ଆଜିର ରାଶିଫଳ, 20 ଜୁଲାଇ 2020, ସୋମବାର, ଶ୍ରାବଣ ମାସର ତୃତୀୟ ସୋମବାରରେ ମହାଦେବଙ୍କ କୃପାରୁ ଏହି ୫ଟି ରାଶିର ହେବ ଭାଗ୍ୟଉଦୟ, ହେବ ଧନାର୍ଜନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ମାତା ପିତାଙ୍କ ସହିତ ଜୀବନର ସବୁଠୁ ଭଲ ସମୟ ବ୍ୟତୀତ କରିବେ । ଘରେ ନୂଆ ଅତିଥିଙ୍କ ଆଗମନର ସମ୍ଭାବନା ଅଛି । ଯାହା ଦ୍ଵାରା ପରିବାରରେ ସୁଖମୟ ପରିବେଶ ରହିବ । ସଫଳତା ପାଇବା ପାଇଁ ଆପଣଙ୍କୁ ଲଗାତର ପରିଶ୍ରମ କରିବାକୁ ପଡିବ । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ । କିନ୍ତୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । ଅପେକ୍ଷାର ଫଳ ମିଠା ହୋଇଥାଏ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପରିଶ୍ରମକୁ ଏକ ନୂତନ ପରିଚୟ ମିଳିବ । ପ୍ରେମ ଜୀବନ ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ଅଳ୍ପ ସାବଧାନ ରହିବାକୁ ହେବ ।

ବୃଷ

ଆଜି ପରିବାରରେ ମଙ୍ଗଳମୟ କାର୍ଯ୍ୟର ଆୟୋଜନ ହୋଇପାରେ । ଏହି ରାଶିର ବିଦ୍ୟାର୍ଥୀମାନଙ୍କ ସମୟ ଅଧ୍ୟୟନରେ କଟିବ । ଏହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କୁ କ୍ୟାରିୟରରେ ଭଲ ପରିଣାମ ବି ମିଳିବ । କାର୍ଯ୍ୟ ପ୍ରତି ଆପଣଙ୍କୁ ପରିଶ୍ରମ ଓ ଇଚ୍ଛା ଶକ୍ତି ଦେଖି ଆପଣଙ୍କ ଉଚ୍ଚ ଅଧିକାରୀମାନେ ଆପଣଙ୍କ ପ୍ରଶଂସା କରିବେ । ଯଦି ଆପଣ ନିବେଶ କରୁଛନ୍ତି ତେବେ ଏହି ସମୟ ଅନୁକୂଳ ଅଟେ । କିନ୍ତୁ ସବୁ ଜିନିଷର ପୂର୍ଣ ସୂଚନା ହାସଲ କରିବା ପରେ ହିଁ ସେଥିରେ ନିବେଶ କରନ୍ତୁ ।

ମିଥୁନ

ଆଜି ଆପଣ ନିଜର ଊର୍ଜାକୁ ଭଲ କାର୍ଯ୍ୟରେ ଲଗାଇବେ । ଏହି ରାଶିର ସରକାରୀ କର୍ମଚାରୀମାନଙ୍କୁ ଲାଭ ମିଳିପାରେ । ଆପଣଙ୍କୁ ନିଜର ପରିଶ୍ରମ ହିସାବରେ ଫଳ ପ୍ରାପ୍ତି ହେବ । ନୂଆ ବ୍ୟାପାର ପାଇଁ ଯାତ୍ରା ଲାଭଦାୟକ ହୋଇପାରେ । ଆପଣଙ୍କୁ ପୁଣି ଥରେ ଭଲ ପରିଣାମ ମିଳିପାରେ । ପରିସ୍ଥିତି ଭଲ ରହିବା ଦ୍ଵାରା ଆପଣଙ୍କୁ କିଛି ଭଲ ରେଜଲ୍ଟ ମିଳିବ । ଏହି ସମୟରେ ଆପଣଙ୍କୁ ଅନ୍ୟ କମ୍ପାନୀ ଠାରୁ ବି ଭଲ ଅଫର ମିଳିପାରେ । ଅନାବଶ୍ୟକ କୌଣସି କାମ କରନ୍ତୁ ନାହିଁ ।

