China ରେ ପୁଣି ଥରେ ଭୟଙ୍କର ରୂପ ନେଇ ଲେଉଟିଲା କରୋନା ଆତଙ୍କ, କରାଗଲା ସହର ସିଲ

ବହୁରୂପୀ କରୋନା ଦୁନିଆରୁ ଶେଷ ହେବା ପରିବର୍ତ୍ତେ ନୂଆ ନୂଆ ରୂପ ନେଉଆ ବ୍ୟାପିବାରେ ଲାଗିଛି । ଚୀନର ଫୁଜିଆନ ପ୍ରାନ୍ତରେ କରୋନା ଭୟଙ୍କର ରୂପ ନେଇ ଲେଉଟିଛି । ଯାହାକୁ ଦୃଷ୍ଟିରେ ରଖି ଚୀନର ଦକ୍ଷିଣ-ପୂର୍ବ ପ୍ରାନ୍ତ ଫୁଜିଆନର ଏକ ସହରରେ ସିନେମାଘର, ଜିମ ଓ ହାଇୱେ ଆଦି ବନ୍ଦ କରି ଦିଆଯାଇଛି । ସେଠାକାର ଲୋକଙ୍କୁ ସହର ଛାଡି ନ ଯିବାକୁ ପରାମର୍ଶ ଦିଆଯାଇଛି । ପୁଣି ଥରେ କରୋନା ସଂକ୍ରମଣ ବଢିବା ପରେ ଚୀନର ଏହି ସହର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ ଚୀନର ଫୁଜିଆନର ପୁତିଆନ ସହରରେ କରୋନା ସ୍ଥିତି ଗମ୍ଭୀର ଓ ଜଟିଳ ହୋଇଛି । ଆଉ ଏଠାରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣର ଆହୁରି ନୂଆ ମାମଲା ମିଳିବା ନେଇ ଆଶଙ୍କା କରାଯାଉଛି । ପୁତିଆନ ସହରର ଜନସଂଖ୍ୟା ପ୍ରାୟ ୩.୨ ମିଲିୟନ ଅଟେ । ଏଠାରେ କରୋନା ସଂକ୍ରମଣ ବିପଦ ମଧ୍ୟରେ ଚିନାର ନ୍ୟାସନାଲ ହେଲଥ ଅଥୋରିଟି ଗୋଟିଏ ଏକ୍ସପର୍ଟ ଟିମ ପଠାଇଛି । ସେଠାରେ କିଛି ସ୍କୁଲରେ ଅଫଲାଇନ ପାଠପଢା ମଧ୍ୟ ବନ୍ଦ କରି ଦିଆଯାଇଛି ।

ଚୀନର ନ୍ୟାସନାଲ ହେଲଥ କମିଶନ ମୁତାବକ ୧୦ ରୁ ୧୨ ସେପ୍ଟେମ୍ବର ମଧ୍ୟରେ ଫୁଜିଆନରେ ୪୩ଟି ନୂଆ କରୋନା ମାମଲା ସମାନଙ୍କୁ ଆସିଥିଲା । ତନ୍ମଧ୍ୟରୁ ୩୫ଟି ମାମଲା କେବଳ ପୁତିଆନ ସହରରୁ ମିଳିଥିଲା । ଏହାଛଡା ପୁତିଆନରେ ୧୦ ସେପ୍ଟେମ୍ବର ରୁ ୩୨ ଲକ୍ଷଣ ନଥିବା ମାମଲା ମଧ୍ୟ ଆସିଛି ଓ ଏହାର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । କାରୋନାର ଡେଲଟା ଭ୍ୟାରିଆଣ୍ଟ ଅନ୍ୟ ଭ୍ୟାରିଆଣ୍ଟ ତୁଳନାରେ ଅଧିକ ଭୟଙ୍କର ବୋଲି କୁହାଯାଉଛି ।

ଚୀନରେ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦାୟ ୯୫୨୪୮ କରୋନା ମାମଲା ସାମନାକୁ ଆସିଥିଲା । ସେଥିମଧ୍ୟରୁ ପ୍ରାୟ ୪୬୩୬ ଲୋକଙ୍କ ମୃତ୍ୟୁ ହୋଇଛି । ଚୀନର ଜିଆଙ୍ଗସୁରେ ଶେଷ ଥର ପାଇଁ କରୋନା ଆଉଟବ୍ରେକ ଦେଖିବାକୁ ମିଳିଥିଲା । ଯାହା ନିକଟରେ ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଛି । ଭାରତ କଥା କହିଲେ ଏଠାରେ ମଧ୍ୟ ଆଗକୁ ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି । କଣ ତୃତୀୟ ଲହର ଆସି ସାରିଲାଣି ନା ଆଗାମୀ ଦିନରେ ତୃତୀୟ ଲହରର ଆତଙ୍କ ଖେଳିବାକୁ ଯାଉଛି ?

ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଚେତାବନୀ ଜାରି କରି ଦିଆଯାଇଛି । ନୀତି ଆୟୋଗର ସଦସ୍ୟ ଡା: ବି. କେ. ପଲ୍ ଙ୍କ ମତରେ ଆଗକୁ ପାର୍ବଣ ଋତୁ ରହିଛି ଏବଂ ଧୀରେ ଧୀରେ ବଜାର, ସିନେମା ହଲ, ଜିମ ଆଦି ଖୋଲୁଥିବାରୁ ଲୋକଙ୍କ ଭିଡ ଜମୁଛି । ଅନେକ ଲୋକ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ଆଦିର ପାଳନ ମଧ୍ୟ କରୁ ନାହାନ୍ତି । ଯଦି ଏହି ସବୁ ପ୍ରତି ସମସ୍ତେ ସଚେତନ ନ ହୁଅନ୍ତି ତେବେ ତୃତୀୟ ଲହର ନିଶ୍ଚୟ ଆସିବ ।

ତେବେ ଭାରତ ବିଷୟରେ କୁହାଯାଉଛି କି, ଯଦ୍ୟପି ତୃତୀୟ ଲହର ଆସେ ତେବେ ଅନ୍ୟ ଦୁଇ କାହାର ଅପେକ୍ଷା ଏହାର ପ୍ରଭାବ କମ ରହିବ । କାରଣ ପ୍ରାୟ ଅଧା ଜନସଂଖ୍ୟାର ଟୀକାକରଣ ହୋଇସାରିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।