ଆଉ ନାହିଁ ସମୟ, ଏସବୁ ଘଟିବ ହିଁ ଘଟିବ, ଏହା ପୂର୍ବରୁ ସୁଧୁରିଯିବା ଭଲ, ନହେଲେ ଭୋଗିବାକୁ ପଡିବ ଏମିତି -ମାଳିକା ଭବିଷ୍ୟବାଣୀ

ଆଜି ଆମେ ଆପଣଙ୍କ ସାମ୍ନାରେ ପୁଣି ଥରେ ମାଲିକରେ ବର୍ଣିତ ହୋଇଥିବା ଭବିଷ୍ୟତ ବାଣୀକୁ ନେଇ ଆସିଛୁ । କୃଷ୍ଣଙ୍କ ଅନୁସାରେ ସମୟ ପୂର୍ବରୁ କିଛି ହୋଇ ନାହିଁ କି ସମୟ ପରେ କିଛି ହୋଇ ନାହିଁ । ସଠିକ ସମୟରେ ସଠିକ କାମ ହୋଇଥାଏ । ସମୟ ବହୁତ ବଳବାନ । ସମୟ ଯାଏ ସମୟ ଆସେ । ସମୟକୁ କେବେ ବି ନଷ୍ଟ କରନ୍ତୁ ନାହିଁ । କାରଣ ସମୟ ବି ବେଳେ ବେଳେ କାମରେ ଆସେ । ମାଳିକା ଶାସ୍ତ୍ରରେ ବର୍ଣିତ ସମସ୍ତ କଥା ସଠିକ ସମୟରେ ହିଁ ହେବ । କହିଦେଉଛୁ କି ଯାହା ଘଟିବାର ଥିବ ତାହା ନିଶ୍ଚିତ ଘଟିବ । ମହାପୁରୁଷମାନେ ମାଲିକାରେ କହିଲେ କି

ଆଉ ବେଶି ବେଳ ନାହିଁଲୋ ବଉଳ

ନିକଟରେ ହେବ ଦେଖା

ପଞ୍ଚସଖା ମାନେ କହି ଯାଇଛନ୍ତି

ପୁରାଣରେ ଅଛି ଲେଖା ।

ମହାପୁରୁଷ କହିଛନ୍ତି କି ଆଉ ସମୟ ନାହିଁ ଆଗକୁ ଯାହା ଘଟିବାର ଥିବ ତାହା ନିଶ୍ଚିତ ଘଟିବ । ସେଥିପାଇଁ ଭଗବାନଙ୍କ ଶରଣରେ ଯାଆନ୍ତୁ । ମନୁଷ୍ୟ କର୍ମର ହିଁ ଅଧୀନରେ ଅଛି । ବେଳେ ବେଳେ କର୍ମ ହିଁ ଗତି ପ୍ରଦାନ କରେ । ସେଥିପାଇଁ ମନୁଷ୍ୟକୁ ତାହାର କର୍ମର ଫଳ ଭୋଗିବାକୁ ହିଁ ପଡିବ ।

ଥରେ ଗୋଟିଏ ସ୍ତ୍ରୀ ତାହାର ସ୍ଵାମୀକୁ ମାରୁଥିଲା ଓ ଏମିତିରେ ସ୍ଵାମୀ ଚିତ୍କାର କରି କାନ୍ଦୁଥିଲା । ଏହାକୁ ଦେଖି ଜଣେ ବ୍ୟକ୍ତି କାନ୍ଦୁ ଥିବା ବ୍ୟକ୍ତିକୁ ପ୍ରଶ୍ନ କରିଲା ଆରେ ତୋ ସ୍ତ୍ରୀ ତୋତେ ମାରୁଛି ତୁ କିଛି କହୁନୁ କାହିଁକି ? ଏହା ପରେ କାନ୍ଦୁ ଥିବା ବ୍ୟକ୍ତି ଜଣକ କହିଲା କି ମୋ ସ୍ତ୍ରୀ ମୋତେ ମାରୁ ନାହିଁ । ମୋ କର୍ମ ଫଳ ମୋତେ ମାରୁଛି । ମନୁଷ୍ୟ ଯେମେତି କର୍ମ କରିବ ତାହାର ବିବେକ ତାକୁ ଚେତେଇ ଦିଏ ଓ ବିବେକ ଅଧୀନ ନ ହୋଇ ମନର ଅଧୀନ ହେଲେ ମନୁଷ୍ୟ ଭୁଲ କରିଥାଏ । ସେଥିପାଇଁ କର୍ମକୁ ଭୟ କରିବାକୁ ପଡିବ । ଖରାପ କର୍ମ କରିବା ପୂର୍ବରୁ ୫ ଥର ଭାବିବାକୁ ପଡିବ ।

