କୋର୍ଟଙ୍କ ଆଦେଶ ବି ଶୁଣିଲେନି ଡିମ୍ପଲ ! ନ୍ୟାୟ ନ ପାଇ ଲୁହଭରା ଆଖିରେ ରାଗ ତମତମ ହୋଇ ଚାଲିଗଲେ ସ୍ଵାମୀ ସୁମିତଙ୍କ ଘର ସାମନାକୁ, ଦେଖନ୍ତୁ video

ଦୀର୍ଘ ୫ଦିନ ହେବ ଶ୍ଵଶୁର ଘର ସାମନାରେ ବସି ରହିବା ପାରେ ଗତକାଲି ଏସଡ଼ିଜେଏମ କୋର୍ଟରେ ଡିମ୍ପଲ ଓ ସୁମିତଙ୍କ ଶୁଣାଣି ଥିଲା । ଏସଡ଼ିଜେଏମ କୋର୍ଟରେ ତାଙ୍କୁ ସଖୀ ସେଣ୍ଟରରେ ରହିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ କୋର୍ଟଙ୍କ ଆଦେଶ ନମାନି ଡିମ୍ପଲ ପୁଣି ଥରେ ଆସି ବସିଛନ୍ତି ତାଙ୍କ ସ୍ଵାମୀଙ୍କ ଘର ଆଗରେ । କୋର୍ଟରୁ ବାହାରିବା ପରେ ଡିମ୍ପଲ କାନ୍ଦି ପକାଇଥିଲେ ଓ ରାଗ ତମତମ ହୋଇ ରାସ୍ତାରେ ଚାଲି ଚାଲି ସିଧା ସ୍ଵାମୀ ସୁମିତ କୁମାର ସାହୁଙ୍କ ଘର ଆଗରେ ଆସି ବସିଛନ୍ତି ।

ଡିମ୍ପଲଙ୍କର ଏକା ଜିଦ୍ ଯେପର୍ଯ୍ୟନ୍ତ ସ୍ଵାମୀ ଆସି ତାଙ୍କୁ ଗ୍ରହଣ କରି ନ ନେଇଛନ୍ତି ସେପର୍ଯ୍ୟନ୍ତ ସେ ନଖାଇ ନପିଇ ସେମିତି ସୁମିତଙ୍କ ଘର ଆଗରେ ବସି ରହିବେ । ଡିମ୍ପଲ ସୁମିତଙ୍କୁ ନିଜ ସ୍ଵାମୀ ବୋଲି ଦାବି କରି ଏବଂ ବୈଦିକ ରୀତିରେ ବିବାହ କରିବେ ବୋଲି କଥା ଦେଇ ଠକି ଦେଇଥିବାରୁ ଆଜିକୁ ୬ଦିନ ହେବ ସ୍ଵାମୀଙ୍କ ଘର ଆଗରେ ବସି ଧାରଣା ଦେଇଥିଲେ ।

ପ୍ରାୟ ତିନି ଦିନ ତିନି ରାତି ଧାରଣା ଦେବାପରେ ଯାଇ ତାଙ୍କ ସ୍ଵାମୀ ଏବଂ ଶ୍ଵଶୁରଙ୍କ ପ୍ରତିକ୍ରିୟା ମିଳି ପାରିଥିଲା । ସର୍ବ ସମୁଖରେ ଡିମ୍ପଲ ତଥା ତପସ୍ଵିନୀ ଦାସଙ୍କୁ କୋର୍ଟ ବିବାହ କରିଥିବା କଥା ସୁମିତ ମଧ୍ୟ ସ୍ଵୀକାର କରିଥିଲେ । କିନ୍ତୁ ସୁମିତଙ୍କ କହିବା ଅନୁଯାୟୀ ଡିମ୍ପଲ ତାଙ୍କ ପୁରା ନାଁରେ ୪୯୮ କେସ୍ ଦେଇଥିବାରୁ ଛାଡପତ୍ର ପାଇଁ ମଧ୍ୟ ସୁମିତ କୋର୍ଟରେ ଆବେଦନ କରିଛନ୍ତି । ଏପରି ସ୍ଥିତିରେ ସେ ଡିମ୍ପଲଙ୍କୁ ଘରକୁ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

କିନ୍ତୁ ଡିମ୍ପଲଙ୍କ ଏକା ଜିଦ୍ ସେ ତାଙ୍କ ସ୍ଵାମୀଙ୍କ ସହ ରହିବେ । ଏପରିକି କୋର୍ଟ ବିବାହ ପରେ ଡିମ୍ପଲ ପ୍ରାୟ ସାତ ମାସ ଧରି ସ୍ଵାମୀଙ୍କ ଘରେ ରହି ଆସୁଥିଲେ । କିନ୍ତୁ ବୈଦିକ ରୀତିରେ ପୁଣି ଥରେ ବିବାହ କରିବେ କହି ଡିମ୍ପଲଙ୍କୁ ତାଙ୍କ ବାପଘରକୁ ପଠାଇ ଦେଇଥିଲେ । ହେଲେ ବିବାହ ପାଇଁ ଦୁଇ ଦୁଇଥର ତାରିଖ ଦେଇ ମଧ୍ୟ ସେମାନେ ଠକି ଦେଇଥିଲେ । ଏହାସହ ଡିମ୍ପଲ ତାଙ୍କ ସ୍ଵାମୀ ଓ ଶ୍ଵଶୁର ତାଙ୍କ ଗରଭପଆତ କରାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ତେବେ ଡିମ୍ପଲ ତାଙ୍କ ସ୍ଵାମୀଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି କୋର୍ଟରେ ଆଉ ଥରେ ଲିଖିତ ଭାବେ ଦେଇଥିଲେ । ତାଙ୍କ ଆବେଦନର ଶୁଣାଣି ଗତକାଲି ଥିବ ବେଳେ କୋର୍ଟକୁ ସୁମିତ ଆସି ନଥିଲେ । ଅଦାଲତ କୌଣସି ମୂଳ ରାୟ ଶୁଣାଇ ନଥିବା ବେଳେ ଆସନ୍ତା ରାୟ ପର୍ଯ୍ୟନ୍ତ ଡିମ୍ପଲଙ୍କୁ ସଖୀ ସେଣ୍ଟରରେ ରହିବାକୁ କହିଥିଲେ । କିନ୍ତୁ ନ୍ୟାୟ ନପାଇ ରାଗ ତମତମ ହୋଇ ବାହାରି ଆସିଥିଲେ ଡିମ୍ପଲ ।

ରାସ୍ତାରେ ଚାଲି ଚାଲି ଯାଇ ସିଧା ପୁଣି ପହଞ୍ଚିଥିଲେ ସୁମିତଙ୍କ ଆଗରେ ଆଉ ସେଠାରେ ତାଙ୍କ ଧାରଣା ଏବେ ମଧ୍ୟ ଜାରି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।