ଆଜିର ରାଶିଫଳ, 5 ଅଗଷ୍ଟ 2020, ବୁଧବାର, ଭଗବାନ ଗଣେଶଙ୍କ କୃପାରୁ ଏହି ୫ଟି ରାଶିଙ୍କ ଜୀବନରେ ଆସିବ ଖୁସି, ଧନଲାଭ ଯୋଗ ରହିଛି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ଜୀବନରେ ବିଭିନ୍ନ କ୍ଷେତ୍ରରେ ସୁଧାର ଦେଖିବାକୁ ମିଳିବ । ଆଜି ଆପଣ କିଛି ନୂଆ କଥା ଶିଖିବେ । ଯାହା ଆସନ୍ତା ସମୟ ପାଇଁ ଆପଣଙ୍କ ଲାଭଦାୟକ ହେବ । ଆପଣ କିଛି ଲୋକମାନଙ୍କ ସହିତ ନିଜର କୌଣସି କଥାକୁ ଶେୟାର ବି କରିବେ । ମାତା ପିତାଙ୍କ ସହ ସମ୍ବନ୍ଧ ତଥା ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବାର ସମ୍ଭାବନା ଅଛି । ମାତା ପିତାଙ୍କ ଆଶୀର୍ବାଦ ଦ୍ଵାରା ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିବେ । ଘର ପରିବାରରେ ସମସ୍ତଙ୍କ ସହ ଭଲ ସାମଞ୍ଜସ୍ୟ ରହିବ ।

ବୃଷ

ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଆୟର ନୂତନ ସ୍ରୋତ ହାସଲ ହେବ । ଅଫିସରେ ଆପଣଙ୍କ ଉନ୍ନତି ହେବ । ଜୀବନସାଥିଙ୍କ ସହିତ ଆପଣଙ୍କ ଭଲ ସମୟ ବ୍ୟତିତ କରିବେ । ଏହା ସହିତ ଆପଣ ପରସ୍ପରର ପ୍ରଶଂସା ବି କରିବେ । ଆପଣ ଗମ୍ଭୀରତାର ସହ କୌଣସି କଥା ଉପରେ ବିଚାର କରିବେ । ଆପଣଙ୍କୁ ଲାଭ ହେବାର ସମ୍ଭାବନା ବି ଅଛି । ଘରର ଦାୟିତ୍ଵ ବଢି ପାରେ । ମାତା ପିତାଙ୍କ ସହ ସମ୍ବନ୍ଧ ଭଲ ରହିବ । ଅନେକ ପ୍ରକାର ସୁବିଧା ସୁଯୋଗ ପାଇ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ ।

ମିଥୁନ

ଆଜି ଆପଣ ନିଜର ଦାୟିତ୍ଵକୁ ଭଲ ଭାବରେ ବୁଝି କାମ କରିବେ । ଘର ପାଇଁ କିଛି ନୂଆ ଜିନିଷ କ୍ରୟ କରିବାକୁ ଚେଷ୍ଟା କରିବେ । କୌଣସି କାମରେ ଜୀବନସାଥିଙ୍କ ଠାରୁ ସାହାର୍ଯ୍ୟ ମିଳିବ । ସମ୍ପର୍କକୁ ଭଲ କରିବାକୁ ଚେଷ୍ଟା କରିବେ । କ୍ୟାରିୟରରେ ଆଗକୁ ବଢିବେ । ଗାଡି କ୍ରୟ କରି ପାରନ୍ତି । ଆପଣଙ୍କୁ ସାମାଜିକ ରୂପରେ ମାନ ସମ୍ମାନ ମିଳିପାରେ । ରାଜନୀତି ଲାଭ ପ୍ରାପ୍ତ ହେବ । ଆପଣ ନିଜର ଜୀବନସାଥିଙ୍କ ସହ ସମ୍ବନ୍ଧ ମଧୁର ରଖିବା ଦ୍ଵାରା ଆପଣଙ୍କୁ ହିଁ ଲାଭ ମିଳିବ ।

