ବର୍ତ୍ତମାନ ଘରକୁ ଯିବେ ନାହିଁ ପାଇଲଟ ଅଭିନନ୍ଦନ… ପଢନ୍ତୁ ଆଜି ତାଙ୍କ ସହିତ କଣ କଣ କରିବେ ଭାରତୀୟ ଏଜେଂସିମାନେ

ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଶୁକ୍ରବାର ଦିନ ରାତିରେ ୯.୨୧ ସମୟରେ ୫୮ ଘଣ୍ଟା ପରେ ନିଜ ଦେଶକୁ ଫେରିଛନ୍ତି । ନିୟମ ଅନୁସାରେ ବାୟୁସେନା ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରିବେ । ଏଥିପାଇଁ ଅଭିନନ୍ଦନ ବର୍ତ୍ତମାନ ଘରକୁ ଯିବେ ନାହିଁ, ତାଙ୍କୁ ବିଭିନ୍ନ ପ୍ରଶ୍ନର ସାମନା କରିବାକୁ ପଡିବ । ଏହି ପ୍ରକ୍ରିୟାରେ ଗୋଟିଏ ମାସରୁ ବି ଅଧିକ ସମୟ ଲାଗି ପାରେ । ଏହା ପରେ ହିଁ ସେ ବିମାନ ଉଡାଇ ପାରିବେ ।

ତିନି ଚରଣରେ ହେବ ପ୍ରକ୍ରିୟା :

୧. ସର୍ବେ ପ୍ରଥମେ ରେଡକ୍ରସ ମେଡିକାଲ ଯାଞ୍ଚ କରିବେ :

ଏଥିରେ ଦେଖାଯିବ କି ତାଙ୍କୁ କେତେ ଆଘାତ ଲାଗିଛି ? କଣ ଅତ୍ୟାଚାର କରାଯାଇଛି ? ଟଚର କେଉଁ ସ୍ତରର ଥିଲା ? ତାଙ୍କୁ ଡ୍ରଗ୍ସ ଦିଆ ଯାଇ କି ନାହିଁ ? ଏହି ଆଧାରରେ ଭାରତ ଟଚରର କଥାକୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ରଖି ପାରିବ । ଜେନେବା ସନ୍ଧି ଅନୁସାରେ ଯୁଧ୍ୟ ବନ୍ଦୀମାନଙ୍କୁ ଅମାନବିୟ ବ୍ୟବହାର କରାଯିବ ନାହିଁ ।

୨. ଏୟାରଫୋର୍ସ ପ୍ରଶ୍ନ ପଚାରିବେ, ସରକାରକୁ କହିବେ :

ଅଭିନନ୍ଦନଙ୍କୁ ପାଲମ ଟେକ୍ନିକଲ ଏରିୟାରେ ପ୍ରଥମେ ଏୟାରଫୋର୍ସ ଟିମର ପ୍ରଶ୍ନର ସାମନା କରିବାକୁ ପଡିବ । ଯେମିତି କି ପାକିସ୍ତାନରେ କଣ ପଚରାଯାଇଥିଲା ? କେତେ ଥର ପଚାରଯାଇଛି ? କଣ ଜବାବ ଦେଲେ ? ଏହି ରିପୋର୍ଟ ସରକାରଙ୍କୁ ଦିଆଯିବ ? ଏହା ଏଥିପାଇଁ କାରଣ ଭାରତ ଶତ୍ରୁ ସେନାର ପ୍ରଶ୍ନ ପଚାରିବାର ଉପାୟ ହିସାବରେ ନିଜର ପାଇଲଟଙ୍କୁ ପ୍ରସ୍ତୁତ କରି ପାରିବେ ।

୩. ର ଏବଂ ଆଈବୀ ଅଲଗା ଅଲଗା ଯାଞ୍ଚ କରିବେ :

ଏହି ପୂଛତାଛ ବହୁତ ଅହମ ଅଟେ । ର ଏବଂ ଆଇବୀ ଅଲଗା ଅଲଗା ଭାବରେ ଅଭିନନ୍ଦନଙ୍କ ସହିତ ହୋଇଥିବା ବ୍ୟବହାର ବିଷୟରେ ଲେଖିବେ । ସମସ୍ତେ ପାକିସ୍ତାନ ସେନାମାନଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କରିବେ । ପାକିସ୍ତାନ ସେନାର ଉପାୟ ଉପରେ ବିଶ୍ଲେଷଣ କରାଯିବ । ଏହି ପୂଛତାଛ ବହୁତ କ୍ରମରେ ହୋଇଥାଏ । ଏଥିରେ କେତେ ଥର ଗୋଟିଏ ମାସରୁ ବି ଅଧିକ ସମୟ ଲାଗିଥାଏ । ଏହା ପରେ ହିଁ ଅଭିନନ୍ଦନ ନିଜ ଡ୍ଯୂଟୀକୁ ଫେରିବେ ।

ଛାଡିବା ପୂର୍ବରୁ ଅଭିନନ୍ଦନଙ୍କର ବୟନର ରେକର୍ଡିଂ : ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ଛାଡିବାର ସମୟକୁ ଦୁଇଥର ବଦଳି ଥିଲା । ଡେରି ଏଥିପାଇଁ ହୋଇଥିଲା, କାରଣ ଛାଡିବା ପୂର୍ବରୁ ଅଭିନନ୍ଦନଙ୍କର ବୟାନର ଭିଡିଓ ରେକର୍ଡିଂ କରାଯାଇଥିଲା ।

ଦିନସାରା ପାକିସ୍ତାନର ଛଳନା :

ରିହାଈକୁ ଅଟକାଇବା ପାଇଁ ହାଇକୋର୍ଟରେ ଆବେଦନ :

ଅଭିନନ୍ଦନଙ୍କର ରିହାଈକୁ ଅଟକାଇବା ପାଇଁ କିଛି ସଂଗଠନ ଇସ୍ଲାମାବାଦ ହାଈକୋର୍ଟରେ ଆବେଦନ କରିଥିଲେ, ଯାହା ଖାରଜ ହୋଇଯାଇଥିଲା । ପାକିସ୍ତାନ ତିନି ଥର ବଢାଇଥିଲା ଛାଡିବାର ସମୟକୁ : ପ୍ରଥମେ ୧୨ ଟା ସମୟରେ, ପୁଣି ସନ୍ଧ୍ୟା ୪ ଟା ଏବଂ ପୁଣି ୬:୩୦ରେ ଛାଡିବାର କଥା କହିଥିଲା । କିନ୍ତୁ ଛାଡିଲେ ୯.୨୦ରେ । କାରଣ କାଗଜ ପତ୍ରର କାର୍ଯ୍ୟକାରୀ ବୋଲି କହିଥିଲେ ।

ଏହା ମଧ୍ୟରେ ବି ଇମରାନଙ୍କର ପାର୍ଟି ପୀଟୀଆଈର କିଛି ନେତାମାନେ ଅଭିନନ୍ଦନକୁ ଛାଡିବା ବିରୁଦ୍ଧରେ କେତେକ ସହରରେ ପ୍ରଦର୍ଶନ କରିଥିଲେ ।

ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।