“ଆମ ଭଳି VIP ହେଇ ପାପରେ ଲଟରପଟର ହୁଅନି, ୟା’ର ମୂଲ୍ୟ ଅଛି ମାଡିଚାଲ…” ହଠାତ ଏମିତି କାହିଁକି କହିଲେ Sura Routray ?

ଆଜିର ମହା ଶିବରାତ୍ରି ଅବସରରେ ସାରା ଦେଶରେ ମହାଦେବଙ୍କ ଦର୍ଶନ ଲାଗି ଭକ୍ତମାନେ ମନ୍ଦିରରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ଆଜିର ଦିନରେ ଘରେ ଘରେ ଲୋକେ ଶିବରାତ୍ରି ବ୍ରତ ପାଳନ କରିବା ସହ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିର ଯାଇଥାନ୍ତି । ତେବେ ଭୁବନେଶ୍ବରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଭଗବାନ ଶିବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରଚଣ୍ଡ ଭିଡ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ ଧାଡିରେ ଠିଆ ହୋଇ ଜଣଙ୍କ ପରେ ଜଣେ ମହାଦେବଙ୍କ ଦର୍ଶନ କରିବା ଲାଗି ଆସୁଛନ୍ତି । ତେବେ ଲିଙ୍ଗରାଜ ମନ୍ଦିରରେସାଧାରଣ ଲୋକମାନେ ମହାଦେବଙ୍କ ଦର୍ଶନ କରିବା ପାଇଁ ଠିଆ ହୋଇଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ମଧ୍ୟ ମହାଦେବଙ୍କ ଦର୍ଶନ ଲାଗି ସେଠାକୁ ଆସିଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ସୁର ଭାଇ ଲୋକଙ୍କୁ ମାଡିଚାଲ ନାରାରେ ଉତ୍ସାହିତ କରୁଥିବାର ଦେଖାଯାଉଛି ।

ଭକ୍ତଙ୍କୁ ଧାଡିରେ ଠିଆ ହୋଇ ଶୃଙ୍ଖଳାର ସହ ଦର୍ଶନ କରିବା ପାଇଁ ସେ କହୁଛନ୍ତି । ସୁର ଭାଇ ତାଙ୍କ କହିବା ଢଙ୍ଗିରେ ରେଡି ତ ରେଡି ତ ମାଡିଚାଲ କହିବା ପରେ ଆଖପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କୁ ରେଡି ଓ ମାଡିଚାଲ କହି ପ୍ରତିକ୍ରିୟା ଦେବାର ଦେଖିବାକୁ ମିଳିଛି । ତେବେ ସମସ୍ତେ ଧାଡିବାନ୍ଧି ଠିଆ ହୋଇଥିବା ବେଳେ ସୁର ରାଉତରାୟ ଏକ ସ୍ଵତନ୍ତ୍ର ଧାଡିରେ ମହାଦେବଙ୍କ ଦର୍ଶନ ପାଇଁ ଆଗେଇ ଯାଉଛନ୍ତି ।

ସେଥିପାଇଁ ସେ ସମସ୍ତଙ୍କୁ କହୁଛନ୍ତି କି, ଆମ ଭଳି ଭିଆଇପି ହୋଇ ପାପରେ ଲଟରପଟର ହୁଅନି । କଷ୍ଟକର ପ୍ରଭୁଙ୍କ ଦର୍ଶନ ମିଳିବ ପୂଣ୍ୟ ହେବ । ଏହାର ନିଶ୍ଚୟ ମୂଲ୍ୟ ଅଛି । ଆପଣ ତ ଜାଣିଥିବେ ଆଜିର ଦିନରେ ଦେବଙ୍କ ଦେବ ମହାଦେବ ଆଲୋକ ରୂପରେ ବିରାଜମାନ ହୋଇଥିଲେ । ସେହିପରି ଆଜିର ଦିନରେ ମାତା ପାର୍ବତୀଙ୍କ ସହ ଭଗବାନ ଶିବଙ୍କ ବିବାହ ମଧ୍ୟ ହୋଇଥିଲା ବୋଲି ମାନାଯାଏ । ଏହାସହ ଭଗବାନ ଶିବ ମାନବଜାତିର ରକ୍ଷା କରିବାକୁ ଯାଇ ଏକାକୀ ସମୁଦ୍ର ମନ୍ଥନରୁ ବାହାରିଥିବା ବିଷକୁ ପାନ କରିଥିଲେ ।

ଫଳରେ ତାଙ୍କର ଜୀବନ ରକ୍ଷା ପାଇଁ ଆଜିର ଦିନରେ ଦେବତାଙ୍କ ସମେତ ସମଗ୍ର ମାନବଜାତି ଦୀପ ପ୍ରଜ୍ଵଳନ କରିଥିଲେ । ଏହିସବୁ ପୌରାଣିକ କଥାକୁ ମାନ୍ୟତା ଦେଇ ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀକୁ ମହା ଶିବରାତ୍ରି ଭାବେ ପାଳନ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।