କର୍କଟ

ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ କାମର ବୋଝ ଅଧିକ ବଢିବ । କିନ୍ତୁ ଶେଷରେ ଆପଣଙ୍କୁ ସଫଳତା ମିଳିବ । ଆପଣ ଅନୁଭବି ଲୋକମାନଙ୍କ ରାୟ ନିଅନ୍ତୁ । ସମସ୍ତଙ୍କ ସହ ମିଶି କାମ କରିବାକୁ ଚେଷ୍ଟା କରନ୍ତୁ । ସବୁ ବ୍ୟକ୍ତି ଆପଣଙ୍କୁ ସାହାର୍ଯ୍ୟ ଓ ସହଯୋଗ ବି କରିବେ । ପ୍ରେମ ସମ୍ବନ୍ଧକୁ ନେଇ ସ୍ଥିତି ଖରାପ ହୋଇପାରେ । କିଛି ସମୟ ପାଇଁ ଆପଣଙ୍କ ସାଥିଙ୍କ ସହ ବିବାଦ ହୋଇପାରେ । ପ୍ରେମ ଜୀବନରେ ପରସ୍ପର ଉପରେ ବିଶ୍ଵାସ ରଖନ୍ତୁ ।

ସିଂହ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ । କ୍ୟାରିୟରର ଆପଣଙ୍କୁ ସଫଳତା ମିଳିବ । ଆପଣ କୌଣସି ସମାରୋହରେ ସାମିଲ ହୋଇ ପାରନ୍ତି । ଆପଣଙ୍କୁ ଦେଖି କିଛି ଲୋକମାନେ ଖୁସି ହେବେ । କିଛି ଲୋକ ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ଇଚ୍ଛା କରିବେ । ଆପଣ ସାମାଜିକ କ୍ଷେତ୍ରରେ ସଫଳତା ପାଇବେ । ସନ୍ତାନ ପକ୍ଷ ଭଲ ପ୍ରଦର୍ଶନ କରିବେ । ଯାହା ଦ୍ଵାରା ଆପଣଙ୍କ ମନ ସନ୍ତୁଷ୍ଟ ହେବ । ପାରିବାରିକ ସ୍ଥିତି ଅନୁକୂଳ ରହିବା ଦ୍ଵାରା ସମସ୍ତ ସମସ୍ୟାର ସମଧାନ ହୋଇଯିବ ।

କନ୍ୟା

ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଏହା ସହିତ ତାଙ୍କର ସହଯୋଗ ମିଳିବା ଦ୍ଵାରା ଆପଣଙ୍କ ସମସ୍ତ କାମ ପୁରା ହୋଇଯିବ । ଆଜି ଆପଣ ନିଜର ଜୀବନସାଥିଙ୍କ ସହିତ ନିଜର ଦୁଖ ବିଷୟରେ କହିବେ । ଏହା ସହିତ ତାଙ୍କର ଭାବନାକୁ ସମ୍ମାନ ବି ଦେବେ । ଅନାବଶ୍ୟକ କୌଣସି ବି ବିବାଦରେ ଯାଆନ୍ତୁ ନାହିଁ । ସବୁ ସ୍ଥିତି ପାଇଁ ସାବଧାନ ରୁହନ୍ତୁ । କୌଣସି କାମରେ ଅଧିକ ସମୟ ଲାଗିବ । କିନ୍ତୁ ସେଥିରୁ ଲାଭ ନିଶ୍ଚିତ ମିଳିବ । କିଛି ସମ୍ପର୍କରେ ଦୂରତା ଆସିପାରେ । ଦାମ୍ପତ୍ୟ ଜୀବନରେ କିଛି ବିବାଦ ପୂର୍ଣ ସ୍ଥିତି ଜନ୍ମ ହୋଇପାରେ ।

ତୁଳା

ନିଜର ଜୀବନସାଥିଙ୍କ ସହିତ ମଧୁର ସମ୍ବନ୍ଧ ରଖିବେ । ଏସି ସମୟରେ ଶତ୍ରୁ ଉପରେ ଆପଣ ବିଜୟ ହାସଲ କରିବେ । ତଥାପି ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ । ଯାହା ଦ୍ଵାରା ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇ ଯିବେ । ଏହି ସମୟରେ ଆପଣଙ୍କୁ ଅନୁଭବ ହେବ କି ଆପଣଙ୍କ ସମସ୍ୟା ସମୟରେ ଆପଣଙ୍କ ନିକଟରେ କେହି ଛିଡା ହେଉ ନାହାନ୍ତି । ସେଥିପାଇଁ ଆପଣ ନିଜ ହିଁ ନିଜର ସମସ୍ୟାକୁ ଦୂର କରିବେ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ କରିବେ । ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ ।

ବିଚ୍ଛା

ପରିବାର ସହ ନିଜର ସାମଞ୍ଜସ୍ୟ ଭଲ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ସନ୍ତାନମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଯଦି ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କୁ ବନ୍ଧୁମାନଙ୍କ ପୂର୍ଣ ସହଯୋଗ ମିଳିବ । କିନ୍ତୁ ଆପଣଙ୍କୁ ସମସ୍ତ କାର୍ଯ୍ୟକୁ ଧୀର ସ୍ଥିର ହୋଇ କରିବାକୁ ହେବ । ନିଜର ବ୍ୟାପାରରେ ଆପଣଙ୍କୁ କିଛି ନୂଆ ଦେଖିବାକୁ ମିଳିବ ।

