ଆଜିର ରାଶିଫଳ, 31 ମେ 2020, ରବିବାର, ଆଜି ସୂର୍ଯ୍ୟଦେବଙ୍କ କୃପାରୁ ଏହି ୫ଟି ରାଶିର ଖରାପ ସମୟ ହେଲା ଶେଷ, ହେବ ଧନ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବ୍ୟବସାୟରେ ଲାଭ ମିଳିବ । ଘରେ ଅତିଥିଙ୍କ ଆଗମନ ହେବ । ଶୁଭ ସମାଚାର ପ୍ରାପ୍ତ ହୋଇପାରେ । କୌଣସି ମଙ୍ଗଳମୟ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ । ଅଧିକାରୀମାନଙ୍କ ସହଯୋଗ ମିଳିବ । ଅବିବାହିତ ଲୋକମାନଙ୍କୁ ବିବାହର ନୂତନ ପ୍ରସ୍ତାବ ମିଳିବ । ପିଲାମାନଙ୍କୁ ମାର୍ଗଦର୍ଶନ କରନ୍ତୁ । ଅବିବାହିତ ଲୋକମାନଙ୍କୁ ବିବାହର ପ୍ରସ୍ତାବ ମିଳି ପାରେ । ତେଲ ଦ୍ଵାରା ପ୍ରସ୍ତୁତ ଜିନିଷ ଦୂରରେ ରୁହନ୍ତୁ । କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ ଭବିଷ୍ୟତରେ କର୍ମପ୍ରାପ୍ତି ହୋଇପାରେ ।

ବୃଷ

ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି କରିବେ । କରଜରୁ ମୁକ୍ତି ମିଳିବ । ଚାକିରିରେ ପ୍ରତିଷ୍ଠିତ ହେବେ । ଉପରିସ୍ଥ କର୍ମଚାରୀ ଆପଣଙ୍କ ସହଯୋଗ କରିବେ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ମହିଳାମାନଙ୍କ ପାଇଁ ପରିବାରରେ ଖୁସି ଆସିବ । ବୃଦ୍ଧ ବୃଦ୍ଧାଲୋକଙ୍କ ସହାୟତା କରିବେ । ଋଣ ପରିଶୋଧ କରିବାର ସୁଯୋଗ ମିଳିବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ମିଳି ପାରେ ।

ମିଥୁନ

ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ବ୍ୟବସାୟରେ ଲାଭବାନ ହେବେ । କୌଣସି ବ୍ୟାଙ୍କରୁ ଋଣ ମିଳିପାରେ । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ମନରେ ଅଶାନ୍ତି ଲାଗି ରହିବ । ଶାରିରୀକ ଅସୁସ୍ଥତା ରହିବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ ବିତାଇବେ । ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ମହିଳାମାନେ ପରିଶ୍ରମର ଭଲ ଫଳ ପାଇବେ । ନୂତନ ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବେ । ଅଟକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାର ଦୃଢ଼ତା ଆସିବ ।

କର୍କଟ

ବାଦ ବିବାଦ ଦୂର ହେବ । ବ୍ୟବସାୟରେ ଲାଭ । ଶତୃ ପରାଜିତ ହେବେ । କର୍ମ କ୍ଷେତ୍ରରେ ଲାଭବାନ ହେବେ । କର୍ମଚାରୀ, ଗୁରୁ ଓ ଗୁରୁଜନମାନଙ୍କ ସହଯୋଗ ପାଇବେ । ମାନସିକ ଶାନ୍ତି ମିଳିବ । ଋଣଭାର ଲାଘବ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନରେ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ମହିଳାମାନେ ଅଧିକ ଭାଗ୍ୟବାନ ହେବେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ ।

ସିଂହ

ଆମୋଦ-ପ୍ରମୋଦ ବଢିବ । କର୍ମ କ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖିବାକୁ ମିଳି ପାରେ । ମହିଳାମାନଙ୍କ ଯୋଗୁ ବ୍ୟବସାୟ ଉନ୍ନତି ହେବ । ଭୁଲ ବୁଝାମଣାରୁ ଦୂର ହେବ । ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ ଅଟେ । କର୍ମକ୍ଷେତ୍ରକୁ ନେଇ ଚିନ୍ତିତ ରହିବେ । କିଛି ଟେନସନ ଦୂର ହେବ । ଧର୍ମ କାର୍ଯ୍ୟ ପ୍ରତି ମନ କରିବେ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । ଆଲୋଚନା କିଛି କ୍ଷେତ୍ରରୁ ଲାଭବାନ ହେବେ । ନିଜକୁ ନିୟନ୍ତ୍ରଣ ରଖନ୍ତୁ ।

