ମଙ୍ଗଳବାର କି ଶନିବାର ଦିନ ବଜରଙ୍ଗବଲିଙ୍କୁ ଅର୍ପଣ କରନ୍ତୁ ଏହି ଖାସ ଜିନିଷ, ହନୁମାନ କରିବେ ଆପଣଙ୍କ କଲ୍ୟାଣ

ମହାବଳୀ ହନୁମାନଙ୍କର ଶକ୍ତି ବିଷୟରେ ସମସ୍ତେ ଜାଣିଛନ୍ତି । ଯଦି ତାଙ୍କର କୃପା କୌଣସି ବ୍ୟକ୍ତି ଉପରେ ଥାଏ ତେବେ ସେହି ବ୍ୟକ୍ତିର ସବୁ ସମସ୍ୟା ଦୂର ହୋଇ ଯାଇଥାଏ । ଏହା ଛଡା ଭୁତ – ପ୍ରେତ ବାଧା ବି ଦୂର ହୋଇଯାଏ । ଯେଉଁ ବ୍ୟକ୍ତି ସଙ୍କଟ ମୋଚନଙ୍କର ଚରଣକୁ ଯାଇଥାଏ ତାହାର ରକ୍ଷା ହନୁମାନ ନିଶ୍ଚିତ କରିଥାନ୍ତି । ଯଦି ଆପଣ ହନୁମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମଙ୍ଗଳବାର ଓ ଶନିବାର ଦିନ ବହୁତ ହିଁ ଖାସ ବୋଲି କୁହାଯାଇଛି । ଯଦି ଆପଣ ମଙ୍ଗଳବାର କିମ୍ବା ଶନିବାର ଦିନ ଏହି ଉପାୟକୁ କରୁଛନ୍ତି ତେବେ ଏହା ଦ୍ଵାରା ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତ କରି ପାରିବେ ।

ଆସନ୍ତୁ ଜାଣିବା ମଙ୍ଗଳବାର କିମ୍ବା ଶନିବାର ଦିନ କେଉଁ ସବୁ ଉପାୟକୁ କରିବେ

ସବୁ ବଜରଙ୍ଗବଲି ଭକ୍ତମାନଙ୍କୁ ମଙ୍ଗଳବାର ଓ ଶନିବାର ଦିନ ଏକ କାର୍ଯ୍ୟ ଅବଶ୍ୟ କରିବା ଉଚିତ । କହିବାକୁ ଗଲେ ମହାବଳୀ ହନୁମାନଙ୍କୁ ସିନ୍ଦୁର ଅତି ପ୍ରିୟ ଅଟେ । ଯେଉଁ ଭକ୍ତ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିଥାଏ ତେବେ ତାହା ଉପରେ ସବୁବେଳେ ହନୁମାନଙ୍କର ଆଶୀର୍ବାଦ ରହିଥାଏ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ସିନ୍ଦୁରର ବ୍ୟବହାର ଦାମ୍ପତ୍ୟ ଜୀବନରେ ବହୁତ ମହତ୍ଵ ରଖିଥାଏ ।

ମହାବାଳୀ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବା ପଛରେ ଏକ ବହୁତ ହିଁ ପ୍ରଚଳିତ କଥା ଅଛି । ଥରେ ମାତା ସୀତା ନିଜ ମୁଣ୍ଡରେ ସିନ୍ଦୁର ଲଗାଉଥିଲେ । ସେତେବେଳେ ମହାବଳୀ ହନୁମାନ ତାଙ୍କୁ ଏହି ପ୍ରଶ୍ନ କରିଲେ କି ଆପଣ ମୁଣ୍ଡରେ ସିନ୍ଦୁର କାହିଁକି ଲଗାଉଛନ୍ତି । ତେବେ ମାତା ସୀତା କହିଲେ କି ପ୍ରଭୁ ଶ୍ରୀ ରାମ ଏହା ଦ୍ଵାରା ବହୁତ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ମୁଁ ନିଜ ମୁଣ୍ଡରେ ସିନ୍ଦୁର ଲଗାଇଥାଏ ।

ଏତିକି ଶୁଣିବା ପରେ ବଜରଙ୍ଗବଲି ନିଜର ପୁରା ଶରୀରରେ ସିନ୍ଦୁର ଲଗାଇ ଥିଲେ । ସେହି ସମୟରୁ ହନୁମାନଙ୍କୁ ସିନ୍ଦୁର ବହୁତ ପ୍ରିୟ ଅଟେ ଓ ସେଥିପାଇଁ ସିନ୍ଦୁର ଅର୍ପଣ କରିଥିବା ବ୍ୟକ୍ତି ଉପରେ ହନୁମାନ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ।

ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବା ଦ୍ଵାରା ଦୂର ହୋଇଯାଏ ସବୁ ସଙ୍କଟ

ଯଦି ଆପଣ ମହାବଳୀ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଜୀବନରୁ ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ନିଜ ଜୀବନରେ ସମସ୍ୟା ମଧ୍ୟରେ ଘେରି ରହିଛନ୍ତି ତେବେ ଆପଣ ମଙ୍ଗଳବାର ଓ ଶନିବାର ଦିନ ସ୍ନାନ କରିବା ପରେ ନୂତନ କପଡା ଧାରଣ କରି ହନୁମାନ ମନ୍ଦିର କିମ୍ବା ଘରେ ଥିବା ବଜରଙ୍ଗବଲି ମୂର୍ତ୍ତି କିମ୍ବା ଫଟୋରେ ସିନ୍ଦୁର ଅର୍ପଣ କରନ୍ତୁ ।

କିନ୍ତୁ ସର୍ବ ପ୍ରଥମେ ଆପଣଙ୍କୁ ତାଙ୍କର ପ୍ରତିମାକୁ ଗଙ୍ଗାଜଳ ଦ୍ଵାରା ସ୍ନାନ କରାଇବାକୁ ଭୁଲନ୍ତୁ ନାହିଁ । ଏହା ପରେ ହିଁ ଆପଣ ସିନ୍ଦୁର ଅର୍ପଣ କରିବେ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।