ଧନୁ

ବନ୍ଧୁ ମିତ୍ରଙ୍କ ସହ ମନୋରଞ୍ଜନ କରିବ । ଘରେ ବି ହସ ଖୁସିର ବାତାବରଣ ସୃଷ୍ଟି ହେବ । ନିମ୍ନବର୍ଗଙ୍କ କର୍ମୀମାନଙ୍କ ଠାରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ରାଜନୀତି ଲୋକ ଠାରୁ ସମର୍ଥନ ମିଳିବ । ରାଜନେତାମାନେ ନୀରବତା ରକ୍ଷାକରି ପରିସ୍ଥିତିକୁ ନିଜ ହାତରେ ଆଣିବା ପାଇଁ ଚେଷ୍ଟା କରିବେ । ଆର୍ଥିକ ମାମଲାରେ ଆଜିର ଦିନ ଭଲ ଅଟେ । ଆପଣଙ୍କ ଆମଦାନୀର ନୂତନ ରାସ୍ତା ଦେଖିବେ ।

ମକର

ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । କୌଣସି ବଡ ନିବେଶ ପାଇଁ ଏହା ଉପଯୁକ୍ତ ସମୟ ଅଟେ  । ପୁରୁଣା ଟଙ୍କା ପ୍ରାପ୍ତ ହେବ । ଆଜି ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ସମସ୍ୟା ଉପରେ ଧ୍ୟାନ ଦେବାକୁ ପଡିବ । କୌଣସି ବଡ ନିବେଶ କରିବା ପାଇଁ ସମୟ ଉପଯୁକ୍ତ ଅଟେ । କୌଣସି ପୁରୁଣା ଧନ ପ୍ରାପ୍ତ ହୋଇପାରେ । ଆର୍ଥିକ ସ୍ଥିତି ଭଲ ରହିବ । ଯଦି ଆର୍ଥିକ ସ୍ଥିତି କମଜୋର ଅଛି ବି ଧୀରେ ଧୀରେ ଭଲ ହୋଇଯିବ । ଧନ ଲାଭ ମିଳିବାର ଯୋଗ ଅଛି ।

କୁମ୍ଭ

ନିଜର ପ୍ରୟାସ ଓ ଦୃଢ ନିଷ୍ପତି କାରଣରୁ ଆପଣଙ୍କୁ ଜଲ୍ଦି ସଫଳତା ମିଳିପାରେ । ପୌଷ୍ଟିକ ଭୋଜନ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ବିଶ୍ରାମ ନେବା ବି ଉଚିତ । ପ୍ରେମ ଓ ମିଠା ବାଣୀ ଦ୍ଵାରା ଆପଣ ସମସ୍ତଙ୍କ ମନକୁ ଜିତି ପାରିବେ । ଯଦି ଆପଣ ନିଜର ବ୍ୟାପାରକୁ ବୁଦ୍ଧି କରିବାକୁ ଚିନ୍ତା କରୁଛନ୍ତି ତେବେ ସାବଧାନ ରହିବା ଆବଶ୍ୟକତା ଅଟେ । ଆପଣଙ୍କ ବିରୋଧୀ ଆପଣଙ୍କ ସାମ୍ନାକୁ ଆସିବେ ନାହିଁ ।

ମୀନ

ସନ୍ତାନଙ୍କ ପ୍ରତି ଆପଣଙ୍କ ଭାବନା ଉତ୍ପନ୍ନ ହୋଇପାରେ । ପ୍ରେମ ସମ୍ବନ୍ଧରେ ଅଧିକରୁ ଅଧିକ ସ୍ଥିତି ମଜବୁତ ହେବ । ଏହି ସମୟରେ ଆପଣ ଘର କାର୍ଯ୍ୟରେ ସାହାର୍ଯ୍ୟ କରିବେ । ଆପଣଙ୍କ ମାନ ସମ୍ମାନ ବି ବଢିବ । ସେଥିପାଇଁ କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାହା ବିଷୟରେ ଆପଣଙ୍କୁ ପୂର୍ଣ ସୂଚନା ପ୍ରାପ୍ତ କରିବାକୁ ହେବ । ଆପଣ ନିଜର ଭଉଣୀ କିମ୍ବା ସ୍ତ୍ରୀଙ୍କୁ କିଛି ଉପହାର ଦେଇ ପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।