କନ୍ୟା

ସରକାରୀ କାର୍ଯ୍ୟ ହୋଇଯିବ । ରାଜନୀତିରେ ସଫଳତା ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ସମ୍ମାନ ବଢିବ । ଚିନ୍ତା ଦୂର ହେବ । ଆର୍ଥିକ ଦିଗରୁ ଉନତି କରିବେ । ପୈତୃକ ସମ୍ପତ୍ତି, ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ଘରଲୋକଙ୍କୁ ଅବିଶ୍ଵାସ କରି ପରଲୋକଙ୍କୁ ବିଶ୍ଵାସ କଲେ ହାନିରେ ପଡିବେ । ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ ।

ତୁଳା

କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଭଲ କରିବାକୁ ଯାଇ ଅପମାନିତ ହେବେ । ଆର୍ଥିକ ଅନାଟନ ସମସ୍ୟା ଦେଖାଦେବ । ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦ ଫଳ ଭୋଗିବାକୁ ପଡିବ । ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିବ । ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ । କେତେକ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିବେ । ଶତ୍ରୁ ପରାଜୟ ହେବେ । ଉଚ୍ଚ ପ୍ରଶଂସା ଲାଭ ହେବ ।

ବିଚ୍ଛା

ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟ ହେବ । ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିବ । କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ ଭବିଷ୍ୟତରେ କର୍ମ ପ୍ରାପ୍ତି ହେବ । କିଛି ବିଷୟ ଉପରେ ଅଧିକ ଗୁରୁତ୍ଵ ଦେବେ । ବ୍ୟବସାୟିକ ଗତିବିଧି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ଲାଭବାନ ହେବ ।

ଧନୁ

ଶିକ୍ଷା କ୍ଷେତ୍ରରେ ପ୍ରଶଂସିତ ହେବେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କିଛି କ୍ଷେତ୍ରରୁ ସମସ୍ୟା ଦୂରେଇ ଯିବ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ରାଜନୀତିରେ ଶତ୍ରୁ ଜନ୍ମ ହେବେ । ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ସବୁଦିନ ବ୍ୟାୟମ କରନ୍ତୁ । ବହୁତ ସମୟ ହେବ ଅଟିକିଥିବା କାର୍ଯ୍ୟ ଆରମ୍ଭ ହୋଇପାରେ । କରଜରୁ ଆପଣଙ୍କୁ ମୁକ୍ତି ମିଳିବ । ଧନ ପ୍ରାପ୍ତି ସୁଗମ ହେବ । ମନୋରଞ୍ଜନ କାର୍ଯ୍ୟକ୍ରମର ଆନନ୍ଦ ନେଇ ପାରନ୍ତି ।

ମକର

ମହିଳାମାନଙ୍କ ନ୍ୟାୟମାର୍ଗ ବାଛିବେ । ଭଲ ବଚନ କାରଣରୁ ପ୍ରଶଂସନୀୟ ହେବେ । ନିମ୍ନବର୍ଗ ଲୋକଙ୍କ ଠାରୁ ସମ୍ମାନ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ଧର୍ଯ୍ୟ ରଖନ୍ତୁ । ବୃଥା ଭ୍ରମଣ ଦ୍ଵାରା ଆର୍ଥିକ କ୍ଷତି ସହିବାକୁ ପଡିବ । ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ସୁସମ୍ବାଦ ମିଳିପାରେ । ଆର୍ଥିକ ସଙ୍କଟ ଦୂର ହେବ । ସ୍ଵାସ୍ଥ୍ୟରେ ଉନ୍ନତି ଆସିବ । ଆଜି ଆପଣନାକ ମନ ପ୍ରସନ୍ନ ରହିବ । ପାରିବାରିକ ସମସ୍ୟା ଦୂର ହେବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ ।

କୁମ୍ଭ

ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ ହେବେ । ମହିଳାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ । ଶେୟାର ମାର୍କେଟରୁ ଲାଭବାନ ହୋଇ ପାରନ୍ତି । କର୍ମ କ୍ଷେତ୍ରରେ ସମ୍ମାନ ଲାଭ ସହ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ ।

ମୀନ

ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ । ପୁରୁଣା ରୋଗରୁ ମୁକ୍ତି ମିଳିବ । କର୍ମ କ୍ଷେତ୍ରରେ ନିଜର ଆଧିତ୍ଵ ବିସ୍ତାର କରି ପାରିବେ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବକୁ ବନ୍ଧୁନାକ ସହ ଶେୟାର କରନ୍ତୁ । ମହିଳାମାନେ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ । ଶରୀର ସୁସ୍ଥ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।