କପଲ କରୁଥିଲେ ଘର ସଫା, ଆବର୍ଜନା ସହିତ ଫିଙ୍ଗି ଦେଲେ ୧୪ ଲକ୍ଷ ଟଙ୍କା କ୍ୟାଶ

ଏହି ବ୍ୟକ୍ତି ଦେଖେଇଲେ ସଚ୍ଚୋଟପଣିଆ । ସଫା ସୁତୁରା କରିବା ବହୁତ ଜରୁରୀ ଅଟେ । ହେଲେ ଏହା ଠାରୁ ଅଧିକ ଜରୁରୀ ହେଉଛି କେଉଁ ଜିନିଷ କେଉଁ ସ୍ଥାନରେ ରଖିବା ଆବଶ୍ୟକ । କିଛି ଦିନ ପୂର୍ବରୁ ଗୋଟିଏ କପଲ ନିଜର ଜ୍ଵେଲେରୀ ବାକ୍ସକୁ ଆବର୍ଜନାରେ ଫିଙ୍ଗି ଦେଇଥିଲେ, ଯେଉଁଥିରେ ତାଙ୍କର ବିବାହ ଓ ନିର୍ବନ୍ଧର ହୀରା ମୁଦି ଥିଲା । ହେଲେ ପରେ ସେହି ବାକ୍ସଟି ତାଙ୍କୁ ମିଳିଯାଇଥିଲା । କିନ୍ତୁ ଏହାକୁ ଖୋଜିବା ପାଇଁ ସେମାନେ ଆବର୍ଜନାରେ ବହୁତ ଖୋଜିବାକୁ ପଡିଥିଲା । ଆଉ ଏକ ମାମଲା ଲଣ୍ଡନର ଅଟେ ଯେଉଁଠି ଏକ କପଲ ଘର ସଫା କରିବା ପରେ ଆବର୍ଜନା ସହିତ ୧୪ ଲକ୍ଷ ଟଙ୍କା ଫିଙ୍ଗି ଦେଇଥିଲେ ।

ଡବାରେ ଥିଲା 15 ହଜାର ପାଉଣ୍ଡ

ରିପୋର୍ଟ ଅନୁସାରେ ଇଂଲଣ୍ଡର ବର୍ନହ୍ୟାମ-ଅନ-ସି ସ୍ଥାନର ଏକ କପଲ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ସଫା କରୁଥିଲେ । ଯେଉଁଠି କିଛି ପୁରୁଣା ଡବା ଥିଲା । କପଲ ସେହି ଡବା ଗୁଡିକୁ ଏକ ରିସାଇକେଲିଙ୍ଗ ସେଣ୍ଟରରେ ଦେଇଥିଲେ । ସେଣ୍ଟରର କର୍ମଚାରିମାନେ ରିସାଇକେଲିଙ୍ଗ କରିବା ପୂର୍ବରୁ ଡବା ଗୁଡିକୁ ଚେକ କରୁଥିଲେ ଓ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଗୋଟିଏ ଡବାରେ ୧୫,୦୦୦ ପାଉଣ୍ଡ ତଥା ୧୪ ଲକ୍ଷ ଟଙ୍କା ଥିଲା ।

କର୍ମଚାରୀ ଦେଖାଇଲେ ସଚ୍ଚୋଟପଣିଆ

ସେଣ୍ଟରର କର୍ମଚାରୀ ସଚ୍ଚୋଟ ହୋଇ ସୋମରସେଟ ପୋଲିସକୁ ଏହାର ସୂଚନା ଦେଇଥିଲେ । ପୋଲିସ ସେଣ୍ଟରର ସିସି ଟିଭି ଫୁଟେଜ ଦ୍ଵାରା କପଲଙ୍କର କାର ନମ୍ବର ଖୋଜି ତାଙ୍କ ଘରେ ପହଞ୍ଚିଥିଲେ । ପଚରା ଉଚରା କରିବାରୁ ସେହି କପଲ କହିଲେ କି ସେହି ଟଙ୍କା ତାଙ୍କର ସମ୍ପର୍କୀୟଙ୍କର ଥିଲା, ଯାହାଙ୍କୁ ଡବାରେ ପଇସା ରଖିବାର ଅଭ୍ୟାସ ଥିଲା । କପଲଙ୍କର କଥା ଶୁଣି ସନ୍ତୁଷ୍ଟ ହେବା ପରେ ପୋଲିସ ତାଙ୍କୁ ସବୁ ଟଙ୍କା ଫେରାଇ ଦେଇଥିଲେ ।

https://www.facebook.com/avonandsomersetpolice/posts/10157812457084812

କପଲଙ୍କୁ ଟଙ୍କା ଫେରାଇବା ପରେ ପୋଲିସ ରିସାଇକେଲିଙ୍ଗ ସେଣ୍ଟରରେ ଥିବା କର୍ମଚାରିର ପ୍ରଶଂସା କରିଥିଲେ । ଏହାର ସୂଚନା ପୋଲିସ ନିଜର ଫେସବୁକରେ ପୋଷ୍ଟ ଜରିଆରେ ଦେଇଥିଲେ । କର୍ମଚାରୀର ସଚ୍ଚୋଟ ପଣିଆ ବିନା ସେହି ଟଙ୍କା ମିଳିବା ଅସମ୍ଭବ ଥିଲା ।