ଆପଣଙ୍କର ହାତରେ ଥିବା ସନ୍ତାନ ରେଖା କହିବ ଆପଣଙ୍କ ଭାଗ୍ୟରେ ଅଛି କେତୋଟି ସନ୍ତାନ, ଦେଖନ୍ତୁ କେମିତି ଜାଣିବେ

ସମସ୍ତେ ଏହି ଦୁନିଆରେ ସବୁ ଜିନିଷକୁ ଘଟିବା ପୂର୍ବରୁ ଜାଣିବାକୁ ଚାହିଁ ଥାଆନ୍ତି । ଏମିତିରେ ଯଦି କଥା ଉଠେ ବୈବାହିକ ଜୀବନରେ ଆସିବାକୁ ଥିବା ସନ୍ତାନର ,ତେବେ ତା’ର ଅଭିଳାସା ସମସ୍ତଙ୍କୁ ବହୁତ ବେଶି ହୋଇଥାଏ ଏବଂ ଏହାର ଇଛୁକତା ବେଶୀ ହୋଇଥାଏ କି କେତୋଟି ପିଲା ସୁଖ ତାଙ୍କ ଭାଗ୍ୟରେ ଲେଖା ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଭାଗ୍ୟରେ ସନ୍ତାନର ସୁଖ ବିଷୟରେ କିଛି ସଙ୍କେତରୁ ଜଣା ପଡିଥାଏ । ଆପଣ କୁଣ୍ଡଳି ବା ହାତ ରେଖାରେ ଏହାର ପ୍ରମାଣ ଦେଖି ପାରିବେ ।

ଯଦି ଆପଣଙ୍କ ହାତରେ ସନ୍ତାନର ରେଖା ଅଛି ତେବେ ତାହାର ମାନେ ଆପଣଙ୍କ ଭାଗ୍ୟରେ ସନ୍ତାନର ସୁଖ ଲେଖା ଅଛି । କିନ୍ତୁ ଏହାଠୁ ଟିକେ ଅଲଗା କଥା ଏହା ହୋଇଥାଏ କି ଆପଣଙ୍କ ଭାଗ୍ୟରେ କେତୋଟି ସନ୍ତାନ ଅଛନ୍ତି । ଏହା ବି ଆପଣ ଆରାମ ସେ ଜାଣିପାରିବେ । ଆଜି ଆମେ ଆପଣଙ୍କୁ କହିବୁ କି ଏହାର ରେଖା ହାତରେ କେଉଠି ଦେଖା ଦେଇଥାଏ ଓ କେଉଁ ପ୍ରକାରରେ ଏହାର ରେଖା ହାତରେ ଦେଖା ଯାଇଥାଏ ।

ହାତରେ କେଉଁଠି ଥାଏ ସନ୍ତାନ ରେଖା :

ଏବେ ଆପଣଙ୍କୁ କହିବୁ କି ସନ୍ତାନର ରେଖା କେଉଁଠି ଥାଏ । ପ୍ରକୃତରେ ସନ୍ତାନର ରେଖା ବିବାହ ରେଖା ଉପରେ ଦେଖା ଯାଇଥାଏ ମାନେ ବୃଦ୍ଧ ପର୍ବତ । ବୃଦ୍ଧ ପର୍ବତ ଛୋଟ ଆଙ୍ଗୁଳିକୁ କୁହାଯାଏ । ଠିକ ତା ତଳ ଭାଗରେ ବିବାହର ରେଖା ଦେଖାଇ ଦେଇଥାଏ । ସେଠିକାର କିଛି ରେଖାଗୁଡ଼ିକ ଉପରକୁ ଠିଆ ହୋଇଥାନ୍ତି, ଯାହାକୁ ସନ୍ତାନର ରେଖା କହିଥାନ୍ତି । ଏମିତିରେ ଏହି ରେଖାସବୁ କିଛି ଅନ୍ୟ ଲୋକଙ୍କ ରେଖା ଦ୍ଵାରା ପ୍ରଭାବିତ ହୋଇଥାଏ । ଯେମିତି କି ଆଙ୍ଗୁଠି ତଳେ କିଛି ଛୋଟ ଛୋଟ ରେଖା ଗୁଡ଼ିକ ମିଳିଥାଏ । ସେମାନେ ଏହି କାଣୀ ଆଙ୍ଗୁଠିର ତଳେ ଥିବା ଛୋଟ ରେଖାକୁ ପ୍ରଭାବିତ କରିଥାଏ ।

