ଗ୍ଯାସ ସମସ୍ଯାକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏହି ଉପାୟରେ ଆଉ ରହିବନି ଗ୍ଯାସ ଚିନ୍ତା, Dr Manoj Kumar Sahoo ଙ୍କ ଖାସ୍ ଟିପ୍ସ

ନମସ୍କାର ବନ୍ଧୁଗଣ, ଆଜିର ଏହି ଦୁନିଆରେ ଗ୍ୟାସ ସମସ୍ୟା ସାଧାରଣ ହୋଇସାରିଲାଣି । ହେଲେ ଏହା ଏକ ସାଧାରଣ ରୋଗ ଭାବିବା ଉଚିତ ନୁହେଁ । ଏହି ଗ୍ୟାସ ରୋଗ ଡରରେ ଆପଣ ନିଜ ପସନ୍ଦର ଖାଇବା ମଧ୍ୟ ଖାଇବା ବନ୍ଦ କରିସାରିଲେଣି । ତେବେ ଏହା ଏକ ଚିନ୍ତାର ବିଷୟ ପାଲଟି ସରିଲାଣି ସମସ୍ତଙ୍କ ଘରେ କେଉଁ ଔଷଧ ଥାଉ ବା ନଥାଉ ଗ୍ୟାସ ବଟିକା ନିହାତି ଥିବ । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଆପଣମାନେ ଗ୍ୟାସ ଭଳି ସମସ୍ୟାରୁ କିଭଳି ମୁକ୍ତି ପାଇବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଗ୍ୟାସ ରୋଗ ପାକସ୍ଥଳୀରେ ଦେଖା ଦେଇଥାଏ । ପାକସ୍ଥଳୀ ଚାରିପଟ ଲାଲ ପଡିଯିବା ବା ଫୁଲିଯିବା ଭଳି ସମସ୍ୟା ଦେଖାଦେଲେ ତାହାକୁ ଗ୍ୟାସ ବୋଲି କୁହାଯାଏ । ଆପଣଙ୍କ ନାଭି ଉପର ପେଟ କାଟିବା, ଫୁଲି ରହିବା ଏବଂ ଭୋକ କମିଯିବ, ବାନ୍ତି ଲାଗିବା ଇତ୍ୟାଦିରୁ ଆପଣ ଜାଣିପାରିବେ କି ଆପଣଙ୍କ ଠାରେ ଗ୍ୟାସ ସମସ୍ୟା ରହିଛି ।

ବ୍ୟକ୍ଟେରିଆ ଇନଫେକସନ ହୋଇ ପେଟ ଭିତରେ ଗ୍ୟାସ ସମସ୍ୟା ଆରମ୍ଭ ହୋଇଥାଏ । ବାହାରର ବ୍ୟକ୍ଟେରିଆ ଯେତେବେଳେ ଆମ ଖାଦ୍ୟା କିମ୍ବା ପାଣି ସାହାର୍ଯ୍ୟରେ ଆମ ପେଟ ଭିତରକୁ ଯାଇଥାଏ ଏବଂ ପେଟ ଭିତରେ ଯାଇ ପାକସ୍ଥଳୀରେ ଇନଫେକସନ କରାଇଥାଏ ସେତେବେଳେ ଆମ ଠାରେ ଗ୍ୟାସ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ବାରଣ କରାଯାଇଥାଏ ବାହାର ଖାଦ୍ୟ ଖାଇବା ପାଇଁ । ଏହାଛଡା ଯଦି ଆପଣ କୌଣସି ବିନ୍ଦା ଔଷଧ ବେଶୀ ସେବନ କରୁଛନ୍ତି ତେବେ ମଧ୍ୟ ଏହାଦ୍ଵାରା ଗ୍ୟାସ ହୋଇଥାଏ ।

ମଦ୍ୟପାନ ତଥା ତେଲିଆ ଖାଦ୍ୟ ଏବଂ ଅତ୍ୟଧିକ ରାଗ ଖାଦ୍ୟ  ଇତ୍ୟାଦି ଖାଇବା ଦ୍ଵାରା ବି ଗ୍ୟାସ ହୋଇଥାଏ । ଯଦି ଆପଣଙ୍କ ପେଟ ଜୋରେ କାଟୁଛି ଏବଂ ବାନ୍ତି ହେଉଛି, ଓଜନ କମି କମି ଯାଉଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଯଦି ଏହିସବୁ ସମସ୍ୟା କମ ମାତ୍ରାରେ ହେଉଛି ତେବେ ଆପଣ ଘରେ ରହି ଏହାର ଚିକିତ୍ସା କରିପାରିବେ ।

ଯଦି ଆପଣଙ୍କ ପେଟ କାଟୁଛି ଆଉ ମେଡ଼ିସିନ ଖାଇବା ପରେ ତାହା ଭଲ ହେଇଯାଉଛି ତେବେ ଏହା ଏକ ବଡ ରୋଗର କାରଣ ନୁହେଁ । କିନ୍ତୁ ଆପଣଙ୍କୁ ଆପଣଙ୍କ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ସୁସ୍ଥ ଖାଦ୍ୟ ଖାଇବା ଦରକାର । ଯଦି ଆପଣ ଅନୁଭବ କରୁଛନ୍ତି କି ଏହି ଖାଦ୍ୟ ଖାଇବା ଫଳରେ ପେଟରେ ସମସ୍ୟା ଦେଖା ଦେଉଛି ତେବେ ସେହି ଖାଦ୍ୟକୁ ଆପଣ କିଛି ଦିନ ପାଇଁ ଖାଇବା ବନ୍ଦ କରନ୍ତୁ ।

ତେଣୁ ଯଦି ଆପଣ ଗ୍ୟାସକୁ ଦୂରେଇବା ପାଇଁ ଚାହୁଁଛନ୍ତି ତେବେ ସୁସ୍ଥ ଖାଦ୍ୟ ଖାଇବା ସହ ପ୍ରଚୁର ମାତ୍ରାରେ ପଣି ସେବନ କରନ୍ତୁ । ନିୟମିତ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।