ପିତାକୁ ନେଇ ବୟଫ୍ରେଣ୍ଡର ବରଯାତ୍ରୀରେ ପହଞ୍ଚିଲା ଝିଅ କହିଲା – ବାପା ଚାଲ ତୁମକୁ ତୁମ ଜ୍ଵାଇଁ ସହ ଦେଖା କରାଉଛି, ଆଉ ତା ପରେ…

ବର୍ତ୍ତମାନ ସମୟରେ ପ୍ରେମ କରିବା ଏକ ସାଧାରଣ କଥା ହୋଇଯାଇଛି । ଆଜିକାଲି ପୁଅ ଏବଂ ଝିଅ ମାତ୍ର ଗୋଟିଏ ଦେଖାରେ ହିଁ ପରସ୍ପରକୁ ଭଲ ପାଇ ବସୁଛନ୍ତି । ଏହା ପରେ କିଛି ଦିନ ପରେ ପରସ୍ପରକୁ ଧୋଖା ବି ଦେଉଛନ୍ତି ।

ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ସତ କାହାଣୀ ନେଇ ଆସିଛୁ, ଯେଉଁଠି ଗୋଟିଏ ୧୯ ବର୍ଷର ପୁଅ ଗୋଟିଏ ୧୬ ବର୍ଷର ଝିଅକୁ ନିଜର ପ୍ରେମ ଜାଲରେ ଫସାଇ ଖରାପ କାମ କରିବାକୁ ଲାଗିଲା ଏବଂ ଲଗାତାର ୧ ବର୍ଷ ପର୍ଯ୍ୟନ୍ତ ସେହି ଝିଅର ଫାଇଦା ଉଠାଇଲା । କିନ୍ତୁ କିଛି ଦିନ ପରେ ଘର ଲୋକଙ୍କ କଥାରେ ଅନ୍ୟ ଏକ ଝିଅକୁ ବାହା ହେବା ପାଇଁ ରାଜି ହୋଇଗଲା । ଏହା ପରେ ଯାହା ହେଲା ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ପୁରା ଘଟଣା ଛତିଶଗଡର ଅଟେ । ଯେଉଁଠି ଗୋଟିଏ ୧୯ ବର୍ଷୀୟ ପୁଅ ଗୋଟିଏ ୧୬ ବର୍ଷର ଝିଅକୁ ନିଜର ପ୍ରେମର ଝାଂସା ଦେଇ ତାହାକୁ ବିଶ୍ଵାସ ଦେଲା କି ସେ ତାକୁ ନିଶ୍ଚୟ ବିବାହ କରିବ । ପୁଅ ବାହାଘରର ସ୍ଵପ୍ନ ଦେଖାଇ ଝିଅ ସହିତ ଅବୈଧ ସଂବନ୍ଧ ସ୍ଥାପିତ କରିଲା ଓ ଏହା ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ଚାଲିଲା ।

ଏହି ସବୁ କଥାରେ ଅଜଣା ଥିବା ପୁଅ ଘରର ଲୋକମାନେ ସେହି ପୁଅର ବାହାଘର ଅନ୍ୟ ଏକ ଝିଅ ସହିତ ଠିକ କରିଦେଲେ ଏବଂ ୧୯ ଜୁନ ଦିନ ପୁଅ ବରଯାତ୍ରୀ ସହ ସେହି ଝିଅ ଘରକୁ ଯାଇ ପହଞ୍ଚିଲା । ଯେତେବେଳେ କିଶୋରୀକୁ ଏହି କଥା ବିଷୟରେ ଜଣା ପଡିଲା ତେବେ ସେ ନିଜର ମାତା – ପିତାଙ୍କୁ ନିଜ ସହିତ ହୋଇଥିବା ସବୁ ଘଟଣା ବିଷୟରେ କହିଲା ଏବଂ ସେହି ପୁଅ ବିରୁଦ୍ଧରେ ପୁଲିସ ପାଖକୁ ଯାଇ ରିପୋର୍ଟ ଲେଖିଲା ।

ଯେତେବେଳେ ୧୯ ଜୁନରେ ପୁଅ ବରଯାତ୍ରୀ ନେଇ ଖଡଗୱାଂର ଠଗ୍ଗ ଗାଁ ରେ ପହଞ୍ଚିଲା, ସେହି ସମୟରେ ପୁଲିସ ବି ପୁଅକୁ ଗିରଫ କରିବା ପାଇଁ ସେଠି ପହଞ୍ଚିଗଲେ । ଏହା ପରେ ସେହି ପୁଅକୁ ନ୍ୟାୟାଳୟରେ ପେଶ କରାଗଲା ଓ ପରେ ଧାରା ୩୭୬(୨) ଏବଂ (୪) ଅନୁସାରେ ଆନନ୍ଦ ସୋନୀ ନାମକ ଆରୋପିକୁ ନ୍ୟାୟାଳୟରେ ଦଣ୍ଡିତ କରାଗଲା । ବର୍ତ୍ତମାନ ଆରୋପି ଜେଲରେ ଅଛି । ସେହି ଝିଅ ସହିତ ବି ସେହି ପୁଅର ବିବାହ ଭାଙ୍ଗିଗଲା ।