ଅଧା ରାସ୍ତାରେ ଶୁଖି ଯାଉଛି ନଦୀ ! କାରଣ ଖୋଜୁଛନ୍ତି ବୈଜ୍ଞାନିକ, ନଦୀର ରହସ୍ୟ ବିଷୟରେ ଜାଣିଲେ ହୋସ୍ ଉଡିଯିବ !

ଆଜି ଆମେ ଆପଣଙ୍କୁ ଏଭଳି ଏକ ନଦୀ ବିଷୟରେ କହିବୁ ଯାହାର ରହସ୍ୟ ବୈଜ୍ଞାନିକ ଏବେ ବି ଖୋଜୁଛନ୍ତି । ଏହି ନଦୀରେ ଡଙ୍ଗାରେ ଯାଉଥିବା ବେଳେ ଅଧା ରାସ୍ତାରେ ଶୁଖିଯାଏ ପାଣି । ଏହାର କାରଣ ଖୋଜିବାକୁ ବୈଜ୍ଞାନିକ ମାନେ ବର୍ଷ ବର୍ଷ ଧରି ଅନୁସନ୍ଧାନ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଅନେକ ବୈଜ୍ଞାନିକ ସଫଳତାରେ ବିକଶିତ ଦେଶ ଆମେରିକା ଶୀର୍ଷରେ ରହିଥିବା ବେଳେ ସେହି ଦେଶରେ ଥିବା ଏହି ଶୁଖିଲା ନଦୀର ରହସ୍ୟ ଖୋଜିବାରେ ଆମେରିକା ବିଫଳ ହୋଇଛି ।

ଆମେରିକାର ମିନେସୋଟା ରାଜ୍ୟରେ ଥିବା ଏହି ମିନେସୋଟା ନଦୀ ହେଉଛି ମିସିସିପି ନଦୀର ଏକ ଉପନଦୀ । ଏହି ନଦୀ ପ୍ରାୟ 534 କିମି ପର୍ଯ୍ୟନ୍ତ ବ୍ୟାପିଛି । ତେବେ ମିନେସୋଟାର ଅର୍ଥ ହେଉଛି ‘ଆକାଶ ରଙ୍ଗର ପାଣି’ । ଆମେରିକାରେ ହିମ ଯୁଗ ପରେ ଏହି ନଦୀର ପ୍ରବାହିତ ଆରମ୍ଭ ହୋଇଥିଲା ବୋଲି କୁହାଯାଏ । 1962 ରେ ହୋଇଥିବା ଡାକୋଟା ମହାଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ମିନେସୋଟା ନଦୀ ।

ଖାସ କଥା ହେଲା, ନଦୀର ଗୋଟିଏ ପାର୍ଶ୍ଵ ସାଧାରଣ ଭାବେ ପ୍ରବାହିତ ହେଉଥିବା ବେଳେ ଅପର ପାର୍ଶ୍ଵ କେଉଁଠି ଶେଷ ହୋଇଛି ତାହା ଜଣାପଡିନି । ବହୁ ଅନୁସନ୍ଧାନ ପରେ ମଧ୍ୟ ବୈଜ୍ଞାନିକ ମାନେ ଏହାର ରହସ୍ୟ ଜାଣିପାରି ନଥିବା କୁହନ୍ତି । ତେବେ ସେଠାକାର ସ୍ଥାନୀୟ ଲୋକେ କୁହନ୍ତି କି ଏହି ନଦୀର ଶେଷ ଭାଗରେ କିଛି ଗୁମ୍ଫା ରହିଛି, ଯାହାକି ଚୂନ ପଥରରେ ନିର୍ମିତ ।

ଆଉ ନଦୀର ଶେଷ ଭାଗରେ ଥିବା ଗର୍ତ୍ତରୁ ଲାଭା ଟ୍ଯୁବ ବାହାରିଥାଏ । ତେଣୁ ପାଣି ଅଦୃଶ୍ୟ ହୋଇଥାଏ । ତେବେ ଏହି ନଦୀକୁ ନେଇ ଲୋକେ ଅନେକ କଥା କହୁଥିବା ବେଳେ ନଦୀଟିର ରହସ୍ୟ ଆଜି ମଧ୍ୟ ରହସ୍ୟ ହୋଇ ରହିଛି । ବହୁ ବର୍ଷ ପୂର୍ବେ ଏହି ନଦୀଟିରୁ ଏକ ମଣିଷ ଖପୁରି ମିଳିଥିଲା ଓ ଏହାର ଫରେନସିକ ଯାଞ୍ଚ ମଧ୍ୟ କରା ଯାଇଥିଲା । ଯାହାପରେ ଜଣା ପଡିଥିଲା କି ତାହା ପ୍ରାୟ 800 ବର୍ଷର ପୁରୁଣା ଖପୁରି । ମରୁଡି ପାଇଁ ଗୋଟିଏ ବର୍ଷ ନଦୀର ଜଳସ୍ତର କମି ଯାଇଥିବା ବେଳେ ଏହି ଖପୁରି ମିଳିଥିବା କୁହାଯାଏ ।

ସେହି ଖପୁରିରେ ଆ-ଘା-ତ ଚିହ୍ନ ମଧ୍ୟ ଥିବା ଫରେନସିକ ରିପୋର୍ଟରୁ ଜଣା ପଡିଥିଲା । ସେ ଯାହା ବି ହେଉ ନଦୀଟିର ରହସ୍ୟ ଆଜି ମଧ୍ୟ ରହସ୍ୟ ହୋଇ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।