ଅଧିକ ଲୁଣ ଖାଉଛନ୍ତି ତା ସାବଧାନ ହୋଇଯାଆନ୍ତୁ, ନଚେତ ସ୍ୱାସ୍ଥ୍ୟ ହାନି ହୋଇପାରେ

ଲୁଣ ଆମ ଖାଦ୍ୟରେ ଏକ ମହତ୍ଵ ପୂର୍ଣ ଅଂଶ ଗ୍ରହଣ କରିଥାଏ । ଲୁଣ ବିନା କୌଣସି ଖାଦ୍ୟ ସ୍ଵାଦିଷ୍ଟ ଲାଗେ ନାହିଁ । କେତେକ ଲୋକମାନଙ୍କର ଅଭ୍ୟାସ ଥାଏ କି ସେମାନେ ନିଜ ଖାଦ୍ୟ ସହିତ ଅଧିକରୁ ଅଧିକ ଲୁଣର ସେବନ କରିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଅଧିକ ଲୁଣ ଖାଇବା ଦ୍ଵାରା ଆମ ଶରୀରରେ ବିଭିନ୍ନ ରୋଗ ହେବାର ସମ୍ଭବାନା ବଢିଯାଏ ।

ଆଜି ଆମେ ଆପଣମାନଙ୍କୁ ଅତ୍ୟଧିକ ଲୁଣ ଖାଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ ଏବଂ କେଉଁ ବୟସରେ କେତେ ପରିମାଣରେ ଲୁଣ ଖାଇବା ଉଚିତ ତାହା ବିଷୟରେ ସମ୍ପୂର୍ଣ ତଥ୍ୟ ଦେବୁ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ସେଥିପାଇଁ ସ୍ୱାସ୍ଥ୍ୟ ଠିକ ଥିଲେ ମଣିଷ ସର୍ବଦା ଖୁସିରେ ରହିଥାଏ । ୧୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ ଗୋଟିଏ ଦିନରେ ୫ ଗ୍ରାମ କିମ୍ବା ଏକ ଚାମଚରୁ ବି କମ ଲୁଣ ଖାଇବା ଉଚିତ । ଏଥି ସହିତ ୧୫ ବର୍ଷରୁ କମ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ବହୁତ କମ ଲୁଣ ଖାଇବାକୁ ଦିଅନ୍ତୁ ।

ଅତ୍ୟଧିକ ଲୁଣ ଖାଇବା ଦ୍ଵାରା ଶରୀରରେ ପିତ ଅଂଶ ବଢିଥାଏ, ତା ସହିତ ଶରୀରର ତାପମାତ୍ରା ମଧ୍ୟ ବଢିଥାଏ ଯାହା ଦ୍ଵାରା ବିଭିନ୍ନ ପ୍ରକାର ଚର୍ମ ସମ୍ବନ୍ଧିତ ରୋଗ ହୋଇଥାଏ  ତା ବ୍ୟତୀତ ପେଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ହୋଇଥାଏ । ଆପଣମାନେ ପ୍ରାୟତଃ ଶୁଣିଥିବେ କି କୌଣସି ରୋଗ ହେଲେ ଡାକ୍ତରମାନେ ମଧ୍ୟ ଅଧିକ ଲୁଣ କିମ୍ବା ଲୁଣ ଖାଇବାକୁ ମନା କରିଥାନ୍ତି ।

ଅଧିକ ଲୁଣ ଖାଇବା ଦ୍ଵାରା ବ୍ଲଡ ପ୍ରେସର ବି ବଢିଥାଏ । ଏହା କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଅଧିକ ଲୁଣ ଖାଇବା ଦ୍ଵାରା ଶରୀରର ହାଡ ଗୁଡିକ ମଧ୍ୟ କମଜୋର ହୋଇଥାଏ, ଏହା ସହିତ ବାଳ ମଧ୍ୟ ଝଡିଥାଏ । ସେଥିପାଇଁ ସୁସ୍ଥ ଶରୀର ପାଇବା ପାଇଁ ଲୁଣର ବ୍ୟବହାର କମ କରନ୍ତୁ ।