ଆଉ ରାସ୍ତାରେ ଚାଲି ପାରିବନି 15 ବର୍ଷର ପୁରୁଣା ଗାଡି, ହେଲେ ସ୍କ୍ରାପିଙ୍ଗକୁ ନେଇ ଉଠିଲାଣି ପ୍ରଶ୍ନ, କଣ ହେବ ଏତେ ସବୁ ପୁରୁଣା ଗାଡି ?

ରାସ୍ତାରେ ଆଉ 15 ବର୍ଷର ପୁରୁଣା ଗାଡି ଗଡିବନି । ଅର୍ଥାତ ଗାଡିର ବୟସ 15 ବର୍ଷ ହେବା ମାତ୍ରେ ତାକୁ ରାସ୍ତାରେ ଚାଳିବାରୁ ବିଦାୟ ନେବାକୁ ପଡିବ । ଏପରି ନିୟମ ଜାରି ହେବା ପରେ ଏତେ ସଂଖ୍ୟକ ବୁଢା ଗାଡି ସବୁ କେଉଁଠି ଓ କିପରି ରହିବ ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ସରକାର ଏଣିକି ପୁରୁଣା ଗାଡିକୁ ସ୍କ୍ରାପ କରିବେ । ମିଳିଥିବା ଡାଟା ଅନୁଯାୟୀ, ରାଜ୍ୟର ପ୍ରାୟ 20 ଲକ୍ଷ 39 ହଜାର 500 ଗାଡି ସ୍କ୍ରାପ ହେବ ।

15 ବର୍ଷରୁ ଅଧିକ ବୟସର ଗାଡି ଯାହାର ଫିଟନେସ ନଥିବ ତାକୁ ସ୍କ୍ରାପ କରାଯିବ । ଏଠି ମଧ୍ୟରୁ 12 ଲକ୍ଷ 99 ହଜାର 351ଟି ମୋଟର ସାଇକେଲ, 2 ଲକ୍ଷ 37 ହଜାର 670 ଅନ୍ୟଗାଡି ଓ 12 ହଜାର 369 ଟି ବସ୍ ରହିଛନ୍ତି । ମାର୍ଚ୍ଚ ସୁଦ୍ଧା ଏହିସବୁ ବୁଢା ଗାଡିକୁ ସ୍କ୍ରାପ କରାଯିବାକୁ ଥିବାବେଳେ ଏହାର କାର୍ଯ୍ୟକାରିତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଲାଣି । ରାଜ୍ୟରେ ମାତ୍ର 2ଟି ସ୍ଥାନରେ ସ୍କ୍ରାପ ସେଣ୍ଟର ରହିଛି ।

ଏପରି ସ୍ଥଳେ ରାଜ୍ୟର 20 ଲକ୍ଷ ଗାଡି ସେହି ଦୁଇଟି ମାତ୍ର ସ୍ଥାନରେ କିପରି ରଖାଯିବ ତାହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଦେଖା ଦେଇଛି । କେବଳ ସେତିକି ନୁହେଁ ବରଂ ଅନେକ ଲୋକ ନିଜ ସକ୍ଷମ ଅନୁସାରେ କମ୍ ଟଙ୍କାରେ ପୁରୁଣା ଗାଡି ମଧ୍ୟ କିଣିଥାନ୍ତି । ଏଭଳି ନୂଆ ନିୟମ ଜାରି ହେଲେ ଏଭଳି ଲୋକମାନେ ମଧ୍ୟ ଅସୁବିଧାରେ ପଡିବେ ବୋଲି ଚର୍ଚ୍ଚା ହେଉଛି ।

ଏତେ ସବୁ ଗାଡି ସ୍କ୍ରାପ କରାଯିବାକୁ ଥିବାବେଳେ ଏତେ ସଂଖ୍ୟକ ଗାଡିକୁ କେମିତି ସ୍କ୍ରାପିଙ୍ଗ କରାଯିବ ସେନେଇ ପ୍ରଶ୍ନ ଠିଆ ହେଲାଣି । ଏତେ କମ ସମୟ ମଧ୍ୟରେ ଏତେ ଗୁଡିଏ ଗାଡିକୁ ରାସ୍ତାରୁ ହଟାଇବା ଏକ ସାଂ-ଘା-ତି-କ ନିଷ୍ପତ୍ତି ବୋଲି ଲୋକେ କହୁଛନ୍ତି । ଏମିତି ହେଲେ ଅନେକ ଲୋକ ବେରୋଜଗାର ମଧ୍ୟ ହୋଇଯିବେ ବୋଲି କୁହାଯାଉଛି ।

ସ୍କ୍ରାପ ନେଇ ରାଜ୍ୟରେ କେବେ ଭିତ୍ତିପ୍ରସ୍ତର ସାବ୍ୟସ୍ତ ହେବ ଓ ରାଜ୍ୟର ବିଭିନ୍ନ ସ୍ଥାନରେ କିପରି ସଠିକ ମୂଲ୍ୟ ପାଇପାରିବେ ଏହାକୁ ନେଇ ମଧ୍ୟ ସବୁଠୁ ବଡ ପ୍ରଶ୍ନ ଉଠିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।