ଡାଇବେଟିସର ପୂର୍ବରୁ ଶରୀରରେ ଦେଖା ଯାଇଥାଏ ଏହି ସବୁ ଲକ୍ଷଣ, କରନ୍ତୁ ନାହିଁ ନଜର ଅନ୍ଦାଜ, ଜାଣନ୍ତୁ

ଆଜିକାଲିର ଲାଇଫଷ୍ଟାଇଲରେ ଅନିୟମିତ ଜୀବନଶୈଳୀ କାରଣରୁ ଲୋକମାନେ ରୋଗର ଶିକାର ହେଉଛନ୍ତି । ଡାୟବିଟୀଜ ଏକ ଏମିତି ରୋଗ ଅଟେ ଯାହା ପ୍ରାୟତଃ ଲୋକମାନଙ୍କୁ ନିଜର କରି ନେଇଛି । ଯାହାକୁ ସୁଗାର ବି କୁହାଯାଏ । ଡାୟବିଟୀଜ ବହୁତ ଘାତକ ରୋଗ ବି ଅଟେ । ଏହା ଶରୀରର ସମସ୍ତ ଅଂସକୁ ଧୀରେ ଧୀରେ ଖରାପ କରିବାର କ୍ଷମତା ରଖିଥାଏ । ଏହି ରୋଗରେ ରକ୍ତରେ ସୁଗାର ମାତ୍ରା ବଢିବା ଦ୍ଵାରା ଶରୀରରେ ଅଙ୍ଗ କାମ କରିବାରେ ଅସୁବିଧା ହୋଇଥାଏ ।

ଏମିତିରେ ଜରୁରୀ ହୋଇଥାଏ କି ଏହି ରୋଗର ଲକ୍ଷଣ ବିଷୟରେ ଜାଣି ଏହାକୁ ବଢିବା ଠାରୁ କମ କରିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଡାୟବିଟୀଜର ଆରମ୍ଭ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।

ଡାୟବିଟୀଜର ଆରମ୍ଭ ଲକ୍ଷଣ –

ଶରୀର ଉପରେ ଦାଗ ଓ ଚିହ୍ନ –

ଯେଉଁ ଲୋକମାନଙ୍କୁ ପ୍ରୀ ଡାୟବିଟୀଜ ହୋଇଥାଏ, ତାଙ୍କର ତ୍ଵାଚା ସମ୍ବନ୍ଧିତ ସମସ୍ୟା ହୋଇଥାଏ । ଏହିଭଳି ସମସ୍ୟାରେ ଶରୀରର ବିଭିନ୍ନ ଅଂସରେ ତ୍ଵଚା ଉପରେ ଗଭୀର ଓ କଳା ଦାଗ ହୋଇଯାଏ । ସାଧାରଣତଃ ଏହି ଚିହ୍ନ ବେକ ପଛରେ ଓ ଜଙ୍ଘରେ ଦେଖା ଯାଇଥାଏ ।

ସବୁବେଳେ କ୍ଳାନ୍ତ ଲାଗିବା –

ସବୁଦିନ ଅଳ୍ପ କାମ କରିଲେ ବି କ୍ଳାନ୍ତ ଲାଗିବ ଓ ଏହା ସହିତ ରାତିରେ ୮ ଘଣ୍ଟା ଶୋଇବା ପରେ ବି ନିଦ ଲାଗିବ ନାହିଁ ତେବେ ଆପଣଙ୍କୁ ଡାୟବିଟୀଜ ହେବାର ସମ୍ଭାବନା ହୋଇଥାଏ । ଯଦି ଆପଣ ସବୁବେଳେ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଥରେ ନିଜର ବ୍ଲଡ ସୁଗାର ଲେବୁଲକୁ ଯାଞ୍ଚ କରି ନିଅନ୍ତୁ ।

ସବୁ କଥାରେ ଚିଡି ଯିବା –

ଯଦି ଆପଣ ଅଚାନକ ଅଳ୍ପ ଅଳ୍ପ କଥାରେ ଚିଡି ଯାଉଛନ୍ତି ଅର୍ଥାତ ଆପଣଙ୍କ ସ୍ଵଭାବ ଚିଡି ଚିଡା ହୋଇ ଯାଇଛି ତେବେ ଏହା ଡାୟବିଟୀଜର ଲକ୍ଷଣ ହୋଇପାରେ । ଏମିତିରେ ମନୁଷ୍ୟର ମନ କୌଣସି ବି କାମରେ ଲାଗେ ନାହିଁ ।

ବାରମ୍ବାର ପରିସ୍ରା ଲାଗିବା –

ବାରମ୍ବାର ପରିସ୍ରା ଲାଗିବା ବି ଡାୟବିଟୀଜର ଆରମ୍ଭ ଲକ୍ଷଣ ହୋଇପାରେ । ଯଦି ଆପଣଙ୍କୁ ସାମାନ୍ୟ ଠାରୁ ଅଧିକ ଶୋଷ ଲାଗୁଛି କିମ୍ବା ପର୍ଯ୍ୟାପ୍ତ ପାଣି ପିଇବା ପରେ ବି ଜଲ୍ଦି ଶୋଷ ଲାଗୁଛି ତେବେ ଆପଣ ନିଜର ଡାୟବିଟୀଜର ଯାଞ୍ଚ କରି ନିଅନ୍ତୁ ।

ଆଘାତ ଓ ଛାଲୋ ହେବା –

ଡାୟବିଟୀଜ ଲୋକମାନଙ୍କର ମନକୁ ମନ ଛାଲ ଉଠିଯିବା ଅନିୟନ୍ତ୍ରିତ ବ୍ଲଡ ସୁଗାର ଲେବୁଲର ପରିଣାମ ହୋଇଥାଏ । ଡାୟବିଟୀଜ କାରଣରୁ ଛାଲ ପ୍ରାୟତଃ ଆଙ୍ଗୁଠି, ଆଣ୍ଠୁ ଓ ଗୋଡରେ ହୋଇଥାଏ । ଏମିତିରେ ଘା ଓ ଛାଲ କାହିଁକି ହୋଇଥାଏ ଏହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।