Vastu Tips- ଭଗବାନ କୃଷ୍ଣ କହିଛନ୍ତି ଏହି 5 କାରଣରୁ ଲୋକେ ହେଇଯାଆନ୍ତି ଗରିବ, ସେଥିପାଇଁ ଏଥିରୁ ବଞ୍ଚିବା ନିହାତି ଜରୁରୀ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ମନୁଷ୍ୟ ଗରିବ କିମ୍ବା ଧନୀ ନିଜ କାରଣରୁ ହିଁ ହୋଇଥାଏ । ମନୁଷ୍ୟ ତାର କର୍ମ ପାଇଁ ଗରିବ ଓ ଧନୀ ହୋଇଥାଏ । ଖରାପ କାମ କରିଲେ ଖରାପ ଫଳ ଓ ଭଲ କାମ କରିଲେ ଭଲ ଫଳ ମିଳିଥାଏ । ମନୁଷ୍ୟକୁ ଧର୍ମର ମାର୍ଗରେ ଧନ ଉପାର୍ଜନ କରିବା ଉଚିତ ଅଧର୍ମ ମାର୍ଗରେ ନୁହେଁ । କହିବାକୁ ଗେଲେ ବେଳେ ବେଳେ ମନୁଷ୍ୟ ଏମିତି କିଛି କାମ କରିଥାଏ ଯାହାରର ନକରାତ୍ମକ ପ୍ରଭାବ ତାହାରି ଉପରେ ପଡିଥାଏ ।

ଏହା ସହିତ କହିଦେଉଛୁ କି ଯଦି କୌଣସି ବ୍ୟକ୍ତି ଏହି ୫ ଟି କାମ କରିଥାଏ ତେବେ ତାକୁ ଦାରିଦ୍ରତାର ସାମ୍ନା କରିବାକୁ ପଡିଥାଏ । ଉଦାହରଣ ସ୍ୱରୂପ ସୁଦାମାଙ୍କୁ ନିଜ ଭୁଲ ପାଇଁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିଥିଲା । ଯଦି ଏହି ଭୁଲକୁ ସୁଧାରୀ ଦେବେ ତେବେ ବ୍ୟକ୍ତିର ଦାରିଦ୍ରତା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ୫ ଟି କାର୍ଯ୍ୟ ବିଷୟରେ ।

ପ୍ରଥମ

ଯେଉଁ ଗୃହରେ ଭଗବାନଙ୍କୁ ଭୋଗ ନ ଲଗାଇ ଅନ୍ନ ଗ୍ରହଣ କରାଯାଏ ସେହି ଘରେ ଦରିଦ୍ରତା ବୃଦ୍ଧି ହୋଇଥାଏ କାହିଁକି ନା ଯେଉଁ ଭଗବାନ ମନୁଷ୍ୟକୁ ଅନ୍ନ ପ୍ରଦାନ କରିଛନ୍ତି ତାକୁ ଭୁଲି ଯାଆନ୍ତି ତେବେ ଏହା ନିରାଦର ହୋଇଥାଏ । ଘରେ ପ୍ରସ୍ତୁତ ହୋଇଥିବା ଭୋଜନକୁ ପ୍ରଥମେ ଭଗବାନଙ୍କୁ ପରେ ଗୋ ମାତା ଓ କୁକୁରକୁ ଦେବା ଉଚିତ । କାରଣ ଗୋ ମାତାଙ୍କ ଶରୀରରେ ସବୁ ଦେବା ଦେବୀ ବାସ କରିଥାନ୍ତି ଓ ସମସ୍ତଙ୍କୁ କ୍ଷୀର ପ୍ରଦାନ କରିଥାନ୍ତି । ସେଥିପାଇଁ ଗୋମାତାଙ୍କୁ ରୁଟି ଖୁଆଇବା ପୂଣ୍ୟ କାମ ଅଟେ । ଯେଉଁ ଘରେ ଦେବା ଦେବୀଙ୍କୁ ଭୋଗ ପ୍ରଦାନ କରା ନ ଯାଏ ଓ ପଶୁଙ୍କ ସେବା କରନ୍ତି ନାହିଁ ସେଠାରେ ଦାରିଦ୍ର୍ୟତା ଓ କ୍ଲେଶ ବଢିଥାଏ ।

ଦ୍ଵିତୀୟ

ଯେଉଁ ଘରର ବ୍ୟକ୍ତି ମାନେ ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରନ୍ତି ନାହିଁ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଦାନ କରିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । ଏପରି ନ କରିବା ଦ୍ଵାରା ଧନ ନଷ୍ଟ ହୋଇଥାଏ । ସେଥିପାଇଁ ମନୁଷ୍ୟକୁ ସାମର୍ଥ୍ୟ ଅନୁସାରେ ଗରିବ ଲୋକଙ୍କୁ ଦାନ କରିବା ଉଚିତ । ଘରକୁ ଆସିଥିବା ଭିକାରିକୁ ନିଶ୍ଚିତ ରୂପରେ କିଛି ଦାନ କରିବା ଉଚିତ ।

ତୃତୀୟ

ସ୍ତ୍ରୀ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ଏମିତିରେ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ ସହ ହିଂସା କରିଥାଏ ସେ ପାପୀ ହୋଇଥାଏ ଓ ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ଷୁବ୍ଧ ହୋଇଥାନ୍ତି । ଯେଉଁ ଘରେ ସ୍ତ୍ରୀ ସବୁବେଳେ ଖୁସିରେ ଥାନ୍ତି ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଯେଉଁ ଘରେ ସ୍ତ୍ରୀ ସବୁବେଳେ ଶୋକ କରିଥାଏ ସେହି ଘରେ ଦରିଦ୍ର୍ୟତା ବଢିଥାଏ ।

ଚତୁର୍ଥ

ଯେଉଁ ଘରର ସଦସ୍ୟମାନେ ମଦ ସେବନ କରନ୍ତି ଓ ଜୁଆ ଖେଳନ୍ତି ସେହି ସଦସ୍ୟଙ୍କର ସବୁ ପୂଣ୍ୟ ଫଳ ନଷ୍ଟ ହୋଇଥାଏ । ଜୁଆ ଖେଳିବା ଫଳରେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଧନର ଦୁରୁପଯୋଗ କରିବା ଦ୍ଵାରା ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।

ପଞ୍ଚମ

ପର ସ୍ତ୍ରୀ ପ୍ରତି ଯେଉଁ ପୁରୁଷ ମାନେ ଆକର୍ଷିତ ହୋଇଥାନ୍ତି । ତାଙ୍କର ଦିନେ ନା ଦିନେ ଅନ୍ତ ହୋଇଥାଏ । ନିଜ ସ୍ତ୍ରୀ ଛଡା ଅନ୍ୟ ସ୍ତ୍ରୀଙ୍କୁ ଭଲ ପାଆନ୍ତୁ ନାହିଁ । ଏହା ପାପ ଅଟେ ଯାହା ଦ୍ଵାରା ଲକ୍ଷ୍ମୀ ରାଗି ଯାଇଥାନ୍ତି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।