ଭିଡିଓ: ଅଫଗାନୀ ଭାଈଜାନ ‘ଅଭିନନ୍ଦନଙ୍କୁ କଲେ ସ୍ୟାଲୁଟ, ତ ପାକକୁ କହିଲେ କି ‘ତୁ କେବଳ ଭିକ ହିଁ ମାଗୁଥା…’, ଦେଖନ୍ତୁ ଆଉ କଣ କହିଲେ ସେ

ଭାରତୀୟ ବାୟୁସେନାଙ୍କର ବାହାଦୁର ପାଇଲଟ ଅଭିନନ୍ଦନ ଦେଶକୁ ଫେରି ସାରିଛନ୍ତି । ବାହାଦୁର ପାଇଲଟ ଅଭିନନ୍ଦନଙ୍କର ଫେରିବାକୁ ନେଇ କେବଳ ଭାରତରେ ନୁହେଁ ପୁରା ଦୁନିଆରେ ଖୁସିର ବାତାବରଣ ଖେଳି ଯାଇଛି । ଖବର ଅନୁସାରେ ଲୋକମାନେ ସକାଳ ୬ ଟାରୁ ବାଘା ବର୍ଡର ଉପରେ ଯାଇ ପହଞ୍ଚିଥିଲେ ଏବଂ ତାଙ୍କର ସ୍ଵାଗତ ପାଇଁ ଅପେକ୍ଷା କରିଥିଲେ । ହେଲେ ଶେଷରେ ରାତି ୯:୨0 ରେ ଦେଶରେ ପହଞ୍ଚିଥିଲେ ଭାରତର ବୀର ପୁତ୍ର ‘ଅଭିନନ୍ଦନ’ ।

ଭାରତୀୟ ବାୟୁସେନାର ବାହୁଦୂର ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କର ବାହଦୂରୀର ଚର୍ଚା କେବଳ ଭାରତରେ ନୁହେଁ, ବର୍ତ୍ତମାନ ତ ଆଫଗାନିସ୍ତାନରେ ବି ତାଙ୍କର ଚର୍ଚା ହେଉଛି । ଅଭିନନ୍ଦନଙ୍କର ବାହାଦୁରିକୁ ନେଇ ଆଫଗାନିସ୍ତାନର ଭାଈଜାନ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ପାଇଲଟଙ୍କର ବାହଦୁରି ବିଷୟରେ କହୁଛନ୍ତି ।

ଏହା ସହିତ ଆଫଗାନିସ୍ତାନର ଭାଇଜାନ ପୁଣି ଥରେ ପାକିସ୍ତାନକୁ ସତର ଆଇନ ଦେଖାଇଛନ୍ତି । ତାଙ୍କର ଏହି ଭିଡିଓ ବହୁତ ଭାଇରାଲ ହେଉଛି ।

ଅଭିନନ୍ଦନଙ୍କର ବାହାଦୁରିକୁ ଆଫଗାନିସ୍ତାନ କରିଲା ସ୍ୟାଲୁଟ

ଆଫଗାନିସ୍ତାନର ଭାଇଜାନ ସୋସିୟାଲ ମିଡିୟାରେ ଗୋଟିଏ ଭିଡିଓ ପକାଇଛନ୍ତି, ଯେଉଁଥିରେ ସେ ଅଭିନନ୍ଦନଙ୍କର ବାହାଦୁରିକୁ ସ୍ୟାଲୁଟ କରୁଛନ୍ତି । ଆଫଗାନିସ୍ତାନ ଭାଇଜାନ ନିଜ ଭିଡିଓରେ କହୁଛନ୍ତି କି ଯିଏ ନିଜର ମୁଣ୍ଡକୁ ନିଜ ହାତରେ ନେଇ ପାକିସ୍ତାନ ଚାଲିଗଲା, ମୁଁ ନିଜ ଜୀବନରେ ଏହିଭଳି ମଣିଷ କେବେ ବି ଦେଖିନାହିଁ । ଏହି ମଣିଷ କେଉଁ ମାଟିରେ ତିଆରି ହୋଇଛି ! କାସ ସେ ଆମ ଦେଶରେ ଜନ୍ମ ହୋଇଥାନ୍ତେ ।

ସେ ଆଗକୁ କହିଲେ କି ଆଖିରେ ନା ଡର ଏବଂ ନା କୌଣସି ହାରିବାର ଡର, ଶତ୍ରୁ ଦେଶରେ ଏମିତି କଥା କହୁଛନ୍ତି କି ଯେମିତି ନିଜ ଦେଶରେ ଅଛନ୍ତି, ସତରେ ଅଭିନନ୍ଦନଙ୍କୁ ମୋର ସ୍ୟାଲୁଟ । ଏହା ସହିତ ଅଭିନନ୍ଦନଙ୍କର ମାଙ୍କୁ ବି ସ୍ୟାଲୁଟ କରିଥିଲେ ।

ଆଫଗାନିସ୍ତାନ ଭାଇଜାନ ଯେଉଁଠି ଗୋଟିଏ ପଟେ ଭାରତର ବାହାଦୁର ପାଇଲଟଙ୍କୁ ସ୍ୟାଲୁଟ କରିଲେ, ଅନ୍ୟ ପଟେ ପାକିସ୍ତାନର ମଜା ଉଡାଇଛନ୍ତି । ପାକିସ୍ତାନକୁ ଉପଦେଶ ଦେଇ କହିଲେ କି ଅନ୍ୟ ଦେଶ ଠାରୁ ଭିକ ମାଗି ଲଢିବା ଛାଡି ଦିଅ, ନ ହେଲେ ଭାରତ ସାମନାରେ ତୁମର କୌଣସି ଔକାତ ନାହିଁ ।

ଭାରତ ଯେତେବେଳ ପାକିସ୍ତାନ ଭିତରେ ଆସି ଆତଙ୍କି ଠିକଣାକୁ ନଷ୍ଟ କରିଥିଲେ ସେତେବେଳେ ବି ଆଫଗାନିସ୍ତାନ ଭାଇଜାନ ପାକିସ୍ତାନର ବହୁତ ଥଟ୍ଟା କରିଥିଲେ । ସେ ହସି ହସି ପାକିସ୍ତାନକୁ ବେଜ୍ଜିତ କରିଛନ୍ତି । ସେହି ସମୟରେ ସେ କହିଥିଲେ କି ନିଜ ଦେଶର ଗରିବିକୁ ଦୂର କର, ଭାରତ ସହିତ ଯୁଧ୍ୟ କରିବ ତ ଭାରତ ତୁମକୁ ନଷ୍ଟ କରିଦେବ ଏବଂ ଏହି ସମୟରେ ସେ ପିଏମ ମୋଦୀଙ୍କର ବି ପ୍ରଶଂସା କରିଛନ୍ତି ।

ପୋଷ୍ଟଟି ଭଲ ଲାଗିଲେ ସେଆର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।