ଭାରତୀୟ ପାଇଲଟ ଅଭିନନ୍ଦନଙ୍କର ଫେରିବା ଉପରେ ବଲୀଉଡର ଏହି ଷ୍ଟାରମାନେ ଶେୟାର କରିଲେ ନିଜର ଖୁସି, ଜାଣନ୍ତୁ କିଏ କଣ କହିଲେ

ଭାରତର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ ସହିଦ ହୋଇଥିଲେ । ଏମିତିରେ ଆକ୍ରମଣର ଠିକ ୧୨ ଦିନ ପରେ ହିଁ ଭାରତ ସରକାର ଏହା ଉପରେ ଏକ୍ଶନ ନେଇ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲେ । ଏହି ଏୟାର ଷ୍ଟ୍ରାଇକର ଅପରେସନ ୨୧ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଏବଂ ଏଥିରେ ୩୫୦ ଆତଙ୍କି ମରିଥିଲେ ।

କିନ୍ତୁ ଏହି ଆକ୍ରମଣରେ ପାକିସ୍ତାନ ଚୁପଚାପ ରହି ନିଜର ବାୟୁସେନାକୁ ଭାରତରେ ଆକ୍ରମଣ କରିବା ପାଇଁ ପଠାଇ ଥିଲା କିନ୍ତୁ ଭାରତର ବୀର ଯବାନ ତାଙ୍କୁ ଘଉଡାଇଇ ଦେଇଥିଲେ । କିନ୍ତୁ ପାକିସ୍ତାନ ସହିତ ହେଇଥିବା ଏହି ସାମ୍ନାସାମ୍ନୀରେ ଭାରତର ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ବନ୍ଦୀ କରିନେଇଥିଲା । କିନ୍ତୁ ଭାରତର କୂଟନୀତିର ଚାପ ବଳରେ ପାକିସ୍ତାନର ପିଏମ ଇମରାନ ଖାନ ଶୁକ୍ରବାର ଦିନ ଭାରତୀୟ ପାଇଲଟକୁ ଛାଡିଦେଇଛନ୍ତି ।

ଏହି ଖବର ଶୁଣି ଭାରତବାସୀ ବହୁତ ଖୁସି ଅଛନ୍ତି ଏବଂ ଅନ୍ୟ ପଟେ ବଲୀଉଡର ବଡ ବଡ ଷ୍ଟାରମାନଙ୍କର ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ଭାରତୀୟ ପାଇଲଟ ଅଭିନନ୍ଦନଙ୍କର ଫେରିବା ଖବର ଶୁଣିବା ପରେ କେବଳ ଆମର ସେନା ଅଧିକାରୀମାନେ ନୁହେଁ ଦେଶବାସୀମାନଙ୍କ ମନରେ ବି ଖୁସି ଅଛି । ଏବଂ ବଲୀଉଡର କିଛି ଷ୍ଟାରମାନେ ବି ବହୁତ ଖୁସି ଅଛନ୍ତି । ସେ ନିଜର ଖୁସିକୁ ଟ୍ୱୀଟ ମାଧ୍ୟମରେ ଶେୟାର କରିଛନ୍ତି । ବଲୀଉଡର ଅଭିନେତ୍ରୀ ତାପସୀ ପନନୁ ବି ଅଭିନନ୍ଦନଙ୍କର ଫେରିବାକୁ ନେଇ ଟ୍ୱୀଟ କରି ନିଜର ଖୁସିକୁ ଜାହିର କରିଛନ୍ତି ।

ଏହା ସହିତ ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କର ପରିବାର ପାଇଁ ସାହାର୍ଯ୍ୟ କରିଥିବା ଗାୟକ ଦିଲଜୀତ ଦୋସାଂଝ ବି ଟ୍ୱୀଟ ମାଧ୍ୟମରେ ନିଜର ଫ୍ୟାନ ମାନଙ୍କୁ ଏବଂ ଦେଶବାସୀ ମାନଙ୍କୁ ନିଜର ଖୁସି ବିଷୟରେ କହିଛନ୍ତି । ଆମର ବୀର ପାଇଲଟର ଭାରତ ଫେରିବା ଆସିବା ଗୋଟିଏ ପ୍ରକାରର ଆମର ବିଜୟ ଅଟେ ।

କେବଳ ଏତିକି ନୁହେଁ ଅଭିନନ୍ଦନଙ୍କର ଭଲରେ ଫେରି ଆସିବା, ସେଠି ଶତ୍ରୁମାନଙ୍କ ଦ୍ଵାରା ଧରାଯିବା ଦ୍ଵାରା ଭାରତୀୟ ସେନାର ରହସ୍ୟ ଇତ୍ୟାଦି ବିଷୟରେ ନ କହିବା, ତାଙ୍କର ବାହାଦୁରିର ପ୍ରଶଂସା କରିବା ଉପରେ ବହୁତ ବଲୀଉଡ ଷ୍ଟାରମାନେ ଟ୍ୱୀଟ କରି ନିଜର ଖୁସି ଜାହିର କରିଛନ୍ତି । ଯେଉଁଥିରେ ବଲୀଉଡର ଡ୍ରୀମ ଗର୍ଲ ହେମା ମାଳିନୀ ବି ଅଛନ୍ତି ।

ଏହା ଛଡା ବଲୀଉଡର ନିର୍ମାତା ନିର୍ଦେଶକ ମଧୁର ଭଣ୍ଡାରକର ବି ଏଥିରେ ସାମିଲ ଅଛନ୍ତି । ଯିଏକି ଅଭିନନ୍ଦନଙ୍କର ଫେରିବା ଖବର ଶୁଣି ଅଧିକ ଉତ୍ସାହିତ ଅଛନ୍ତି । ଏହି ଲୋକମାନେ ବି ନିଜର ଖୁସିକୁ ଟ୍ୱୀଟର ମାଧ୍ୟମରେ ଦେଶବାସୀଙ୍କୁ ଏବଂ ନିଜର ପ୍ରଶଂସଙ୍କ ସହିତ ଶେୟାର କରିଛନ୍ତି । ଆପଣ ନିଜେ ବି ଏଠି ଦେଖି ପାରିବେ ।

ପୋଷ୍ଟଟିକୁ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।