ମୋତେ ଛାଡ ମୁଁ ମୋ ସ୍ଵାମୀ ସହ ଯିବି… କାନ୍ଦି କାନ୍ଦି ନୟାନ୍ତ ହେଲେଣି Pintu Nanda ଙ୍କ ପତ୍ନୀ, ଦେଖନ୍ତୁ video

ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସ୍ଵାମୀ ସ୍ତ୍ରୀ ହେବାର ଶପଥ ନିଆଯାଏ । ଆଉ ଏହି ଶପଥକୁ ଗୋଟିଏ ଜନ୍ମ ପାଇଁ ନିଭେଇବା ବି ଅନେକଙ୍କ ପାଇଁ ମୁସ୍କିଲ ହୋଇପଡେ । ଅନେକ କାରଣରୁ ସ୍ଵାମୀ ସ୍ତ୍ରୀ ଓ ଅଲଗା ହେଉଥିବା ଘଟଣା ଆଜି ଦେଖିବାକୁ ମିଳୁଛି । ତେବେ ପିଣ୍ଟୁ ନନ୍ଦଙ୍କ ମାମଲାରେ ଏହା ଟିକିଏ ଅଲଗା କହିଲେ ଚଳେ । କୌଣସି କାରଣବଶତଃ ପିଣ୍ଟୁ ନନ୍ଦ ତାଙ୍କ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି ସତ କିନ୍ତୁ ସେମାନେ ଅଲଗା ହୋଇ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇ ପାରିନାହାନ୍ତି ।

ଯାହା ଆଜି ପିଣ୍ଟୁଙ୍କ ଅନ୍ତିମ ଦର୍ଶନ ବେଳେ ଦେଖିବାକୁ ମିଳିଛି । ପିଣ୍ଟୁ ନନ୍ଦଙ୍କ ପତ୍ନୀ ପ୍ରତିଭା ନନ୍ଦ ସ୍ଵାମୀଙ୍କୁ ଶେଷ ଦର୍ଶନ କରିବାକୁ ଆସି ଅସମ୍ଭାଳ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି । ପିଣ୍ଟୁ ନନ୍ଦଙ୍କୁ ସମସ୍ତେ ଶେଷ ଦର୍ଶନ କରିବା ପରେ ଏବେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପିଣ୍ଟୁ ନନ୍ଦଙ୍କୁ ତାଙ୍କ ଘରୁ ସିଧା ସ୍ଵର୍ଗଦ୍ଵାର ନିଆଯିବ ଓ ସେଠାରେ ତାଙ୍କ ବଡ ପୁଅ ତାଙ୍କୁ ମୁଖାଗ୍ନି ଦେବେ । ଏତିକି ବେଳେ କାନ୍ଦି କାନ୍ଦି ଗଡୁଛନ୍ତି ପିଣ୍ଟୁଙ୍କ ସ୍ତ୍ରୀ ।

ସ୍ଵାମୀଙ୍କ ସହ ଯିବେ ବୋଲି ଜିଦ୍ ଧରିବା ସହ କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲାଣି । ଅଭିନେତା ଦେବାଶିଷ ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ଓ ପାଖରେ ବବି ମିଶ୍ର ମଧ୍ୟ ଠିଆ ହୋଇଛନ୍ତି । ସ୍ଵାମୀଙ୍କ ସହ ଯିବାକୁ ପ୍ରତିଭାଙ୍କୁ କିଏ ମନା କରୁଥିବା ବେଳେ ଆଉ କିଏ କହୁଛି ହଁ ସେ ଯାଆନ୍ତୁ ।

ଏତିକି ବେଳେ ବବି ମିଶ୍ର ଆସି କହିଥିଲେ ସେ ଯଦି ଯିବାକୁ ଚାହୁଁଛନ୍ତି ତେବେ ଯାଆନ୍ତୁ । ପିଣ୍ଟୁ ନନ୍ଦ ଓ ପ୍ରତିଭା ଉଭୟ ପ୍ରେମ ବିବାହ କରିଥିଲେ । ସେମାନଙ୍କ କୋଳରୁ ଦୁଇ ପୁଅ ମଧ୍ୟ ଜନ୍ମ ନେଇଛନ୍ତି । ଗତ ଏକ ବର୍ଷ ଧରି ଉଭୟଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ଚାଲିଥିଲା ଓ ସେମାନେ ଅଲଗା ହୋଇ ଯାଇଥିଲେ । ପିଣ୍ଟୁ ନନ୍ଦ କି ତାଙ୍କ ପତ୍ନୀ ସେମାନଙ୍କ ପାରିବାରିକ ମାମଲାକୁ ନେଇ ବିଶେଷ କିଛି ପ୍ରକାଶ କରନ୍ତି ନାହିଁ ।

ଅଲଗା ହୋଇ ଯାଇଥିଲେ ସତ କିନ୍ତୁ ଆଜି ସବୁ ଅଭିମାନ ମନରୁ ପୋଛି ଦେଇ ସ୍ଵାମୀଙ୍କ ସହ ଯିବାକୁ ଜିଦ୍ ଧରି ବସିଛନ୍ତି ସ୍ତ୍ରୀ । ଯାହା ଦେଖିବା ଲୋକ ମଧ୍ୟ ଭୋ ଭୋ ହୋଇ କାନ୍ଦି ପକାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।