କର୍କଟ

ଆଜି କାରୋବାର ସମ୍ବନ୍ଧିତ ଯାତ୍ରାର ଯୋଗ ଅଛି । ଏହା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆଜି କୌଣସି କାମକୁ ନେଇ ଆପଣ ଚିନ୍ତିତ ବି ହୋଇ ପାରନ୍ତି । ଏହି ସମୟରେ ଆପଣଙ୍କ ସମୟ ଆପଣଙ୍କ ସାଥ ଦେବ । ନୂଆ ଭାଷା ଜାଣିବାକୁ ଓ ଶିଖିବାକୁ ଚେଷ୍ଟା କରିବେ । ଆପଣ ନିଜର ସଫଳତାକୁ ନେଇ ଅଳ୍ପ ନିରାଶ ବି ହୋଇପାରନ୍ତି । ଏହି ସମୟରେ ସିନିୟରସଙ୍କ ସାଥ ଦ୍ଵାରା ଆପଣ ବଡ ବିପଦ ଠାରୁ ରକ୍ଷା ପାଇବେ । ଏହି ସମୟରେ ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ ।

ସିଂହ

ଆଜି ଆପଣଙ୍କୁ ଟଙ୍କା ଆୟ କରିବା ପାଇଁ ନୂଆ ଅବସର ପ୍ରାପ୍ତ ହେବ । ଜୀବନସାଥିଠିଙ୍କ ସହିତ ଆପଣ ଜୀବନର ସବୁଠୁ ରୋମାଣ୍ଟିକ ସମୟ ବ୍ୟତିତ କରିବେ । ମିତ୍ରାମାନଙ୍କ ସହିତ କୌଣସି କଥାକୁ ନେଇ ଆପଣଙ୍କ ବିବାଦ ହୋଇପାରେ । ଆପଣଙ୍କୁ ଆର୍ଥିକ ମାମଲାରେ ଛୋଟ ବଡ ସମସ୍ୟାର ସାମ୍ନା କରିବାକୁ ପଡିବ । କିନ୍ତୁ ଏହା ସତ୍ବେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ମିତ୍ର କିମ୍ବା ପରିବାରର ସଦସ୍ୟଙ୍କ ସହିତ ମୌଜ ମସ୍ତି କରିବେ ।

କନ୍ୟା

ଆଜି ଆପଣ ଜରୁରୀ କାମକୁ ନିଶ୍ଚିତ ପୁରା କରିବେ । ପ୍ରେମ ସମ୍ବନ୍ଧରେ ଆପଣଙ୍କୁ କୌଣସି ଖୁସି ଖବର ମିଳିବ । ଆଜି ବନ୍ଧୁମାନଙ୍କ ସହିତ ଆଉଟିଙ୍ଗ ବି ଯାଇ ପାରନ୍ତି । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଏହି ସମୟରେ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ବଡ ଲାଭ ମିଳିପାରେ । ଏହି ସମୟରେ ଆପଣଙ୍କ ଆମଦାନୀ ବୁଦ୍ଧି ହୋଇପାରେ । ବ୍ୟାପାରରେ ଲାଭ ହେବ । ଆପଣ ନିଜର ଭବିଷ୍ୟତରେ ଆର୍ଥିକ ଯୋଜନା ଉପରେ କାର୍ଯ୍ୟ କରିବେ ।

ତୁଳା

ଆଜି ଆପଣଙ୍କୁ ମିତ୍ରାମାନଙ୍କ ଭଲ ଉପଦେଶ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଯିବ । ଆପଣଙ୍କୁ ଭରପୁର ଆର୍ଥିକ ଲାଭ ମିଳିବ । ଏହି ସମୟଟି ଆପଣଙ୍କ ପାଇଁ ପ୍ରକୃଷ୍ଟ ଅଟେ । ବିଧିବୋଧ ଯୋଜନା କରି ଆଗକୁ ବଢନ୍ତୁ । ବାହାରକୁ ବୁଲିବାକୁ ମଧ୍ୟ ଯାଇପାରନ୍ତି ଓ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ । ଏହାକୁ ଉପଭୋଗ କରିବେ । ବିଦେଶରୁ ଆସୁଥିବା ଖବର ଜରୁରୀ ନୁହେଁ ଯେ ଆପଣଙ୍କ ପାଇଁ ଶୁଭ ହେବ ।

ବିଚ୍ଛା

ଏହି ସମୟରେ ଆପଣ କୌଣସି ପ୍ରକାରର ବିବାଦରେ ପଡନ୍ତୁ ନାହିଁ । ଅନ୍ୟଥା ଆପଣଙ୍କ ଦିନ ଚିନ୍ତାରେ କଟିବ । ଆପଣଙ୍କ କିଛି ପରିଶ୍ରମ ବୃଥା ଯାଇ ପାରେ । ଯଦି ଆପଣ ଚାକିରି କରୁଛନ୍ତି କିମ୍ବା ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ କିଛି ସାଥିଙ୍କ ଉପରେ ବିଶ୍ଵାସ କରିବା ଉଚିତ । କାରଣ ବିଶ୍ଵାସରେ ହିଁ ଆପଣ ନିଜର କାର୍ଯ୍ୟକୁ ଆଗକୁ ବଢାଇ ପାରିବେ । ଆଜି ଆପଣଙ୍କ ଦିନ ଭଲ ଅଟେ । ଧନ ଲାଭର ବି ଅବସର ପ୍ରାପ୍ତ ହେବ । ଅଫିସରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ ।