ସନ୍ତାନର ରେଖାକୁ କେମିତି ପଢ଼ିବା:

ଯଦି ଆପଣଙ୍କ ସନ୍ତାନର ରେଖାଗୁଡିକ ପୁରା ପରିସ୍କାର ଓ ସୁନ୍ଦର ଏବଂ ଯଦି ସ୍ପଷ୍ଟ ଦେଖା ଯାଇଥାଏ, ତେବେ ଏହାର ମାନେ ଜନ୍ମ ହେବାକୁ ଥିବା ପିଲା ମାତା ପିତାଙ୍କ ସମ୍ମାନ କରିବ ଓ ଯଦି ସେହି ରେଖା ଗୁଡ଼ିକ ସଫା ନ ଥାଏ, ଅସ୍ପଷ୍ଟ ଦେଖା ଯାଉଥିବ ତେବେ ଏହାର ମାନେ ଯେଉଁ ପିଲା ଜନ୍ମ ହେବ ତାହାର ସ୍ୱାସ୍ଥ୍ୟ ଠିକ ରହିବନି । ଯେମିତି କି ଆମେ ଆପଣଙ୍କୁ ଆଗରୁ କହିଛୁ କି ସନ୍ତାନ ଯୋଗ ରେଖାକୁ ଆଙ୍ଗୁଠିର ତଳେ ଥିବା ରେଖା ପ୍ରଭାବିତ କରିଥାଏ ।

ଏହାର ମାନେ ଆଙ୍ଗୁଠିର ତଳ ବାଲା ରେଖା ପାପୁଲି ଆଡକୁ ଅଧିକ ଅଛି ଓ ହାତରେ ପ୍ରବେଶ କରୁଛି, ତେବେ ଏହାର ମାନେ ଏହାକି ମାତା ପିତାଙ୍କୁ ବହୁତ କଷ୍ଟ ପରେ ସନ୍ତାନ ପ୍ରାପ୍ତ ହୋଇଥାଏ ଓ ଯଦି ସେହି ସନ୍ତାନର ପ୍ରାପ୍ତି ତାଙ୍କୁ ହୋଇଥାଏ , ତେବେ ତାଙ୍କୁ ଅଧିକ ଖୁସି ସେହି ସନ୍ତାନରୁ ମିଳିବ ନାହିଁ । ଯଦି ସାନ ଆଙ୍ଗୁଳିର ତଳ ବାଲା ରେଖା ଠିକ ସେ ନଦେଖା ଯାଇ ଝାପସା ଦେଖା ଯାଉଥାଏ, ତେବେ ଏହାର ମାନେ ଆପଣଙ୍କ ଜନ୍ମ ହେଉଥିବା ଶିଶୁ ଶାରୀରିକ ରୁପରେ କମଜୋର ହେବ ।

ଯାହା ହାତରେ ବୁଧ ପର୍ବତ ବହୁତ ଅଧିକ ଉଠି ରହିଥାଏ ଏବଂ ସନ୍ତାନର ରେଖା ବିଲକୁଲ କ୍ଲିଅର ଦେଖା ଯାଇଥାଏ ତେବେ ତାଙ୍କୁ ଚାରୋଟି ପୁତ୍ର ଓ ତିନୋଟି କନ୍ୟା ପ୍ରାପ୍ତ ହୋଇଥାଏ । ଏହି ସନ୍ତାନ ସଂସ୍କାରି ଓ ବୁଦ୍ଧିମାନ , ଗୁଣବାନ ହୋଇଥାନ୍ତି । ବୁଢା ଆଙ୍ଗୁଠିର ତଳେ ଯେଉଁ ମାନଙ୍କର ରେଖା ଉଠିକି ରହିଥାଏ ତାଙ୍କୁ ଗୋଟେ ସନ୍ତାନର ପ୍ରାପ୍ତି ହୋଇଥାଏ । ଯାହା ହାତରେ ମାତ୍ର ଗୋଟେ ସନ୍ତାନ ରେଖା ଅଧିକ ସ୍ପଷ୍ଟ ଓ ସଫା ହୋଇଥାଏ ତାଙ୍କୁ ଅନ୍ୟ ସନ୍ତାନ ମାନଙ୍କ ଅପେକ୍ଷା କୌଣସି ଏକ ସନ୍ତାନକୁ ଅଧିକ ସ୍ନେହ କରିଥାନ୍ତି ଓ ତାଙ୍କଠୁ ସୁଖ ମିଳିଥାଏ ।