ଆଉ ନିଜକୁ ଅଟକେଇ ରଖି ପାରିଲେନି, ସ୍ଵାମୀଙ୍କୁ ଶେଷଥର ଟିକେ ଦେଖିବାକୁ ଦୌଡି ଆସିଲେ Pintu Nanda ଙ୍କ ପତ୍ନୀ Pratibha Nanda

ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିବା ବେଳେ ତାଙ୍କୁ ଶେଷ ଥର ପାଇଁ ଦର୍ଶନ କରିବାକୁ ଆତ୍ମୀୟ ସ୍ଵଜନଙ୍କ ସମେତ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ପହଞ୍ଚିଛନ୍ତି । ଗୋଟିଏ ପଟେ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାରର ପ୍ରସ୍ତୁତି ଚାଲିଛି ଓ ଆଉ ଗୋଟେ ପଟେ କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ପିଣ୍ଟୁଙ୍କ ଅକାଳ ବିୟୋଗରେ ସବୁଆଡେ ଶୋକର କଳା ବାଦଲ ଘୋଟିଯାଇଛି । ପିଣ୍ଟୁ ନନ୍ଦ ତାଙ୍କ ସ୍ତ୍ରୀ ପ୍ରତିଭା ନନ୍ଦଙ୍କ ଠାରୁ ଅଲଗା ହୋଇ ଯାଇଥିବା ଖବର ଶୁଣିବାକୁ ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ଶେଷ ଦର୍ଶନ ପାଇଁ ତାଙ୍କ ପାଖେ ଆସି ପହଞ୍ଚିଛନ୍ତି ।

ପିଣ୍ଟୁ ନନ୍ଦଙ୍କ ଦୁଇ ପୁଅ ମଧ୍ୟ ବାପାଙ୍କୁ ଶେଷ ଥର ଦେଖିବା ପାଇଁ ଆସି ପହଞ୍ଚିଛନ୍ତି । ଦେଢ ବର୍ଷରୁ ଅଧିକ ସମୟ ପିଣ୍ଟୁ ନନ୍ଦ ଓ ତାଙ୍କ ପତ୍ନୀ ପ୍ରତିଭା ନନ୍ଦଙ୍କର ଡିଭୋର୍ସ ହୋଇ ଯାଇଥିବା ବେଳେ ସେମାନେ ଅଲଗା ଅଲଗା ରହୁଥିଲେ ବୋଲି ସୂଚନା ରହିଛି । ପିଣ୍ଟୁଙ୍କ ଦେହ ଖରାପ ଥିବାବେଳେ ମଧ୍ୟ ପ୍ରତିଭାଙ୍କୁ ତାଙ୍କ ପାଖରେ ଦେଖିବାକୁ ମିଳି ନଥିଲା । ହେଲେ ପ୍ରତିଭା ଥରେ କି ଦୁଇଥର କୁଆଡେ ପିଣ୍ଟୁ ନନ୍ଦଙ୍କୁ ଦେଖିବାକୁ ହସ୍ପିଟାଲ ଯାଇଥିବା କଥା ଶୁଣିବାକୁ ମିଳୁଛି ।

ତେବେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ବେଳେ ପ୍ରତିଭା ଶେଷ ଥର ପାଇଁ ତାଙ୍କୁ ଦେଖା କରିବାକୁ ଆସିବେ କି ନାହିଁ ସେନେଇ ଅନେକ ଚର୍ଚ୍ଚା ଆଲୋଚନା ଉଠିଥିଲା । ହେଲେ ସେସବୁକୁ ଖାତିର ନକରି ନିଜ ଦୁଇ ପୁଅଙ୍କ ସହ ସ୍ଵାମୀଙ୍କୁ ଶେଷ ଦର୍ଶନ କରିବାକୁ ଆସି ପହଞ୍ଚିଛନ୍ତି ତାଙ୍କ ସ୍ତ୍ରୀ ପ୍ରତିଭା ।

ପିଣ୍ଟୁ ନନ୍ଦ ଏବଂ ତାଙ୍କ ପତ୍ନୀ ପ୍ରେମ ବିବାହ କରିଥିଲେ । ସେମାନଙ୍କ ମଧ୍ୟରେ ଅତୁଟ ଭଲପାଇବା ଥିଲା । କୌଣସି କାରଣବଶତଃ ଦୁହେଁ ଅଲଗା ହୋଇ ଯାଇଥିଲେ ସତ କିନ୍ତୁ ସେମାନଙ୍କ ପ୍ରେମରେ ସତ୍ୟତା ଥିଲା ତାହା ଆଜି ଦେଖାଇଛନ୍ତି ପ୍ରତିଭା । ସ୍ଵାମୀଙ୍କ ଅକାଳ ବିୟୋଗରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଭୋ ଭୋ କାନ୍ଦୁଥିବାର ଦେଖିବାକୁ ମିଳିଛି ।

ତେବେ ପିଣ୍ଟୁ ନନ୍ଦ ନିଜ ସ୍ତ୍ରୀ କିମ୍ବା ପିଲାଛୁଆଙ୍କ କଥା ମିଡିଆରେ ବେଶୀ ପ୍ରକାଶ କରୁ ନଥିଲେ । ସେ ଯାହା ବି ହେଉ ସ୍ଵାମୀକୁ ହରେଇବାର ଦୁଃଖ ଜଣେ ସ୍ତ୍ରୀ ହିଁ ଅନୁଭବ କରି ପାରୁଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।