ଧନୁ

ଯେଉଁ ଖବର ପାଇଁ ଆପଣ ଅପେକ୍ଷା କରି ଥିଲେ ସେ ଖବର ହୁଏତ ଆପଣଙ୍କୁ ମିଳି ନ ପାରେ । ଧର୍ଯ୍ୟ ଧରି ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ଏହିଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯୋଗ ମିଳିଥାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ ହେଉଛନ୍ତି । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜି ମାନସିକ ଆଳସ୍ୟତା ଅନୁଭବ କରିପାରନ୍ତି ।

ମକର

ନିଜର ପ୍ରେମୀର ଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଆପଣ ଏମିତି କାମ କରୁଛନ୍ତି ଯେଉଁଥିରେ ଆପଣଙ୍କୁ ଲାଭ ମିଳୁଛି ଓ ଖୁସି ମଧ୍ୟ ମିଳୁଛି ତେବେ ସେହି କାମକୁ କେବେ ବି ହାତ ଛଡା କରନ୍ତୁ ନାହିଁ । ଆପଣ ଏହି ସମୟରେ ନିଜର ବୁଦ୍ଧି ଓ ଭଲ ବାଣୀର ଉପଯୋଗ କରିବେ । ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଆପଣଙ୍କ ଧନ ହାସଲ ହେବ । କିଛି ଶିଖିବା ପାଇଁ ଆପଣ ଇଚ୍ଛା ହେବ । ଆପଣଙ୍କ ବନ୍ଧୁଙ୍କ ସହ ଆପଣଙ୍କ ସହକ୍ରମୀ ବି ଆପଣଙ୍କ ସାହାର୍ଯ୍ୟ କରିବେ ।

କୁମ୍ଭ

ନିଜ ଉପରେ କାବୁ ରଖନ୍ତୁ ତେବେ ସବୁ ସ୍ଥିତିରେ ଆପଣ ବିଜୟୀ ହେବେ । ସାହସ ଓ ଉତ୍ସାହର ସହିତ କାର୍ଯ୍ୟ କରିବେ । ଯୋଗ ଓ ଧ୍ୟାନ ଦ୍ଵାରା ଆପଣ ଶାନ୍ତ ରହି ପାରିବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ କ୍ୟାରିୟର ଭଲ ରହିବ । ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳିବ ଏବଂ ସେଥିରେ ଅସୁବିଧା ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଆପଣଙ୍କ ପରିଶ୍ରମ ଭଲ ଫାଳଦାୟକ ଅରହିବ । ଫିଟ ରହିବା ପାଇଁ ସବୁଦିନ ବ୍ୟାୟମ କରନ୍ତୁ ।

ମୀନ

ଆପଣଙ୍କୁ ଧନ ସମ୍ବନ୍ଧିତ ବିବାଦର ସାମ୍ନା କରିବାକୁ ପଡିପାରେ । ଯାହା ଦ୍ଵାରା ଆପଣଙ୍କୁ ମାନସିକ ଅଶାନ୍ତି ତଥା ଚିନ୍ତା ପୂର୍ଣ ସ୍ଥିତିର ସାମ୍ନା କରିବାକୁ ପଡିପାରେ । ଘରେଲୁ ପରିସ୍ଥିତି ବିଷୟରେ ଚିନ୍ତା କରନ୍ତୁ । ଆପଣଙ୍କ ଶାରୀରିକ କଷ୍ଟର ସାମ୍ନା କରିବାକୁ ପଡିପାରେ । ଯେଉଁ କାରଣରୁ ଆପଣ ବହୁତ ଚିନ୍ତିତ ରହିବେ । ଯଦି ଆପଣ ରାଜନୀତିକ କ୍ଷେତ୍ରରୁ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ନିରନ୍ତର ପ୍ରୟାସ କରିବାକୁ ପଡିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ସ୍ଥିତି ଭଲ ଅହିବ । ଶତ୍ରୁ ପକ୍ଷ ଉପରେ ଆପଣ ହାବି ହେବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।