ଘରର ଏହି ଜାଗାରେ ଦର୍ପଣ ଲଗାନ୍ତୁ ନାହିଁ ଦରିଦ୍ର ଆଉମୃତ୍ୟୁ ଆପଣଙ୍କ ପିଛା ଛାଡିବ ନାହିଁ

ବାସ୍ତୁ ଶାସ୍ତ୍ରରେ ଦର୍ପଣର ଏକ ବିଶେଷ ମହତ୍ଵ ରହିଛି । ଯଦି ଦର୍ପଣକୁ ବାସ୍ତୁ ଶାସ୍ତ୍ର ହିସାବରେ ରଖାଯାଏ ତେବେ କେବେ ବି ଆପଣଙ୍କୁ ଧନର ଅଭାବ ହୁଏ ନାହିଁ । କିନ୍ତୁ ଯଦି ଦର୍ପଣକୁ ବାସ୍ତୁ ଶାସ୍ତ୍ରର ବିପରୀତ ଦିଗରେ ରଖାଯାଏ ତେବେ ଏହାର ବିପରୀତ ପ୍ରଭାବ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଦର୍ପଣକୁ କେଉଁ ସ୍ଥାନରେ ରଖିଲେ ଆପଣମାନଙ୍କ ଜୀବନରେ ଧନର ଅଭାବ ଆସିବ ନାହିଁ ।

ଘର କିମ୍ବା ଦୋକାନରେ ଏହି ସ୍ଥାନରେ ରଖନ୍ତୁ ଦର୍ପଣ

Image courtesy: Google

ସର୍ବ ପ୍ରଥମେ ଦର୍ପଣକୁ ଘର କିମ୍ବା ଦୋକାନରେ ଯେଉଁଠି ଟଙ୍କା ରଖୁଛନ୍ତି ତାହା ଆଲମାରି ହେଉ କିମ୍ବା ସିନ୍ଧୁକ ହେଉ ତାର ବିପରୀତ ଦିଗରେ ଦର୍ପଣକୁ ରଖନ୍ତୁ । ଏହିଭଳି ଭାବରେ ରଖନ୍ତୁ ଯେମିତି ସେହି ଦର୍ପଣରେ ଆପଣଙ୍କର ଆଲମାରି କିମ୍ବା ସିନ୍ଧୁକ ଦେଖାଯାଉଥିବ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ଓ ଦୋକାନରେ ଧନବୃଦ୍ଧି ହୋଇଥାଏ ।

ଘର ଏବଂ ଦୋକାନର ମୁଖ୍ୟ ଦ୍ଵାରରେ ଲଗାନ୍ତୁ ଦର୍ପଣ

Image courtesy: Google

ଘରର କିମ୍ବା ଦୋକନର ମୁଖ୍ୟ ଦ୍ଵାରରେ ଦର୍ପଣ ଲଗାନ୍ତୁ । ଏହା କରିବା ଦ୍ଵାରା ବାହାରର ଖରାପ ଦୃଷ୍ଟି ଶକ୍ତି ପ୍ରବେଶ କରି ପାରେ ନାହିଁ । ଯାହା ଫଳରେ ଆମ ମନ ଏବଂ ଧ୍ୟାନ କର୍ମରେ ଲାଗିଥାଏ । ଏହା ସହିତ ଘର କିମ୍ବା  ଦୋକାନର ସିଡି ପାଖରେ ଦର୍ପଣ ରଖନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କର କେବେ ବି ଉନ୍ନତି ହୁଏ ନାହିଁ ।

Image courtesy: Google

କିନ୍ତୁ ଆପଣ ଯଦି ଘର କିମ୍ବା ଦୋକାନର ଷ୍ଟୋର ରୁମ କିମ୍ବା ଭଣ୍ଡାର ଘରେ ଦର୍ପଣ ରଖୁଛନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ । ଏହା ସହିତ ବାଥରୁମରେ ବି ଦର୍ପଣ ରଖିବା ଶୁଭ ଅଟେ । କିନ୍ତୁ ବାଥରୁମର ମୁଖ୍ୟ ଦ୍ଵାରରେ ଦର୍ପଣ ରଖିବେ ନାହିଁ ।

ପୁଅ କିମ୍ବା ଝିଅଙ୍କ ଘରର ଦ୍ଵାରରେ ଲଗାନ୍ତୁ ନାହିଁ ଦର୍ପଣ

ଏଥି ସହିତ ଏହି କଥାର ବି ଧ୍ୟାନ ରଖିବେ କି ଯଦି ଆପଣଙ୍କ ଘରର ପୁଅ କିମ୍ବା ଝିଅ ବିବାହ ଯୋଗ୍ୟ ଅଟନ୍ତି ତେବେ ତାଙ୍କର ଘରର ଦ୍ଵାର ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ । ଯଦି ଏହିଭଳି କରୁଛନ୍ତି ତେବେ ସେମାନଙ୍କ ବିବାହରେ ବାଧାସୃଷ୍ଟି ହୋଇଥାଏ ।

ଟିଭି ଏବଂ କମ୍ପ୍ୟୁଟର ସାମନାରେ ରଖନ୍ତୁ ନାହିଁ ଦର୍ପଣ

Image courtesy: Google

କେବେ ବି ଘରର ଟିଭି ଏବଂ କମ୍ପ୍ୟୁଟର ସାମନାରେ ଦର୍ପଣ ରଖନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଘରେ ସବୁବେଳେ ଝଗଡା ଲାଗି ରହିବ ଏବଂ ଆପଣଙ୍କର ମନ ଶାନ୍ତ ରହିବ ନାହିଁ । ଘରେ ଦର୍ପଣ ଏହିଭଳି ସ୍ଥାନରେ ରଖନ୍ତୁ ଯେଉଁଠି ଦର୍ପଣରେ ଟିଭି ଏବଂ କମ୍ପ୍ୟୁଟର ଦେଖାଯିବ ନାହିଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।