ଆଶ୍ଚର୍ଯ୍ୟ ! ନା ଅଛି ବିଦ୍ୟୁତ ନା ଇଣ୍ଟରନେଟ, ଆଜି ବି ଆଦିମ ଯୁଗ ଭଳି ଜୀବନଯାପନ କରନ୍ତି ଏହି ଗାଁର ଲୋକେ !

ଏହି ଗାଁରେ ବିଦ୍ୟୁତ ନାହିଁ କି ଫୋନ ନାହିଁ । ଆଜି ବି ଏଠାରେ କୃଷ୍ଣଙ୍କ ଭକ୍ତିରେ ଓ ବୈଦିକ ରୀତିନୀତିରେ ଜୀବନ ବିତାଉଛନ୍ତି ଲୋକେ । ଆଜ୍ଞା ହଁ, ଆଜିର ଆଧୁନିକ ଯୁଗରେ ଇଣ୍ଟରନେଟ ତ ଛାଡ ଏଠାରେ ବିଦ୍ୟୁତ ମଧ୍ୟ ନାହିଁ । ଏହାସହ ଏଠାରେ ଥିବା ଘର ଗୁଡିକରେ ରୋଷେଇ ଘର ଠାରୁ ନେଇ ଶୟନକକ୍ଷ ପର୍ଯ୍ୟନ୍ତ ଗୋଟିଏ ହେଲେବି ଆଧୁନିକ ଉପକରଣ ନାହିଁ । ଏଠାରେ ଏଲପିଜି ଗ୍ଯାସ ନୁହେଁ ବରଂ ମାଟି ଚୁଲିରେ ରୋଷେଇ ହୁଏ । ମନୋରଞ୍ଜନର ଅନ୍ୟ କୌଣସି ସାଧନ ତଥା ଟିଭି କି ରେଡିଓ ଏଠାରେ ନାହିଁ ।

ପୁରା ଗାଁରେ କେବଳ ଗୋଟିଏ ଲ୍ୟାଣ୍ଡଫୋନ ରହିଛି ଯାହାଦ୍ୱାରା ସମସ୍ତେ କଥା ହୁଅନ୍ତି । ଆପଣ ଭାବୁଥିବେ ଏଠାକାର ଲୋକେ ବୋଧେ ବହୁତ ଗରିବ ସେଥିପାଇଁ ଏମିତି ଜୀବନଯାପନ କରୁଛନ୍ତି । କିନ୍ତୁ ଆପଣଙ୍କ ଅନୁମାନ ସଂପୂର୍ଣ୍ଣ ଭୁଲ । ଦାରିଦ୍ର୍ଯ ଯୋଗୁଁ ନୁହେଁ ବରଂ ନିଜେ ସବୁକିଛି ତ୍ୟାଗ କରି ଆଜିବି ଆଦିମ ଯୁଗରେ ବାସ କରୁଛନ୍ତି ଏଠାକାର ଲୋକମାନେ । କୌଣସି ଶାରୀରିକ ସୁବିଧା ବିନା ସରଳ ଜୀବନଯାପନ ସହ ଉଚ୍ଚ ଚିନ୍ତାଧାରା ସେମାନଙ୍କ ଜୀବନର ମୂଳ ଲକ୍ଷ୍ୟ ।

ଗାଁରେ ବାସ କରୁଥିବା 14ଟି ପରିବାର ଭଗବାନ କୃଷ୍ଣଙ୍କ ଭକ୍ତିରେ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଏହି ଗାଁର ନାମ ହେଉଛି କୁରମା ଗ୍ରାମ, ଯାହାକି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଅବସ୍ଥିତ । ଜିଲ୍ଲାର ଆଇଟି ହବ୍ କୁହା ଯାଉଥିବା ସହର ଠାରୁ ମାତ୍ର 6 କିମି ଦୂରରେ ଅବସ୍ଥିତ ଏହି ଆଦିମ ଗାଁ । ବିଦେଶୀ ମାନଙ୍କ ପାଇଁ ଏହି ଗାଁ ଏକ ପର୍ଯ୍ୟଟନସ୍ଥଳ ଭଳି ଅଟେ ।

