ଆଉ ଚଳିବନି 500 ଟଙ୍କିଆ ନୋଟ୍ ! ଜାଣନ୍ତୁ କେଉଁ ନୂଆ ନିୟମ ଜାରି କଲା RBI, ଜଲ୍ଦି ଦେଖନ୍ତୁ !

5 ଶହ ଟଙ୍କିଆ ନୋଟକୁ ନେଇ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI) ଜାରି କଲା ନୂଆ ନିୟମ । ଭାରତରେ ପ୍ରଚଳିତ ହେଉଥିବା ସବୁ ଟଙ୍କା ପଇସା ନିୟମ ଜାରି କରିଥାଏ RBI । କେଉଁ ଟଙ୍କା ଉପରେ ରୋକ ଲଗାଯିବ ଓ କେତେ ଟଙ୍କା ଛପାଯିବ ଏସବୁ ନିୟମ ଜାରି କରିଥାଏ RBI । ତେଣୁ 5 ଶହ ଟଙ୍କିଆ ନୋଟକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି RBI । ଯାହା ସାଧାରଣ ଜନତା ଜାଣି ରଖିବା ନିହାତି ଆବଶ୍ୟକ ।

ଯଦି ଆପଣଙ୍କ ପାଖେ 5 ଶହ ଟଙ୍କିଆ ନୋଟ ରହିଛି କିମ୍ବା ଘରେ ବିଡା ବିଡା 5 ଶହ ଟଙ୍କିଆ ନୋଟକୁ ଲୁଚେଇ ରଖିଛନ୍ତି ତେବେ ଖାସ କରି ଆପଣ ଏହି ସୂଚନା ଜାଣିରଖିବା ଉଚିତ । କାରଣ RBI ର ନୂଆ ନିୟମ ଅନୁଯାୟୀ ଆପଣଙ୍କ ପାଖେ ଥିବା ଖରାପ ବଜାରରେ ଆଉ ଚଳିବନି । ଯେଉଁଥି ପାଇଁ ଆପଣ ଅନେକ ଅସୁବିଧାର ସମୁଖୀନ ହୋଇପାରନ୍ତି । ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ନୂଆ ନିୟମ ଅନୁଯାୟୀ ଯଦି ଆପଣଙ୍କ ପାଖେ ପୁରୁଣା, ଚିରାଫଟା କିମ୍ବା ରଙ୍ଗ ଲଗା ନୋଟ ରହିଛି ତେବେ ବଜାରରେ ତାହ ଆଉ ଚଳିବନି ।

ହେଲେ ଏଥିପାଇଁ ଆପଣଙ୍କୁ ଭୟ କରିବାର କିଛି ଆବଶ୍ୟକତା ନାହିଁ । କାରଣ ଏସବୁ ନୋଟ ବିଲକୁଲ ନଷ୍ଟ ହେବନାହିଁ । ଆପଣଙ୍କ ପାଖେ ଯଦି ଏଭଳି କିଛି ନୋଟ ରହିଛି ତେବେ ଯେକୌଣସି ବ୍ଯାଙ୍କ ବ୍ରାଞ୍ଚକୁ ଯାଇ ଆପଣ ଏହା ବଦଳାଇ ପାରିବେ । କୌଣସି ବ୍ଯାଙ୍କ ଏହି ନୋଟ ବଦଳାଇବା ପାଇଁ ମନା କରିପାରିବେ ନାହିଁ । ଯଦି କୌଣସି ବ୍ଯାଙ୍କ ଏହି ନୋଟ ନେବା ପାଇଁ ମନା କରେ ତେବେ ଆପଣ RBI ର ଅଫିସିଆଲ ୱେବସାଇଟକୁ ଯାଇ ଏନେଇ ଅଭିଯୋଗ ମଧ୍ୟ କରିପାରିବେ ।

ତେବେ କେଉଁ ନୋଟ ଚଳିବନି ବା ବଜାରରେ ଚାଲିବା ଯୋଗ୍ୟ ନୁହେଁ ତାହା ଆପଣ କେମିତି ଜାଣିବେ ? ଯଦି ଆପଣଙ୍କ ନୋଟ ଆରମ୍ଭରୁ ମଝି ଯାଏଁ ଫାଟି ଯାଇଛି ତେବେ ତାକୁ ଖରାପ ବା ଅନଫିଟ୍ ବୋଲି କୁହାଯିବ । ସେହିପରି ନୋଟ ଯଦି ଅପରିଷ୍କାର ହୋଇଛି ବା ସେଥିରେ ମାଟି କିମ୍ବା ରଙ୍ଗ ଲାଗିଛି ଏବଂ କିଛି ଲେଖା ହୋଇଛି ତାକୁ ମଧ୍ୟ ଅନଫିଟ୍ ନୋଟ ବୋଲି କୁହାଯିବ ।

ନୋଟ ବହୁତ ମାତ୍ରାରେ ବ୍ୟବହାର ହେବା ପରେ ଏହା ପୁରୁଣା ହୋଇ ରଙ୍ଗ ଉଡିଯାଏ, ସେହିଭଳି ନୋଟ ମଧ୍ୟ ଅନଫିଟ ବୋଲି କୁହାଯିବ । ବେଳେବେଳେ ATM ରୁ ମଧ୍ୟ ଏଭଳି ନୋଟ ବାହାରିଥାଏ । ତେବେ ଏସବୁ ନୋଟ ଆପଣ ନିକଟସ୍ଥ ବ୍ଯାଙ୍କ ବ୍ରାଞ୍ଚରେ ବଦଳି କରି ନୂଆ ନୋଟ ଆଣିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।