ଆଧାର କାର୍ଡ ଅଛି ତ ୧୦ ମିନିଟରେ ହେଇଯିବ ପ୍ୟାନ କାର୍ଡ, ଏମିତି କରନ୍ତୁ ଆପ୍ଳାଏ

ଦେଶରେ ଆଧାର କାର୍ଡ ର ଗଣନା ଗୋଟିଏ ମୁଖ୍ୟ ଡକ୍ୟୁମେଣ୍ଟ ମଧ୍ୟରେ ହୋଇଥାଏ । ବ୍ୟାଙ୍କରୁ ନେଇ ସିମ କାର୍ଡ ଓ ପାସପୋର୍ଟ ପାଇଁ ମଧ୍ୟ ଆଧାର କାର୍ଡ ବହୁତ ଆବଶ୍ୟକ ହୋଇଥାଏ । ଆଧାର କାର୍ଡର ସବୁଠାରୁ ଅଧିକ ଫାଇଦା ଏହା ହୋଇଥାଏ କି, ଆପଣଙ୍କୁ ଅନ୍ୟ କିଛି ଡକ୍ୟୁମେଣ୍ଟ ବ୍ୟବହାର କରିବାକୁ ହେବ ନାହିଁ । ବର୍ତ୍ତମାନ ସରକାର ପ୍ୟାନ କାର୍ଡ ବନେଇବା ପାଇଁ ଏକ ବହୁତ ସରଳ ଓ ସହଜ ସୁବିଧା ବିଷୟରେ ଘୋଷଣା କରିଛନ୍ତି । ଏହି ଉପାୟ ମାଧ୍ୟମରେ ୧୦ ମିନିଟ ମଧ୍ୟରେ ପ୍ୟାନ କାର୍ଡ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ପୂର୍ବରୁ ପ୍ୟାନ କାର୍ଡ ବନାଇବା ପାଇଁ ୨ ପେଜରେ ଫର୍ମକୁ ଫିଲ ଅପ୍ କରିବାକୁ ହେଉଥିଲା ଓ ପ୍ୟାନ କାର୍ଡ ଆସିବା ପାଇଁ ବହୁତ ଦିନର ସମୟ ଲାଗୁଥିଲା । ହେଲେ ଆପଣଙ୍କର ଏହି ସମସ୍ୟାର ସମାଧାନ ବର୍ତ୍ତମାନ ସରକାର କରିଦେଇଛନ୍ତି । ଯାହାଦ୍ୱାରା ଆଧାର କାର୍ଡର ସହାୟତାରେ କେବଳ ୧୦ ମିନିଟ ମଧ୍ୟରେ ଆପଣ ପ୍ୟାନ କାର୍ଡ ବନେଇ ପାରିବେ । ଆସନ୍ତୁ ଜାଣିବା ଏହାକୁ ଆପ୍ଳାଏ କରିବାର ଉପାୟ ।


ସର୍ବ ପ୍ରଥମେ ଆପଣ ଆୟକର ବିଭାଗର ୱେବ ସାଇଡକୁ ଯାଆନ୍ତୁ ଓ ଏହି ଲିଙ୍କରେ ଥିବା ‘Instant PAN through Adhaar’ର ବିକଳ୍ପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ ‘Get New PAN’ ଓ ‘check status/ Download PAN’ । ଏଥିରୁ ଆପଣ ‘Get New PAN’ରେ କ୍ଲିକ କରନ୍ତୁ ଓ ନିଜର ଆଧାର ନମ୍ବର ପକାନ୍ତୁ ।

ଏହା ପରେ ଆଧାର କାର୍ଡରେ ରେଜିଷ୍ଟର ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ସେହି ଓଟିପିକୁ ବିକଳ୍ପରେ ପକାନ୍ତୁ । ଓଟିପି ପକାଇବା ପରେ ଆଇଡି ପକାନ୍ତୁ ଓ ପ୍ୟାନ କାର୍ଡ ପାଇଁ ଜରୁରୀ ଡକ୍ୟୁମେଣ୍ଟ ଭରନ୍ତୁ ।


ଏହି ଫର୍ମ ଭରିବାର 10 ମିନିଟ ପରେ ଆପଣଙ୍କୁ ନିଜ ପ୍ୟାନ ନମ୍ବର ମିଳିଯିବ । ଏହି ନମ୍ବରକୁ ଆପଣ ପିଡିଏଫ ଫର୍ମାଟରେ ଡାଉନଲୋଡ କରିପାରିବେ । ଯଦି ଆପଣଙ୍କୁ ଏହାର ହାର୍ଡ କପି ଦରକାର ତେବେ ଏଥି ପାଇଁ ଆପଣଙ୍କୁ ୫୦ ଟଙ୍କାର ଦେୟ ଭରିବାକୁ ହେବ ।