DIG ହେଇଥିବା ଏହି ଅଫିସର ୟୁନିଫର୍ମରେ ସଫାଇ କର୍ମଚାରୀଙ୍କ ଦ୍ଵାରା ଲଗେଇଲେ ଷ୍ଟାର, ହେଉଛି ପ୍ରଶଂସା

ଯେଉଁ ମଣିଷ ଆପଣଙ୍କୁ ସମ୍ମାନ ଦେଇଥାଏ, ଆପଣ ତାକୁ ଜୀବନ ସାରା ମନେ ରଖିଥାନ୍ତି । ଏହା ଛଡା ତାର ଏକ ଅଲଗା ପ୍ରାଧାନ୍ୟ ରହିଥାଏ ଆପଣଙ୍କ ଜୀବନରେ । ବର୍ତ୍ତମାନ ଏକ ଖବର ବହୁତ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଖବର ହେଉଛି ରାଜସ୍ଥାନ ଜୟପୁରର । ଏଠିକାର ଡିସିପି ରାହୁଲ ପ୍ରକାଶ ଏକ ବହୁତ ଭଲ କାର୍ଯ୍ୟ କରିଛନ୍ତି । ତାଙ୍କର ପ୍ରମୋଶନ ହେଲା ଓ ସେ ଡିଆଇଜି ହୋଇଗଲେ । ସେ ଦୁଇଜଣ ସଫାଇ କର୍ମଚାରୀଙ୍କ ହାତରୁ ନିଜର ବର୍ଦିରେ ପଦୋନ୍ନତି ର ଷ୍ଟାର ଲଗାଇଲେ ।


ରାହୁଲ ପ୍ରକାଶ ସଫାଇ କର୍ମଚାରୀଙ୍କ ଠାରୁ ଏହି ସମ୍ମାନ ପାଇ ଗର୍ବ ଅନୁଭବ କରିଥିଲେ । ସେ କହିଥିଲେ, ‘ମୁ ଆପଣଙ୍କ ଦ୍ଵାରା ସମ୍ମାନିତ ହୋଇ ଗର୍ବ ଅନୁଭବ କରୁଛି’ । ରାହୁଲଙ୍କର ଏହି ସମ୍ମାନର ଚର୍ଚ୍ଚା ବହୁତ ହୋଇଥିଲା ।


ଏକ ଉଚ୍ଚ ପଦକୁ ଯାଇ ମଧ୍ୟ ସେ ସଫାଇ କର୍ମଚାରୀଙ୍କ ହାତରୁ ସମ୍ମାନିତ ହୋଇଥିଲେ । ଏହା ତାଙ୍କ ପାଇଁ ଏକ ଗର୍ବର କଥା । ରାହୁଲ ପ୍ରକାଶ ଏହି ନିର୍ଣ୍ଣୟ ଏଥିପାଇଁ ନେଇଥିଲେ, କାରଣ ସେ ଚାହୁଁଥିଲେ ଲୋକମାନଙ୍କ ପାଖରେ ଓ ଖାସକରି ପୋଲିସ କର୍ମଚାରୀଙ୍କ ପାଖରେ ସମାନତାର ସନ୍ଦେଶ ପହଞ୍ଚୁ । କେହି କାହାକୁ ଛୋଟ ବଡ ନ ଭାବନ୍ତୁ,ଏଠି ସମସ୍ତେ ସମାନ । ଆଜି ପର୍ଯ୍ୟନ୍ତ ବୋଧେ କେହି ଆଇପିଏସ ଅଫିସର ଏହା କରି ନଥିବ । ତାଙ୍କର ଏହି କଥା ବହୁତ ଚର୍ଚ୍ଚାର ବିଷୟ ପାଲଟିବା ସହ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।