ଫ୍ଲିପକାର୍ଟ କହିଲା, ଲକଡାଉନରେ ଅନଲାଇନ ବଜାରରେ ସବୁଠୁ ଅଧିକ ଏହି ଜିନିଷକୁ ସର୍ଚ କରାଯାଉଛି

ଦେଶରେ ବର୍ତ୍ତମାନ ଲକଡାଉନ ୩.୦ ଚାଲିଛି । ଗ୍ରୀନ ଜୋନ ଓ ଅରେଞ୍ଜ ଜୋନରେ କିଛି ସୁବିଧା ଦିଆ ଯାଇଛି । କିନ୍ତୁ ରେଡ ଜୋନରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ସମସ୍ତ ନିୟମ ଲାଗୁ ଅଛି । କିନ୍ତୁ ଏହି ସବୁ ମଧ୍ୟରେ ଇ-କମର୍ସ ୱେବସାଇଟ ଗୁଡିକର ବ୍ୟାପାର ଆରମ୍ଭ ହୋଇ ଯାଇଛି । ଏମାନେ ସେହି ସମସ୍ତ ଜିନିଷର ଅର୍ଡର ବି ନେବାକୁ ଲାଗିଛନ୍ତି ଯାହା ବହୁତ ଜରୁରୀ ଲିସ୍ଟରେ ଆସି ନ ଥାଏ । ଫ୍ଲିପକାର୍ଟ ୪ ମେରେ ଗ୍ରୀନ ଓ ଅରେଞ୍ଜ ଜୋନରେ ରହୁଥିବା ଲୋକମାନଙ୍କ ଅର୍ଡର ନେଇଛି ।

ଏହା ସହିତ ଫ୍ଲିପକାର୍ଟ କହିଛି କି ଲକଡାଉନ ସମୟରେ ଲୋକମାନେ ତାଙ୍କ ପୋର୍ଟଲ ଉପରେ ସବୁଠୁ ଅଧିକ କଣ ସର୍ଚ କରିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଫ୍ଲିପକାର୍ଟର ୱେବସାଇଟରେ ଲକଡାଉନ ସମୟରେ ସର୍ଚ କରାଯାଇଥିବା ଜିନିଷ ଗୁଡିକର ଏକ ଲିସ୍ଟ ବାହାର କରିଲା । ଏହା ପରେ ଜଣା ପଡିଲା କି ଲକଡାଉନରେ ଲୋକମାନେ ସବୁଠୁ ଅଧିକ ଇଲେକ୍ଟ୍ରନିକ ଜିନିଷ ଗୁଡିକର ସର୍ଚ କରୁଛନ୍ତି । ଏଥିରେ ମୋବାଇଲ ଫୋନ, ଲ୍ୟାପଟପ ଓ ଟ୍ରିମର ସାମିଲ ଅଛି ।

ସର୍ଚ କରାଯାଇଥିବା ଟପ ୧୦ଟି ଜିନିଷ ମଧ୍ୟରେ ମୋବାଇଲ ଫୋନକୁ ସବୁଠୁ ଅଧିକ ସର୍ଚ କରାଯାଇଛି । ଟ୍ରିମର ବି ଟପ ୧୦ ସର୍ଚ ଜିନିଷ ମଧ୍ୟରେ ସାମିଲ ଅଛି । ଫ୍ଲିପକାର୍ଟ କହିଲା କି ଏପ୍ରିଲର ଆରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଟ୍ରିମରର ସର୍ଚିଙ୍ଗ ପାଖପାଖି ୪.୫ ଗୁଣା ବଢି ଯାଇଛି । ଶାଢୀ ଗୁଡିକର ସର୍ଚିଙ୍ଗ ବି ୧.୮ ଗୁଣା ବଢି ଯାଇଛି । କହିବାକୁ ଗଲେ ବର୍ତ୍ତମାନ ସମୟରେ ସମସ୍ତେ ଘରେ ବସି କାମ କରୁଛନ୍ତି, ତେବେ ଏମିତିରେ ମୋବାଇଲ ଇୟରଫୋନକୁ ବି ଅଧିକ ସର୍ଚ କରା ଯାଇଛି ।

ଏହାର ସର୍ଚିଙ୍ଗ ୨୦୦ ପ୍ରତିଶତ ବଢି ଯାଇଛି । କମ୍ପାନୀର କହିବା ଅଟେ କି ବୋଧେ ଘରର ହାଲାଗୁଲା ମଧ୍ୟରେ ଲୋକମାନେ ନିଜ ପାଇଁ ଶାନ୍ତି ଜାଗା ଖୋଜିବାକୁ ଚେଷ୍ଟା କରୁଛନ୍ତି । ଏହା ସବୁ ଛଡା ଗ୍ୟାସ ଚୁଲା, ପଙ୍ଖା ଓ ଏସି ର ସର୍ଚିଙ୍ଗ ବି ଦ୍ଵିଗୁଣ ବଢି ଯାଇଛି । ଫ୍ଲିପକାର୍ଟର କହିବା ଅଟେ କି ଗରମ ଦିନ ଆସି ଯାଇଛି, ସେଥିପାଇଁ ଲୋକମାନେ ପଙ୍ଖା ଓ ଏସି ଅଧିକ ଖୋଜୁଛନ୍ତି । ଫ୍ଲିପକାର୍ଟ କେବଳ ସର୍ଚ କରିଥିବା ଜିନିଷ ବିଷୟରେ ସୂଚନା ଦେଇଛି ଓ ଏହାର ଅର୍ଥ ଏହା ନୁହେଁ କି ଲୋକମାନେ ଏହି ସମସ୍ତ ଜିନିଷକୁ କ୍ରୟ କରୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।