ଭୟଙ୍କର ହେବ ପଶ୍ଚିମା ଝଡ ! ଏହି 7 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଲା ପାଣିପାଗ କେନ୍ଦ୍ର, ଶୁଣନ୍ତୁ କଣ କହୁଛନ୍ତି ପାଣିପାଗ ବିଜ୍ଞାନୀ Prof. Sandeep Pattnaik

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ପବନ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ପବନ ଓ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଏହା ଯୋଗୁଁ  7 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବାଲେଶ୍ଵର, କଟକ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ସହ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ବିଜୁଳି, ଘଡଘଡି ସହ ବର୍ଷା ପବନ ହେବ ଏବଂ ଏହି ସମୟରେ ପବନର ବେଗ 50 ରୁ 60 କିମି ରହିବ ବୋଲି ବିଭାଗ କହିଛି । ବର୍ଷା ପ୍ରଭାବ ଯୋଗୁଁ ରାଜ୍ୟରେ ଗତ ଦୁଇରୁ ତିନିଦିନ ଧରି ତାପମାତ୍ରା ଖସିଛି । ତେବେ ବର୍ଷା ଛାଡିବାର ଦିନକ ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ସବୁଠୁ ଖାସ କଥା ହେଲା ଆସନ୍ତା ତିନି ଘଣ୍ଟା ପାଇଁ ଉପରୋକ୍ତ 7 ଟି ଜିଲ୍ଲାକୁ ରେଡ୍ ]ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଏହି ସମୟରେ ଖୁବ ଜୋରରେ ବର୍ଷା ଓ ପବନ ସହ ଘଡଘଡି ମାରିବାର ମଧ୍ୟ ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଓଡିଶା ଓ ତତସଲଗ୍ନ ଜିଲ୍ଲା ମାନଙ୍କରେ ଏଭଳି ଝଡ ତୋଫାନ ଦେଖିବାକୁ ମିଳୁଛି, ଯାହାକି ଆହୁରି 48 ଘଣ୍ଟା ଯାଏଁ ଜାରି ରହିବ ଓ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ ।

ତେବେ ଝଡ ବର୍ଷାର ପ୍ରଭାବ ପଶ୍ଚିମ ଓଡିଶାରେ ମଧ୍ୟ ଦେଖିବାକୁ ମିଳିବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି । ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ମାଲକାନାଗିରି, ରାୟଗଡା ଏବଂ ଦକ୍ଷିଣ ଓଡିଶାର ଗଜପତି ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ଝଡର ପ୍ରଭାବ ଦେଖିବାକୁ ମିଳିବ । ବର୍ଷା ଓ ପବନ କୋଷ୍ଟାଲ ଓଡିଶାରେ ଜାରି ରହିବା ସହ 22 ତାରିଖ ବେଳକୁ ପଶ୍ଚିମା ଝଡର ପ୍ରଭାବ ଅନେକାଂଶରେ କମିଯିବ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି ।

କିନ୍ତୁ କୋଷ୍ଟାଲ ଓଡିଶାରେ ଏହି ପ୍ରଭାବ 23 ତାରିଖ ପରଠାରୁ କମିବାକୁ ଲାଗିବ । କିନ୍ତୁ 24 ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ ପ୍ରବେଶ କରିବାର ସମ୍ଭାବନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।