ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ କରିଦେବ ଧନବାନ, କୌଣସି ଗୋଟିଏ ର କରନ୍ତୁ ପାଳନ, ମା ଲକ୍ଷ୍ମୀ ଭରିଦେବେ ଧନର ଭଣ୍ଡାର

ଏହି ସଂସାରରେ ଧନ କମାଇବାର ମଉକା ସମସ୍ତେ ଖୋଜିଥାନ୍ତି । କିନ୍ତୁ ସମସ୍ତେ ଅଧିକ ଧନ କମାଇବାରେ ସଫଳ ହୋଇ ପାରନ୍ତି ନାହିଁ । ଅଧିକାଂଶ ଲୋକଙ୍କର ସ୍ଵପ୍ନ ଅଧୁରା ରହିଯାଇଥାଏ । ଲକ୍ଷେ ଚେଷ୍ଟା କଲା ପରେ ମଧ୍ୟ ବ୍ୟକ୍ତିକୁ ଧନର ପ୍ରାପ୍ତି ହୋଇପାରେ ନାହିଁ । ଯେଉଁଥି ପାଇଁ ବହୁତ ଲୋକ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ସମସ୍ତେ ସଠିକ ଓ ସରଳ ଉପାୟ କରିବାକୁ ଚାହାଁନ୍ତି ।

ଯେମିତି କି ଆମେ ସମସ୍ତେ ଜାଣିଛୁ ଧନ ପ୍ରାପ୍ତି ପାଇଁ ମା’ ଲକ୍ଷ୍ମୀଙ୍କର କୃପା ହେବା ବହୁତ ଜରୁରୀ ଅଟେ । ଯଦି ତାଙ୍କର କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ଅଛି ତେବେ ସେହି ବ୍ଯକ୍ତିର ଜୀବନରୁ ଧନ ସମ୍ବନ୍ଧୀୟ ବହୁତ ସମସ୍ଯା ଦୂର ହୋଇଥାଏ ଓ ବ୍ୟକ୍ତି ଧନବାନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଧନବାନ ହେବାର ଏକଦମ ସରଳ ଉପାୟ କହିବାକୁ ଯାଉଛୁ । ଯଦି ଆପଣ ଏଥି ମଧ୍ୟରୁ କୌଣସି ଗୋଟିଏ ନିୟମିତ ରୂପରେ ପାଳନ କରନ୍ତି ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଧନ ସମ୍ବନ୍ଧିତ ସମସ୍ଯା ଜୀବନରୁ ଶେଷ ହୋଇଯିବ ।

ଏହି ଭଲ ଅଭ୍ଯାସ ଦ୍ଵାରା ହୋଇ ପାରିବେ ଧନବାନ

୧. ବ୍ୟକ୍ତିକୁ ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ବି ପୂଜା କରିବା ଆବଶ୍ୟକ । ଏହା ଦ୍ଵାରା ଦୁଇ ଜଣଙ୍କ କୃପା ପ୍ରାପ୍ତ ହୋଇଥାଏ ।

୨. ମନୁଷ୍ୟକୁ ସପ୍ତାହରେ କୌଣସି ନା କୌଣସି ଗୋଟିଏ ବ୍ରତ ଅବଶ୍ୟ କରିବା ଆବଶ୍ୟକ । ଯଦି କେହି ସୋମବାର ଦିନ ବ୍ରତ କରେ ତେବେ ଏହା ଦ୍ଵାରା ଚନ୍ଦ୍ରମା ପ୍ରସନ୍ନ ହୋଇଥାନ୍ତି, ଚନ୍ଦ୍ରମାଙ୍କୁ ଧନର କାରକ କୁହାଯାଏ । ଯଦି ଆପଣ ମଙ୍ଗଳବାରକୁ ବ୍ରତ କରନ୍ତି ତେବେ ଏହା ଦ୍ଵାରା ବଜରଙ୍ଗବଲି ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ବୁଧବାରକୁ ବ୍ରତ କରନ୍ତି ତେବେ ଏହା ଦ୍ଵାରା ଗଣେଶ ଭଗବାନ ପ୍ରସନ୍ନ ହୋଇଥାନ୍ତି ।

 

ଗୁରୁବାର ଦିନ ବ୍ରତ କରିବା ଦ୍ଵାରା ବିଷ୍ଣୁଙ୍କର କୃପା ମିଳିଥାଏ । ଶୁକ୍ରବାର ଦିନ ବ୍ରତ କରିବା ଦ୍ଵାରା ଧନର ଦେବୀ ମାତା ଲକ୍ଷ୍ମୀଙ୍କର କୃପା ମିଳିଥାଏ । ଶନିବାର ଦିନ ବ୍ରତ କରିବା ଦ୍ଵାରା ଶନିଦେବ କୃପା କରିଥାନ୍ତି ଓ ରବିବାର ଦିନ ବ୍ରତ କରିବା ଦ୍ଵାରା ସୂର୍ଯ୍ୟ ଦେବତା ପ୍ରସନ୍ନ ହୋଇଥାନ୍ତି ଓ ଖୁସି ହୋଇ ଧନ ସୁଖ ଓ ସୌଭାଗ୍ୟର ବର ଦେଇଥାନ୍ତି ।

୩. ଯଦି ବ୍ୟକ୍ତି ଶ୍ରୀ ଲକ୍ଷ୍ମୀସୂକ୍ତ ର ପାଠ କରିଥାଏ ତେବେ ଏହା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୪. ଆପଣ ନିଜ ଘରକୁ ସଫା ସୁତୁରା ରଖନ୍ତୁ ଏହା ଦ୍ଵାରା ଆପାଣଙ୍କ ଘରେ ଧନ ବଢିବ ।

୫. ବ୍ୟକ୍ତିକୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କର ପୂଜା ଅବଶ୍ୟ କରିବା ଆବଶ୍ୟକ ।

୬. ଆପଣ ପ୍ରତିଦିନ ନିୟମିତ ରୂପରେ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ । ଆପଣ ଶିବଲିଙ୍ଗରେ ବେଲ ପତ୍ର ଓ ଅକ୍ଷତ ଅର୍ପଣ କରନ୍ତୁ ।

୭. ଆପଣ ସନ୍ଧ୍ୟା ସମୟରେ ନିଜ ଘର ପାଖରେ ଥିବା କୌଣସି ମନ୍ଦିରକୁ ଯାଇ ଦୀପ ଅବଶ୍ୟ ଲଗାନ୍ତୁ ।

୮. ବ୍ୟକ୍ତିକୁ ଅନ୍ୟ କାହାର ଖରାପ କରିବାରୁ ବଞ୍ଚିବା ଆବଶ୍ୟକ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।