ବୟସର ଶେଷ ସମୟରେ ବନ୍ଦ କରିଦେଲା ବୁଢୀ ମା’ର ଦାନା ପାଣି, କହିଲା ‘ଭିକ ମାଗି କି ଖା, ହେଲେ ଏଠାକୁ ଆସେ ନା’ ଦେଖନ୍ତୁ ଏହି ବୁଢୀମାର କରୁଣା କାହାଣୀ

ଗୋଟିଏ ମଣିଷ ଜୀବନ ସାରା ର ରୋଜଗାର ନିଜ ପିଲାମାନଙ୍କ ପାଇଁ ଖର୍ଚ୍ଚ କରିଥାଏ ଓ ଗୋଟିଏ ମା ପିଲାମାନଙ୍କର ପୋଷଣ କରିଥାଏ । ଏମିତି ମାନନ୍ତି କି ପୁଅମାନେ ବଂଶକୁ ବଢାଇଥାନ୍ତି ଓ ମାତାପିତାଙ୍କର ବୃଦ୍ଧ ଅବସ୍ଥାରେ ସାହାରା ହୋଇଥାନ୍ତି ଯେତେବେଳେ ସେହି ପୁଅ ଅମଣିଷ ହୋଇଯାଏ ସେତେବେଳେ ସେହି ମାତାପିତା କୁଆଡେ ଯିବେ ? ଆପଣ ତ ସେହି ଲାଇନ ଶୁଣିଥିବେ “ପୁତ୍ର କୁପୂତ୍ର ହୋଇପାରନ୍ତି କିନ୍ତୁ ମାତା କେବେ କୁମାତା ହୋଇ ପାରେନା” । ଏହି ଲାଇନ ବିଲକୁଲ ଠିକ ଲେଖା ଯାଇଛି ।

ପୁତ୍ରକୁ କୁପୂତ୍ର ହେବାରେ ଡେରି ଲାଗି ନଥାଏ ଓ ଏମିତି ମଧ୍ୟପ୍ରଦେଶରେ ହୋଇଛି ଯେବେ ଗୋଟିଏ ବୁଢୀ ମା’କୁ ଭିକାରି କହି ତାର ପୁଅ ଘରୁ ବାହାର କରି ଦେଇଛି । ତିନି ତିନି ପୁଅ ଥାଇ ମଧ୍ୟ ମା’ ଭିକାରି ଭଳି ଜୀବନ କାଟୁଛି । ବୟସର ଶେଷ ସୀମାରେ ବନ୍ଦ କରିଦେଇଛନ୍ତି ବୁଢୀ ମା’ର ଦାନା ପାଣି, ଇଏ କେମିତିକା ସନ୍ତାନ ଯାହାକୁ ମା’ର କଷ୍ଟ ଅନୁଭବ ହେଲା ନାହିଁ ।

ବୟସର ଶେଷ ସୀମାରେ ବନ୍ଦ କରିଦେଇଛନ୍ତି ବୁଢୀ ମା’ର ଦାନା ପାଣି

ପଡି ଉଠି, ସିଧା ହୋଇ ଠିଆ ହୋଇ ପାରୁନଥିବା ଗୋଟିଏ ବୁଢୀ ମା’ ଜନଶୁଣାଣୀ ଅଧିକାରୀଙ୍କୁ ଦେଖା କରିଥିଲେ । ସେଠାରେ ସେ ନିଜ ପୁଆମାନଙ୍କର ଅଭିଯୋଗ କରିଥିଲେ । କାଶିବାଇଙ୍କ ପତିଙ୍କର ଦେଢ ବର୍ଷ ପୂର୍ବେ ନିଧନ ହୋଇଗଲା ଓ ସେବେଠୁ ତାଙ୍କ ପୁଅମାନେ ଜମି ଓ ଘରର ଭାଗ କରି ମା’କୁ ଅଲଗା କରି ଦେଇଛନ୍ତି । ବୁଢୀ ମା’ ର ଦେଖା ରଖାର ଦାୟିତ୍ତ୍ଵ କେହି ନେଲେ ନାହିଁ । 17 ଜୁଲାଇ, 2017 ରେ ଏସଡ଼ିଏମ କୋର୍ଟ ର ଆଦେଶରେ ତିନି ପୁଅଙ୍କୁ ଏକ ଏକ ହଜାର ଟଙ୍କା ପ୍ରତି ମାସରେ ମା’କୁ ଦେବା ପାଇଁ କୁହାଯାଇଥିଲା କିନ୍ତୁ କୌଣସି ପୁଅ ଏହାର ପାଳନ କରି ନଥିଲେ । ଝିଅର ମଧ୍ୟ ଆର୍ଥିକ ସ୍ଥିତି ଭଲ ନୁହେଁ ତେଣୁ ସେ ମା’ ପାଇଁ କିଛି କରି ପାରୁନାହିଁ ।

ପୁରା ମାମଲା କଣ ଅଟେ

କାଶିବାଇ କହିଥିଲେ, “ମୋର ତିନି ପୁଅ ଗିରିଧାରୀ, କିଶନ ଓ ବିଶନ ଅଟନ୍ତି । ଗିରିଧାରୀ ପଶୁ ହସ୍ପିଟାଲ ରେ ଚାକିରି କରେ ଏବଂ କିଶନ ଓ ବିଶନ ଚାଷ ଓ ନେତାଗିରି ରେ ସକ୍ରିୟ ରୁହନ୍ତି । ମୋ ପିତାଙ୍କର ଦୁଇ ସନ୍ତାନ ଥିଲେ, ମୁଁ ଓ ମୋ ଭାଇ । ପିତା ଓ ଭାଇଙ୍କ ମୃତ୍ୟୁ ପରେ ତାଙ୍କର 2 ଏକର ଜମି ମୋ ନାମରେ କରା ଯାଇଥିଲା । କିନ୍ତୁ ମୋ ବଡ ପୁଅ ଗିରିଧାରୀ ତା ବାପାଙ୍କୁ ଫସେଇ ଜମିକୁ ତା ନାମରେ କରି ନେଇଥିଲା । ଏବେ ସେ ମୋତେ ତା ପାଖରେ ରଖୁନାହିଁ ଏବଂ କିଶନ ଓ ବିସନ ରାଗି ଯାଇଛନ୍ତି ଓ କହୁଛନ୍ତି କି ଜମି ଓ ଘର ବାଡି ବଡ ପୁଅକୁ ଦେଇଛୁ ତ ସେଇ ତୋର ଭରଣ ପୋଷଣ କରିବ । ପୁଅମାନେ ମୋତେ ମାରି କି କୁହନ୍ତି କି ‘ଭିକ ମାଗି କି ଖା, ହେଲେ ଏଠାକୁ ଆସେ ନା’ ।

ଏମିତି ପୁଅକୁ ଆପଣମାନେ କଣ କହିବେ ? ଆମର ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାଥନା କି ସେ ମାକୁ ତା ହକ ମିଳୁ ଓ ତା ପୁଅମାନଙ୍କ ମୁଣ୍ଡରେ ଟିକେ ଭଲ ବୁଦ୍ଧି ଆସୁ । ସଚେତନତା ଆଣିବା ପାଇଁ ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।