ଥରେ ଜଣେ ସ୍ଵାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପୁଅ ସହିତ କାରରେ ବସି ଯାଉଥିଲେ । ଏହା ଦେଖି ସେହି ବ୍ୟକ୍ତିର ବାପା ନିଜ ପୁଅକୁ ପଚାରିଲେ କି ପୁଅ କୁଆଡେ ଯାଉଛୁ ଏହା ପରେ ପୁଅ ଜବାବ ଦେଲା କି ଗୋଟିଏ ବାହାଘର ଭୋଜିକୁ ଖାଇବା ପାଇଁ ଯାଉଛୁ । ଏହା ପରେ ବୁଢା ବାପା ଜଣକ କହିଲା କି ପୁଅ ମୁଁ କଣ ଖାଇବି । ଏହା ପରେ ପୁଅ ଜବାବ ଦେଲା କି ବାପା ଏହି ପାଖ ମନ୍ଦିରରେ କାହାର ଗୋଟିଏ ଭୋଜିଭାତ ହେଉଛି । ତୁମେ ଖାଇବା ସମୟରେ ସେଠି ଯାଇ ଛିଡା ହବ ଓ ସେମାନେ ତୁମକୁ ଡାକିବେ ତୁମେ ସେଠି ଖାଇ ନବ ।

ଏହା କହି ସ୍ଵାମୀ ସ୍ତ୍ରୀ ନିଜ ପୁଅକୁ ନେଇ ଚାଲିଗଲେ । କିଛି ରାସ୍ତା ଗଲା ପରେ ତାଙ୍କର ପୁଅ କହିବାକୁ ଲାଗିଲା କି ବାପା ମୁଁ ବଡ ହେଲେ ଗୋଟିଏ ବଡ ମନ୍ଦିର କରିବି ବୋଲି ଭାବୁଛି । ଏହା ଶୁଣି ବାପା କହିଲା କି ମୋ ପୁଅର କେତେ ଆଧ୍ୟାତ୍ମିକ ଚିନ୍ତାଧାରା । କିନ୍ତୁ ପୁଆ କହିଲା କି ବାପା ମୋର ଆଧ୍ୟାତ୍ମିକ ଚିନ୍ତାଧାରା ପାଇଁ ମୁଁ ମନ୍ଦିର କରୁ ନାହିଁ । ଭାବୁଛି ମୋ ସ୍ତ୍ରୀକୁ ଧରି ମୁଁ ଯେତେବେଳେ ବାହାରକୁ ଯିବି ସେହି ସମୟରେ ତୁମେ କେଉଁଠି ଖାଇବ ।

ସେହି ସମୟରେ ତୁମେ ଆମ ମନ୍ଦିରରେ ଖାଇବ ଅନ୍ୟ କେଉଁ ସ୍ଥାନକୁ ଯିବାକୁ ପଡିବ ନାହିଁ । ଏହି କଥା ଶୁଣି ବାପା ଆଖିରୁ ଲୁହ ବାହାରିଗଲା ଓ ବୁଝି ଗଲା କି ଆପଣ ଯେଉଁଭଳି କର୍ମ କରିବେ ତାହାର ପ୍ରତିଫଳ ଆପଣଙ୍କୁ ହିଁ ଭୋଗିବାକୁ ପଡିବ । ସେଥିପାଇଁ ବାପା ମାଙ୍କୁ ସେବା କରିବା ଉଚିତ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।