କେବେ ଶେଷ ହେବ ଚୀନ ଭାଇରସ, WHOର ଏହି ବୟାନ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସ ନିଜର ଆତଙ୍କ ଖେଳେଇବାରେ ଲାଗିଛି । ଏହା ଏକ ଏପରି ମହାମାରୀ ଯାହାଦ୍ଵାରା ବହୁତ ଲୋକଙ୍କ ଜୀବନ ଚାଲିଗଲାଣି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଜାରି କରିଥିଲେ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି । କେତେକ ଲୋକ ଭାବୁଛନ୍ତି କି ଲକଡାଉନ ପରେ ସେ ଆଗଭଳି ଜୀବନ ଅତିବାହିତ କରିବେ । କିନ୍ତୁ ଏହା ଜମା ବି ଉଚିତ ନୁହେଁ ।

କିଛି ଲୋକ ଭାବୁଛନ୍ତି କି ଲକଡାଉନ ଶେଷ ହେବା ପରେ ସେମାନଙ୍କର କରୋନା ଭାଇରସ ସହିତ କୌଣସି ସମ୍ପର୍କ ରହିବ ନାହିଁ । ଏହା ସମ୍ପୂର୍ଣ ଭାବେ ଭୁଲ ଅଟେ କାରଣ WHO ସ୍ପଷ୍ଟ ଭାବରେ କହିଦେଇଛି କି ଏହି ମହାମାରୀ ପାଇଁ ଭ୍ୟାକ୍ସିନ ବାହାରିବା ପରେ ମଧ୍ୟ ଏହା ଏଚଆଇଭି ପରି ଆମ୍ଭମାନଙ୍କ ମଧ୍ୟରେ ସବୁଦିନ ପାଇଁ ରହି ଆମକୁ ମାରିବା ପାଇଁ ଚେଷ୍ଟା କରିବ । WHO କହିଛି କି କେବେ ଏହି ମହାମାରୀ ଶେଷ ହେବ ତାହା ସଠିକ ଭାବରେ କହିହେବ ନାହିଁ । ଏହି ମହାମାରୀ ପାଇଁ ଆମକୁ ପାଞ୍ଚୋଟି ଗୁରୁତ୍ଵପୂର୍ଣ ଜିନିଷ ବୁଝିବାକୁ ହେବ ଯାହାର ସାମନା ଆମ ସମସ୍ତଙ୍କୁ ମିଶି କରିବାକୁ ହେବ ।

ଆପଣମାନେ ଯଦି ଏବେବି କରୋନା ଭାଇରସକୁ ହାଲକାରେ ନେଉଛନ୍ତି ତାହାଲେ ଆପଣ ଭୁଲ କରୁଛନ୍ତି । କାରଣ ବର୍ତ୍ତମାନ କରୋନା ଭାଇରସ ଦିନକୁ ଦିନ ତାର ସଂକ୍ରମଣ ବଢାଇବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୫୭ଲକ୍ଷରୁ ଅଧିକ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି ଏବଂ ସାଢେ ତିନି ଲକ୍ଷରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ ମଧ୍ୟ କରି ସାରିଲେଣି । ସବୁ ଦେଶ ଏହାର ଚିକିତ୍ସା ଅଲଗା ଅଲଗା ଉପାୟରେ କରୁଛନ୍ତି କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ ଚିକିତ୍ସା ମିଳିନାହିଁ ।

ଦ୍ଵିତୀୟ କଥା ଏହାକି ବହୁତ ଲୋକ ଏଥିରେ ସଂକ୍ରମିତ ଥିଲେ ମଧ୍ୟ ତାଙ୍କ ପାଖରେ ଏହାର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ଆମେ ଜାଣିଛେ କି ସଂକ୍ରମଣ ହୋଇଥିବା ବ୍ୟକ୍ତି ପାଖରେ ଗୋଟିଏ ରୁ ଦୁଇ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଇ ଥାଏ କିନ୍ତୁ ବହୁତ ଲୋକଙ୍କ ପାଖରେ ଏହା ଦେଖିବାକୁ ମିଳୁନାହିଁ । ଏଥିପାଇଁ ଆମକୁ ବହୁତ ସଚେତନ ରହିବା ଉଚିତ ।

ତୃତୀୟ କଥା ହେଉଛି ଯେଉଁ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ଏବଂ ଯାହାଙ୍କୁ ଆଗରୁ କିଛି ରୋଗ ହୋଇଥାଏ ତାଙ୍କୁ ହିଁ ଖାଲି ଏହି ସଂକ୍ରମଣ ହେବ ଏହା ସମ୍ପୂର୍ଣ ଭାବେ ଭୁଲ ଅଟେ କାରଣ ଏହା ଭଲ ଲୋକଙ୍କୁ ମଧ୍ୟ ସଂକ୍ରମିତ ହେଉଛି ଏବଂ ଏହାଦ୍ୱାରା ବହୁତ ସୁସ୍ଥ ଲୋକଙ୍କର ମଧ୍ୟ ଜୀବନ ଚାଲିଗଲାଣି ।

ଚତୁର୍ଥ କଥା ସତ ହେଉଛି କି ଆମେରିକାରେ ସବୁଠାରୁ ଏହା ଅଧିକ ସଂକ୍ରମଣ ହୋଇଛି ଏବଂ ସେଠାର ରୋଗୀ ବହୁତ ଗମ୍ଭୀର ଭାବରେ ଅଛନ୍ତି ଏବଂ ଚିକିତ୍ସା ମଧ୍ୟ ହେଉଛନ୍ତି । ଭାରତରେ ପରିସ୍ଥିତି ଟିକେ ଆୟତରେ ଅଛି କିନ୍ତୁ ଏହା ଠିକ ନୁହେଁ କି ଏଭଳି ସ୍ଥିତି ସବୁବେଳ ପାଇଁ ଥିବ ଏହା ଆଗକୁ ବୃଦ୍ଧି ମଧ୍ୟ ପାଇପାରେ ।

ଶେଷ ସତ ଏହା କି ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ କୌଣସି ଭ୍ୟାକ୍ସିନ ବାହାର କରାଯାଇ ନାହିଁ । ଯଦି ଏହା ଦେଢରୁ ଦୁଇ ବର୍ଷ ଭିତରେ ନ ବାହାରି ପାରେ ତାହେଲେ ଏହା ଆଉ କେବେ ବାହାରି ପାରିବ ନାହିଁ । କାରଣ ଏମିତି କିଛି ରୋଗ ଅଛି ଯାହାର କୌଣସି ଭ୍ୟାକ୍ସିନ ତିଆରି ହୋଇପାରି ନାହିଁ । ଏହାର ଅର୍ଥ ଏହା ନୁହେଁ କି ଯଦି ଭ୍ୟାକ୍ସିନ ନବାହାରେ ତାହେଲେ ଆମେ କରୋନା ବିରୁଦ୍ଧରେ ଲଢେଇ କରିବା ବନ୍ଦ କରିଦେବା, ଆମକୁ ବିନା ଭ୍ୟାକ୍ସିନରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ପଡିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।