେ ଅସୁବିଧା ଭୋଗ କରିଥାନ୍ତି ।

ଏବେ କିନ୍ତୁ ଆଉ ସେପରି ଅସୁବିଧା ଭୋଗିବାକୁ ପଡିବନି । ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନରେ ଚଢିବା ପରେ ଟିଟିଆଇଙ୍କ ସାହାଯ୍ୟରେ ଟ୍ରେନରେ ଟିକେଟ କରିପାରିବେ ।ତା’ ସହିତ ଟ୍ରେନରେ ସିଟ୍ ଖାଲି ଥିଲେ ଟିଟିଆଇ ଯାତ୍ରୀଙ୍କୁ ସିଟ୍ ମଧ୍ୟ ଯୋଗାଇ ଦେବେ । ଯଦି ବି ଟ୍ରେନରେ ସିଟ୍ ଖାଲି ନଥିବ ତେବେ ମଧ୍ୟ ଆପଣ ସେହି ଟ୍ରେନରେ ଯାତ୍ରା କରିପାରିବେ ।

ତେବେ ଏହି ସୁବିଧା ପାଇଁ ଆପଣଙ୍କୁ ଟିକେଟ ବାଦ୍ ପେନାଲଟି ବାବଦକୁ ୨୫୦/- ଟଙ୍କା ଦେବାକୁ ପଡିବ । କରୋନା ସମୟରେ ସଂକ୍ରମଣକୁ ଦେଖି ଦେଶରେ ଅନେକ ଟ୍ରେନ ସେବା ବାତିଲ ହୋଇ ଯାଇଥିଲା । ଏବେ ପୁଣି ଥରେ ଏହି ସେବା ଆରମ୍ଭ ହୋଇଛି । ଯାତ୍ରୀମାନେ ପୂର୍ବ ଭଳି ପୁଣି ଯିବା ଆସିବା କରୁଥିବା ବେଳେ ସେମାନଙ୍କୁ ସେବା ଯୋଗାଉଛି ଇଣ୍ଡିଆନ ରେଲୱେ । ଖାଲି ସେତିକି ନୁହେଁ ଏବେ ପ୍ଲାଟଫର୍ମ ଟିକେଟ୍ ଦାମ୍ ବି କମାଇ ଦିଆଯାଇଛି ।

ମହାମାରୀ ସମୟରେ ଯେଉଁ ପ୍ଲାଟଫର୍ମ ଟିକେଟକୁ ୫୦/- ଟଙ୍କା କରି ଦିଆଯାଇଥିଲା । ଏବେ ତାହା କମାଇ ଦିଆ ଯାଇଛି । ପୂର୍ବ ଭଳି ଯାତ୍ରୀମାନେ ମାତ୍ର ୧ଓ/- ଟଙ୍କା ଦେଇ ଏବେ ପ୍ଲାଟଫର୍ମରେ ପ୍ରବେଶ କରିପାରିବେ । ସେହିଭଳି ମହାମାରୀ ସମୟରେ ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ ଥିବା ବେଳେ ଏବେ ପୁଣି ଥରେ ଏହାକୁ ଆରମ୍ଭ କରାଯାଇଛି । ଯାତ୍ରୀମାନେ ଏଣିକି ଟ୍ରେନରେ ରନ୍ଧା ଖାଦ୍ଯ ମଧ୍ୟ ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।