ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପିତା ଖୋଲିଦେଲେ ସବୁ ଗୁମର, କହିଲେ ଏମାନେ ମୋ ପୁଅକୁ ମାରି ଫିଙ୍ଗି ଦେଇଛନ୍ତି

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମାମଲାକୁ ନେଇ ଆଦିତ୍ୟଙ୍କ ପିତାଙ୍କ କିଛି ବୟାନ ବର୍ତ୍ତମାନ ମିଡିଆ ସାମ୍ନାକୁ ଆସିଛି । କହିବାକୁ ଗଲେ ଆଦିତ୍ୟ ଦାସଙ୍କ ପିତା ପୁଅର ମୃତ୍ୟୁରେ ଭାଙ୍ଗି ଯାଇ ଥିଲେ ଓ ସେ ଏକୁଟିଆ ରହୁଥିଲେ ଏବଂ କାହା ସହିତ ଅଧିକ କଥା ବି ହେଉ ନ ଥିଲେ । ଏହା ସହିତ ମିଡିଆ ସାମ୍ନାକୁ ମଧ୍ୟ ଆସୁ ନ ଥିଲେ । କିନ୍ତୁ କିଛି ଦିନ ତଳେ ଆଦିତ୍ୟଙ୍କ ପିତା ମିଡିଆ ସାମ୍ନାକୁ ଆସି ନିଜ ବୋହୁର କଳା କାରନାମା ଓ ପୁଅର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

କହିବାକୁ ଗଲେ ଆଦିତ୍ୟଙ୍କ ମାମଲା ଧୀରେ ଧୀରେ ଅନ୍ୟ ଦିଗକୁ ଗତି କରିବାରେ ଲାଗିଛି । ଧୀରେ ଧୀରେ ମାମଲା ଗମ୍ଭୀର ହେବାକୁ ଲାଗିଛି । ଏହି କର୍ମରେ ଆଦିତ୍ୟଙ୍କ ପିତା ପୁଅର ମୃତ୍ୟୁର ଏକ ମାସ ପରେ ମିଡିଆ ସହ କଥାବାର୍ତ୍ତା ହୋଇଛନ୍ତି । ସେ କହିଲେ କି, ମୋ ପୁଅକୁ ହତ୍ୟା କରି ଟ୍ରେନ ଲାଇନରେ ଫୋପାଡି ଦେଇ ଯାଇଛନ୍ତି । ଆଦିତ୍ୟ କେବେ ବି ଆତ୍ମହତ୍ୟା କରି ପାରିବ ନାହିଁ । ସେ ଆତ୍ମହତ୍ୟାକୁ ଘୃଣା କରେ ।

ତାକୁ କିଛି ବଡ ଓ ଧନୀ ଲୋକମାନେ ଷଡଯନ୍ତ୍ର କରି ମାରି ଦେଇଛନ୍ତି । ଆଦିତ୍ୟର ପ୍ରବଳ ଶତ୍ରୁ ଥିଲେ । ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ଦ୍ଵାରା ସେ ଅଜଣାତାରେ ବଡ ବଡ ମଦ ବ୍ୟବସାୟୀଙ୍କ ସହ ଶତ୍ରୁତା କରି ବସିଥିଲା । ସେ ଆଗକୁ କହିଲେ କି ତାଙ୍କ ପୁଅ ଭଲ କାମ କରୁଥିଲା । ଏମିତିରେ ତାହାର ଶତ୍ରୁ ବଢିବା ସୁନିଶ୍ଚିତ ଥିଲା । କ୍ରାଇମ ବ୍ରାଞ୍ଚଙ୍କୁ ଆଦିତ୍ୟଙ୍କ ପିତା ଏହିଭଳି ବହୁତ କିଛି କହିଛନ୍ତି ।

ସେ ଆଗକୁ କହିଲେ କି, କ୍ରାଇମ ବ୍ରାଞ୍ଚକୁ ମୁଁ ଏହିଭଳି ବହୁତ ପ୍ରମାଣ ଦେଇଛି । ଯାହାକୁ ମୁଁ ମିଡିଆ ସାମ୍ନାରେ କହି ପାରିବି ନାହିଁ । ମୋର ଆଶା କି କ୍ରାଇମ ବ୍ରାଞ୍ଚ ନିଶ୍ଚିତ ରୂପରେ ଆମକୁ ନ୍ୟାୟ ପ୍ରଦାନ କରିବେ । ସେ ଏହା ବି କହୁଛନ୍ତି କି ହୋଇପାରେ ଆଦିତ୍ୟଙ୍କ ଉପରେ ଚାପ ସୃଷ୍ଟି କରାଯାଇ ତାଙ୍କୁ ସେହି ସୁସାଇଡ ନୋଟ ଲେଖିବା ପାଇଁ ବାଧ୍ୟ କରା ଯାଇଛି ।

ଅନ୍ୟ ପଟେ ବିଦ୍ୟାଶ୍ରୀଙ୍କ ବୟାନ ବିଷୟରେ କହିବା ତ ବିଦ୍ୟାଶ୍ରୀ ଡାଏରୀରେ ହାତ ଲେଖା ଉପରେ ସନ୍ଦେହ କରୁଛନ୍ତି । କାରଣ ପପୁ ଓ ବିକାଶ ଆଶ୍ରମକୁ ଚଳାଇବାର କ୍ଷମତା ନାହିଁ । ଏହା ଜାଣି ବି ଆଦିତ୍ୟ ଚିଠିରେ ସେ ଦୁଇ ଜଣଙ୍କୁ ଆଶ୍ରମର ପୁରା ଦାୟିତ୍ଵ ଦେବା ପାଇଁ ଲେଖିଛନ୍ତି । ଏହି ସମସ୍ତ କଥାକୁ ନେଇ ବିଦ୍ୟାଶ୍ରୀ ସନ୍ଦେହ କରୁଛନ୍ତି ।

କହିବାକୁ ଗଲେ ବିଦ୍ୟାଶ୍ରୀ କ୍ରାଇମ ବ୍ରାଞ୍ଚକୁ ଦେଇଥିବା ବୟାନରେ ସେ ପପୁ ଓ ବିକାଶକୁ ଦୋଷୀ ବୋଲି କହୁଛନ୍ତି । ସେ ଆଗକୁ କହିଲେ କି ତାଙ୍କର ସମାଜ ସେବି ସଂଗଠନର ଆର୍ଥିକ ଅବସ୍ଥା ଖରାପ ହେବା ପଛରେ ଏହି ଦୁଇ ଜଣଙ୍କ ହାତ ଅଛି ବୋଲି ବି ସେ କ୍ରାଇମ ବ୍ରାଞ୍ଚଙ୍କୁ କହିଛନ୍ତି । କହିବାକୁ ଗଲେ ଧୀରେ ଧୀରେ ଏହି ମାମଲା ସତ୍ୟତା ଆଡକୁ ଅଗ୍ରସର ହେଉଛି ।