ପିଲାର ନାମ ବାଛିବା ସମୟରେ ଧ୍ୟାନ ରଖନ୍ତୁ ଏହି ୩ଟି କଥା, କରିବାକୁ ପଡିବ ନାହିଁ ଅଧିକ ଚିନ୍ତା

ବୈବାହିକ ଜୀବନରେ ଯେତେବେଳେ ଜଣେ ସ୍ତ୍ରୀ ଓ ପୁରୁଷ ପ୍ରଥମ ଥର ପାଇଁ ପିତା ମାତାର ସୁଖ ନେଇଥାନ୍ତି, ସେତେବେଳେ ସେମାନଙ୍କର ଦାଇତ୍ଵ ମଧ୍ୟ ବଢିଯାଇଥାଏ । ଏହି ସମୟରେ ତାଙ୍କ ପିଲାର ନାମ କରଣ କରିବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ । ସବୁ ପିତା ମାତା ଚାହାନ୍ତି ତାଙ୍କ ପିଲାର ନାମ ୟୁନିକ ହେଉ । କିଛି ପ୍ୟାରେଣ୍ଟ୍ସ ନିଜ ନାମ ସହ ଅନ୍ୟ କିଛି ନାମ ମିଶାଇ ନିଜ ପିଲାର ନାମ ରଖିଦିଅନ୍ତି ।

ନାମ ହେଉଛି ମାତା ପିତାଙ୍କର ପ୍ରଥମ ଉପହାର । ଏହି ଉପହାରଟି ପିଲାର ସାରା ଜୀବନରେ ବ୍ୟବହାର ହୋଇଥାଏ । ଅଧିକାଂଶ ମାତା ପିତା ନାମ କରଣ କରିବା ସମୟରେ ଚିନ୍ତିତ ରହିଥାନ୍ତି । ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଟ୍ରିକ୍ସ କହିବୁ ଯାହାକୁ ବ୍ୟବହାର କଲେ ଆପଣଙ୍କୁ ନିଜ ପିଲାର ନାମ କରଣ କରିବା ପାଇଁ ଅଧିକ ଚିନ୍ତା କରିବାକୁ ହେବନାହିଁ ।


ନିଜ ପିଲାର ନାମ ରଖିବା ପୂର୍ବରୁ ପ୍ରଥମେ ନିଜ ପାର୍ଟନରଙ୍କ ସହ ବସନ୍ତୁ ଓ ଆପଣ ନିଜର ଓ ତାଙ୍କର ମନ ପସନ୍ଦ ନାମ ବିଷୟରେ କଥା ହୁଅନ୍ତୁ । ସାହିତ୍ୟ ଓ ପୌରାଣିକ ନାମର ସବୁଠାରୁ ଅଧିକ ଡିମାଣ୍ଡ ଥାଏ । ତେଣୁ ସେହି ଅନୁସାରେ ଭଲ ଭାବରେ ଆପଣ ନିଜ ଜୀବନ ସାଥି ସହ ନାମ ରଖିବାର ପ୍ଲାନିଙ୍ଗ କରନ୍ତୁ ।

ଯେତେବେଳେ ଆପଣଙ୍କ ପସନ୍ଦ ମିଶିଯିବ ସେତେବେଳେ ଆପଣ ନାମ କରଣ କରିବାର ପ୍ରକ୍ରିୟାକୁ ଆଗକୁ ବଢାଇପାରିବେ । ହେଲେ ଯାହାବି ନାମ ରଖିବେ ଭାବି ଚିନ୍ତି ରଖିବେ । ନାମ ରଖିବା ପରେ ତାର ସରନେମ ସହ ନିଶ୍ଚିନ୍ତ ମିଶାଇବେ । କାରଣ ଅଧିକାଂଶ ନାମ ଆଖାଡୁଆ ଲାଗିଥାଏ । ସେଥିପାଇଁ ସରନେମ ମିଶାଇବା ନିହାତି ଆବଶ୍ୟକ ।


ବହୁତ ଥର ପରିବାରରେ ପିଲାଙ୍କ ନାମ ରଖିବାର ପରମ୍ପରା ରହିଥାଏ । କିଛି ଲୋକ ପଣ୍ଡିତଙ୍କ ଦ୍ଵାରା ହୋଇଥିବା ନାମ କରଣକୁ ଗୁରୁତ୍ଵ ଦେଇଥାନ୍ତି । ଯଦି ଆପଣଙ୍କ ପରିବାରରେ ଏହି ନିୟମ ଅଛି ତେବେ ଏହାକୁ ଭଲ ଭାବରେ ଜାଣନ୍ତୁ ଓ ନାମ କରଣ କରନ୍ତୁ ।