ଏଠାରେ ଥିବା ଲୋକଙ୍କ ଘର ନବମ ଶତାବ୍ଦୀର ପ୍ରଭୁ ଶ୍ରୀମୁଖଲିଙ୍ଗେଶ୍ଵର ମନ୍ଦିରରେ ନିର୍ମିତ ହୋଇଛି । ଏହି ଗାଁର ଲୋକେ ଭୋର ସାଢେ ତିନିଟାରୁ ଉଠି ଦୈନିକ ନିତ୍ୟକର୍ମ ଆରମ୍ଭ କରିଦିଅନ୍ତି ଏବଂ ସନ୍ଧ୍ୟା ସାଢେ 7ଟା ସୁଦ୍ଧା ଶୋଇବାକୁ ଯାଆନ୍ତି । ସେମାନେ ଖାଉଥିବା ଶସ୍ୟ ଏବଂ ପନିପରିବା ସବୁ ସେମାନେ ନିଜେ ଚାଷ କରନ୍ତି । ଏହାସହ ସେମାନେ ଗାଈ ପାଳନ୍ତି ଓ ଗାଈ କ୍ଷୀର ସେମାନଙ୍କ ପ୍ରମୁଖ ଖାଦ୍ୟ ଭିତରୁ ଅନ୍ଯତମ । ଗାଈ ଗୋବରରୁ ଘଷି ତିଆରି କରି ଜାଳେଣୀ ଭାବେ ବ୍ୟବହାର କରନ୍ତି ।

ସେମାନେ ପିନ୍ଧୁଥିବା ପୋଷାକ ମଧ୍ୟ ନିଜେ ବୁଣନ୍ତି । ଏହି ଗାଁର ଲୋକେ କାହାରି ଉପରେ ନିର୍ଭରଶୀଳ ନୁହନ୍ତି । ସେଠାରେ ଥିବା ଗୁରୁକୁଳରେ ଭଗବାନ କୃଷ୍ଣ ଗୀତାରେ ଯାହା କହିଛନ୍ତି ତାକୁ ଆଧାର କରି ଶିଷ୍ୟଙ୍କୁ ଶିକ୍ଷା ଦିଆଯାଏ । ଏହି ଗାଁର ରାଧାକୃଷ୍ଣ ଚରଣ ନାମକ ଜଣେ ବ୍ୟକ୍ତି ଆଇଟିଟି ଚାକିରି କରୁଥିଲେ ।

କିନ୍ତୁ କୃଷ୍ଣଙ୍କ ଭକ୍ତିରେ ଚାକିରି ଛାଡି ସେ ଏଠାରେ ଶିକ୍ଷକତା କରୁଛନ୍ତି । ଏଠାକାର ଗୁରୁକୁଳରେ ଗଣିତ, ବିଜ୍ଞାନ, ସଂସ୍କୃତ, ତେଲୁଗୁ, ହିନ୍ଦୀ, ଇଂରାଜୀ ଓ କଳା ସବୁକିଛି ଶିକ୍ଷା ଦିଆଯାଏ । ପିଲାଙ୍କୁ ନୈତିକ ଶିକ୍ଷା ମଧ୍ୟ ଦିଆଯାଏ । ସକାଳେ ମଙ୍ଗଳ ଆରତି ଓ ମନ୍ତ୍ର ସହିତ ଧ୍ୟାନ ପରେ ଆରମ୍ଭ ହୁଏ ଅଧ୍ୟୟନ । ଶାସ୍ତ୍ର ଶିକ୍ଷା ସହ କ୍ରୀଡା ଯେପରିକି କବାଡି, ପହଁରିବା ଆଦି ପ୍ରତି ଗୁରୁତ୍ଵ ଦିଆଯାଏ । ଏଠାକାର ଲୋକମାନେ ନିଜ ଗାଁ ବାହାରେ କିମ୍ବା ସାରା ବିଶ୍ବରେ କଣ ଘଟୁଛି ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ଗାଁଟି ପ୍ରସିଦ୍ଧ ହେବାସହ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି କିଛି ବିଦେଶୀ ମଧ୍ୟ ଏଠାକୁ ଆସି ଏଠାରେ ବସବାସ କରିବାକୁ ଲାଗିଲେଣି । ଆମ ପୋଷ୍ଟ ଅନ୍ୟମାନକ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।