ପଖାଳ ସମସ୍ତେ ଖାଆନ୍ତି ହେଲେ ମାନନ୍ତିନି… ପିଆଜ କଞ୍ଚାଲଙ୍କା ସହ ଖଟା ଟିକେ ଚକଟି ଦେଲେ… ଦେଖନ୍ତୁ video

ପ୍ରତିଟି ଓଡିଆ ଘରର ପ୍ରିୟ ଖାଦ୍ଯ ହେଉଛି ପଖାଳ । ଖାସ କରି ଖରାଦିନେ ଓଡିଶାର ପ୍ରାୟ ଘରେ ଘରେ ଲୋକେ ପଖାଳ ଖାଇବାକୁ ଭଲପାଆନ୍ତି । ପଖାଳକୁ ଗରିବଙ୍କ ଖାଦ୍ଯ କହି ଅନେକ ଥଟ୍ଟା କରୁଥିଲେ ମଧ୍ୟ ପଖାଳର ଔଷଧୀୟ ଗୁଣ ବିଷୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିସାରିଛି । ଆଉ ଏବେ କେବଳ ଓଡିଶା ନୁହେଁ ବରଂ ଭାରତ ସମେତ ବିଦେଶରେ ଲୋକମାନେ ମଧ୍ୟ ପଖାଳ ବିଷୟରେ ଜାଣିବାକୁ ପାଉଛନ୍ତି । ପ୍ରତିବର୍ଷ ମାର୍ଚ୍ଚ ମାସ 20 ତାରିଖକୁ ବିଶ୍ଵ ପଖାଳ ଦିବସ ରୂପେ ପାଳନ କରାଯାଏ ।

ଆଉ ପଖାଳ ଦିବସ ଉପଲକ୍ଷେ ଓଡିଆ ପରମ୍ପରା ଓ ଖାଦ୍ୟକୁ ସେଲିବ୍ରେଟ କରିବାକୁ ପ୍ରୟାସ ପ୍ରୟାସ କରାଯାଇଛି । ଆଉ ଏହି ଦିଗରେ ଅନେକ ବଡ ବଡ ହୋଟେଲ ଏବଂ କଲେଜ ସବୁ ଆଗେଇ ଆସିଛନ୍ତି । ବିଜୁ ପଟ୍ଟନାୟକ ହୋଟେଲ ମ୍ୟାନେଜମେଣ୍ଟ କଲେଜ ପକ୍ଷରୁ ବିଶ୍ଵ ପଖାଳ ଦିବସ ଅବସରରେ ଏକ ପଖାଳ ଖିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ଅନେକ ବଡ ବଡ ପ୍ରଫେସର, ଡାକ୍ତର ଓ ସେଫ୍ ଙ୍କ ସମେତ ଓଡିଆ ଅଭିନେତା ମଧ୍ୟ ଯୋଗ ଦେଇଥିଲେ ।

ତାଙ୍କୁ ଆପଣ ଅନେକ ଧାରାବାହିକ ଓ ଫିଲ୍ମ ମାନଙ୍କରେ ଅଭିନୟ କରିବାର ଦେଖିଥିବେ । ନିଜ ନିଖୁଣ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରାନ୍ତି । ତେବେ ଅଭିନେତା ଜଣକ ଓଡିଆ ଖାଦ୍ଯ ପଖାଳ ପ୍ରତି ନିଜର ଭଲପାଇବାକୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ପଖାଳ ସାଙ୍ଗକୁ ବଡି ପୋଡା, ଆଳୁ ପୋଡା ଚକଟା ସହ ପିଆଜ ଲଙ୍କା ମନ୍ଥିକି ଖାଇଲେ ଯୋଉ ସୁଆଦ ଆଉ ଶାନ୍ତି ମିଳେ ତାହା ଅନ୍ୟ କେଉଁ ଖାଦ୍ଯରେ ନଥାଏ ବୋଲି ସେ କହିଛନ୍ତି ।

ଓଡିଶାର ସହର ଅପେକ୍ଷା ଗାଁ ଗଣ୍ଡାରେ ଲୋକେ ଘରେ ଘରେ ପଖାଳ ଖାଇବାକୁ ପସନ୍ଦ କରନ୍ତି । ପଖାଳ ସାଙ୍ଗକୁ ବିଭିନ୍ନ ଚଟଣି, ଭଜାଭଜି ଓ ଚିଙ୍ଗୁଡି, ଶୁଖୁଆ ଆଦି ଖାଇବାର ମଜା ଖୁବ ଅଲଗା । ଗାଁରୁ ଲୋକେ ଆସି ସହରରେ ରହିବା ପରେ ବି ପଖାଳକୁ କେହି କେବେ ଭୁଲି ପାରନ୍ତିନି । ତେବେ ଅନେକ ବଡବଡିଆ ଲୋକ ପଖାଳ ଖାଆନ୍ତି ନାହିଁ ବୋଲି କହୁଥିବା ବେଳେ ଏନେଇ ଅଭିନେତା ଜଣକ କହିଛନ୍ତି କି, ବଡବଡିଆ ମାନେ ଲୁଚିକି ପଖାଳ ଖାଆନ୍ତି ହେଲେ ମନା କରନ୍ତି ।

ଅଭିନେତାଙ୍କ ଏଭଳି ବୟାନ ସମସ୍ତଙ୍କ ମନକୁ ବେଶ ଛୁଇଁଛି । ତେବେ ଆଜି ବିଶ୍ଵ ପଖାଳ ଦିବସରେ ଆପଣ ମଧ୍ୟ ପଖାଳ ସ୍ଵାଦ ନିଅନ୍ତୁ ଓ ପଖାଳ ଖାଇବାକୁ ଆପଣଙ୍କୁ କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।