ଓଡିଶା ଉପକୂଳ ପାଇଁ ବଢିବାରେ ଲାଗିଛି ବିପଦ, ସତର୍କ କରେଇଲା ବିଶ୍ଵ ପାଣିପାଗ ସଂସ୍ଥା, କାରଣ ଜାଣିଲେ ଚିନ୍ତାରେ ପଡିଯିବେ !

ଓଡିଶାକୁ ନେଇ ଏକ ଭୟଙ୍କର ଖବର ଏବେ ସାମ୍ନାକୁ ଆସୁଛି । ଓଡିଶାରେ ସମୁଦ୍ର ଜଳସ୍ତର ବଢିବାରେ ଲାଗିଛି, ଯାହାକି ଓଡିଶା ଉପକୂଳ ପାଇଁ ବିପଦ ସୃଷ୍ଟି କରିପାରେ । ଆଶଙ୍କା କରାଯାଉଛି କି ସମୁଦ୍ର କାୟା ଭିତରେ ଉପକୂଳବର୍ତ୍ତୀ ଓଡିଶା ଲୀନ ହୋଇ ଯାଇପାରେ । ସମୁଦ୍ର ଜଳସ୍ତର ବୃଦ୍ଧି ନେଇ ବିଶ୍ଵ ପାଣିପାଗ ସଂସ୍ଥା ସତର୍କ ବାଣୀ କରିଛି । ଯାହାପରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

ତଥ୍ୟ ଅନୁସାରେ 1993 ରୁ 2021 ମଧ୍ୟରେ ବିଶ୍ବରେ ସମୁଦ୍ର ଜଳସ୍ତର 0.8 ମିଲିମିଟର ବଢିଯାଇଛି । ଏହି ସମୟ ମଧ୍ୟରେ ଭାରତ ତଥା ଓଡିଶା ଉପକୂଳରେ ଗୋପାଳପୁର, ପାରାଦ୍ବୀପ, ଭଦ୍ରକ, ବାଲେଶ୍ଵରରେ ଜଳସ୍ତର ଗୁରୁତର ଭାବେ ବୃଦ୍ଧି ପାଇଛି । ଗୋପାଳପୁର ଓ ପୁରୀ ଉପକୂଳ ଜଳସ୍ତର ପ୍ରାୟ 5 ମିଲିମିଟର ବୃଦ୍ଧି ପାଇଥିବା ବେଳେ ବାଲେଶ୍ଵର ଓ ଭଦ୍ରକ ଉପକୂଳରେ 2-3 ମିଲିମିଟର ଜଳସ୍ତର ବୃଦ୍ଧି ପାଇଛି ।

ଆଗାମୀ ଦିନରେ ସମୁଦ୍ରର ଅବକ୍ଷୟ ସାଙ୍ଗକୁ ଏହାର ଜଳସ୍ତର ବୃଦ୍ଧି ଓଡିଶା ଉପକୂଳ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଗଞ୍ଜାମ, ପୁରୀ, ଜଗତସିଂପୁର, ବାଲେଶ୍ଵର ଏବଂ ଭଦ୍ରକ ଆଦି ଜିଲା ପାଇଁ ସମୁଦ୍ରର ବର୍ଦ୍ଧିତ ଜଳସ୍ତର ବଡ ବଡ ବିପଦ ଆଣିପାରେ । ବିଶ୍ଵ ପାଣିପାଗ ସଂସ୍ଥା ପକ୍ଷରୁ ପ୍ରକାଶିତ ବିଶ୍ଵ ଜଳପତ୍ତନ ବୃଦ୍ଧି ଏବଂ ପ୍ରଭାବ ସମ୍ପର୍କୀୟ ରିପୋର୍ଟ ପ୍ରକାଶ ପାଇବା ପରେ ଓଡିଶାର ଏହି ସମସ୍ତ ଜିଲ୍ଲା ଗୁଡିକ ପ୍ରତି ବିପଦ ବଢିଛି ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ବରଫଖଣ୍ଡ ତରଳିବାରେ ଲାଗିଛି । ଆଉ ଏହା ସମୁଦ୍ରରେ ଜଳସ୍ତର ବୃଦ୍ଧି କରାଇବାରେ ସବୁଠୁ ବଡ କାରଣ ବୋଲି କୁହାଯାଉଛି । ଏମିତି ଲାଗି ରହିଲେ ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ଉପକୂଳ ଓଡିଶାର ଅନେକ ଜିଲ୍ଲା ବୁଡିଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ତଥା ପରିବେଶବିତ୍ ମାନେ ଅନୁମାନ କରୁଛନ୍ତି ।

ବର୍ଷକୁ ବର୍ଷ ପୃଥିବୀର ତାପମାତ୍ରା ଯେଉଁ ଭଳି ଭାବେ ବୃଦ୍ଧି ପାଉଛି ଏହା ଯୋଗୁଁ ଆଗାମୀ ଦିନରେ ଆହୁରି ଅନେକ ବରଫ ତରଳିବା ସହ ସମୁଦ୍ରର ଜଳସ୍ତର ଆହୁରି ବୃଦ୍ଧି ପାଇବାରେ । ତେଣୁ ଏବେଠୁ ଏନେଇ ସତର୍କ ନହେଲେ ଆଗକୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।