Vastu Shastra- ଭୁଲରେ ବି ଏହି 3 ଜିନିଷକୁ ( ରୋଷେଇ ଘରୁ ) ସରିବାକୁ ଦିଅନ୍ତୁ ନାହିଁ, ଘରକୁ ଆସିଥାଏ ଦରିଦ୍ରତା

ମନୁଷ୍ୟ ଜୀବନରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଅନ୍ୟ ଗୃହ ମାନଙ୍କ ଭଳି ରୋଷେଇ ଘର ହେଉଛି ସୁଖ ଏବଂ ସମୃଦ୍ଧିର ପ୍ରତୀକ । ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଏମିତି କେତେକ ଜିନିଷ ଅଛି ଯାହା କେବେବି ରୋଷେଇ ଘରୁ ଶେଷ ହେବା କଥା ନୁହେଁ । ଯଦି ଏହି ବିଶେଷ ଜିନିଷ ଗୁଡ଼ିକ ସବୁବେଳେ ଆପଣଙ୍କ ରୋଷେଇ ଘରେ ରହିଥାଏ ତେବେ ଆପଣଙ୍କ ଜୀବନରେ ସବୁକିଛି ଉନ୍ନତି ହେବାରେ ଲାଗିଥାଏ ।

ଏବଂ ଧନ ସମ୍ପତି ବୃଦ୍ଧି ହେବା ସହିତ ପରିବାରରେ ଖୁସିର ମହୋଲ ଖେଳି ଯାଇଥାଏ । ତେବେ ଏହି ଜିନିଷ ଗୁଡ଼ିକ ସରିବା ପୂର୍ବରୁ ଆପଣମାନେ ଘରକୁ ନେଇ ଆସନ୍ତୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ରୋଷେଇ ଘରୁ କେବେ ମଧ୍ୟ ସରିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଜାଣିବା ।

ଚାଉଳ:- ରୋଷେଇଘରେ କେବେ ମଧ୍ୟ ଚାଉଳ ଶେଷ ହେବାକୁ ଦିଅନ୍ତୁ ନାହିଁ । ଯଦି ଏପରି ହୁଏ ତେବେ ଜାଣିବେ ଯେ ଘରେ ଶୁକ୍ର ଗ୍ରହର ପ୍ରଭାବ ଶେଷ ହୋଇଯାଇଛି, ତେଣୁ ସୁକ୍ରଗ୍ରହ ବଜାଇ ରଖିବାପାଇଁ ରୋଷେଇଘରେ ସବୁବେଳେ ଗୋଟିଏ ପାତ୍ରରେ ଚାଉଳ ଭର୍ତି କରି ରଖନ୍ତୁ । ଏପରି କଲେ ଆପଣଙ୍କୁ ଅର୍ଣ୍ଣ ର ଅଭାବ ହୋଇନଥାଏ ।

ଲୁଣ:-ରୋଷେଇଘରୁ କେବେବି ଲୁଣ ସରିବା କଥା ନୁହେଁ । ପାଖ ପଡିଶା ଘରକୁ ଲୁଣ କେବେବି ଧାରରେ ମଧ୍ୟ ଦିଅନ୍ତୁ ନାହିଁ । ଏମିତି କଲେ ଗୃହରେ ତନ୍ତ୍ର ଶକ୍ତିର କୁପ୍ରଭାବ ଆପଣଙ୍କ ଗୃହରେ ପଡ଼ିଥାଏ । ଯଦି କେହି ଆପଣଙ୍କୁ ଲୁଣ ଦିଅନ୍ତି ତେବେ ତାହାକୁ ମଧ୍ୟ ରଖନ୍ତୁ ନାହିଁ । ଏପରି କଲେ ଅଶୁଭ ସଙ୍କେତ ମିଳିଥାଏ । ଲୁଣ ଆବଶ୍ୟକ ଜିନିଷ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ସରିଯିବା ପୂର୍ବରୁ ଗୃହକୁ ନେଇ ଆସନ୍ତୁ ।

ଅଟା:- ରୋଷେଇଘରେ କେବେବି ଅଟା ଆଣି ରଖନ୍ତୁ ନାହିଁ । ଯଦି ଅଟା ଶେଷ ହୋଇଯାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ । ନିଜର ମାନ ସମ୍ମାନ ହ୍ରାସ ହୋଇଥାଏ । ଏହା ଦ୍ଵାରା ସବୁ କାମରେ ବାଧା ବିଘ୍ନ ଘଟିଥାଏ । ଯଦି ଅଟା ରଖୁଛନ୍ତି ତେବେ କେବେବି ଏହାକୁ ସରିବାପାଇଁ ଦିଅନ୍ତୁ ନାହିଁ ।

ତେବେ ଆପଣ ଯଦି ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।