ଆଜି ଠାରୁ ଆରମ୍ଭ ହେଲା ଡିଜିଟାଲ ଭୋଟ ପରିଚୟ ପତ୍ର, କିପରି କରିବେ ଏହାକୁ ଡାଉନଲୋଡ ? ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା

ସମସ୍ତ ଭୋଟରମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଆସି ଯାଇଛି । ଆପଣମାନଙ୍କୁ ନିଜର ଭୋଟର ପରିଚୟ ପତ୍ର ପାଇଁ କାହା ପାଖକୁ ଯିବାକୁ ପଡିବ ନାହିଁ ଅର୍ଥାତ ଆପଣ ନିଜର ଭୋଟର ପରିଚୟ ପତ୍ରକୁ ଅନ୍ଲାଇନ ଡାଉନଲୋଡ କରି ପାରିବେ । କହିବାକୁ ଗଲେ ସୋମବାର ଦିନ ଜାତୀୟ ଭୋଟର ଦିବସ ଥିଲା । ଏହି ଉପଲକ୍ଷେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଡିଜିଟାଲ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଥିଲେ ।

ଆପଣ ନୂତନ କିମ୍ବା ପୁରୁଣା ଭୋଟର ପରିଚୟ ପତ୍ର ବାହାର କରିବାକୁ ଚାହୁଁଛନ୍ତି ତେବେ ଆପଣ ଅନ୍ଲାଇନରୁ ଭୋଟର ପରିଚୟ ପତ୍ର ଡାଉନଲୋଡ କରି ପାରିବେ । ଯାହାକି ସମସ୍ତଙ୍କ ପାଇଁ ଉପଲବ୍ଧ ଅଟେ ।

ଏହା ସମସ୍ତଙ୍କ ପାଇଁ ଅତି ସହଜ ମଧ୍ୟ ଅଟେ । କିନ୍ତୁ ଏହି e-EPICs ଉଭୟ ନୂଆ ଓ ପୁରୁଣା ଭୋଟରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉପଲବ୍ଧ କରାଯିବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୫ ରୁ ୩୧ ପର୍ଯ୍ୟନ୍ତ ଉପଲବ୍ଧ କରାଯିବ । ଏହି ତାରିଖ ମଧ୍ୟରେ କେବଳ ନୂଆ ପଞ୍ଜୀକୃତ କରିଥିବା ଭୋଟରମାନେ ଅର୍ଥାତ ଭୋଟର ପ୍ରକ୍ରିୟାରେ ସାମିଲ ହୋଇ ନ ଥିବା ବ୍ୟକ୍ତିମାନେ ଅନ୍ଲାଇନ ଭୋଟର ପରିଚୟ ପତ୍ର ପାଇ ପାରିବେ ।

ଦ୍ଵିତୀୟ ପର୍ଯ୍ୟାୟ e-EPICs ଫେବ୍ରୁୟାରୀ ୧ ତାରିଖରୁ ଆରମ୍ଭ ହୋଇଯିବ । ଏହି ପର୍ଯ୍ୟାୟରେ ପୂର୍ବରୁ ନେଇସାରିଥିବା ଭୋଟର ପରିଚୟ ପତ୍ର ଓ ଭୋଟ ଦେବା ପ୍ରକ୍ରିୟାରେ ସାମିଲ ହୋଇସାରିଥିବା ଭୋଟରମାନେ ଅନ୍ଲାଇନ ଭୋଟର ପରିଚୟ ପତ୍ର ନେଇ ପାରରିବେ । ଭୋଟରମାନେ (voterportal.eci.gov.in) ଏହି ୱେବସାଇଟରେ ଲଗଇନ କରି ଡିଜିଟାଲ ଭୋଟର ପରିଚୟ ପତ୍ର ଡାଉନଲୋଡ କରି ପାରିବେ ।

ଏହା ସହିତ ଆପଣମାନେ ଭୋଟର ହେଲ୍ପଲାଇନ ଆପ ମାଧ୍ୟମରେ ଡିଜିଟାଲ ଭୋଟର ପରିଚୟ ପତ୍ର ନେଇ ପାରିବେ । ଏହି ଆପ ଗୁଗୁଲ ପେଳ ସ୍ଟୋରରେ ଉପଲବ୍ଧ ଅଛି । ଏହା ସହିତ ଏହି ଆପ ଡିଜିଟାଲ ଲକର ଆପ୍ଲିକେସନ ସାଇଟରେ ମଧ୍ୟ ଉପଲବ୍ଧ ଅଛି ।

କିନ୍ତୁ ଯଦି ଆପଣ ନୂତନ ଭୋଟର ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଛନ୍ତି, ତେବେ ସେମାନେ ଭୋଟ ପରିଚୟ ପତ୍ରର ହାର୍ଡ କପି ପାଇନଥିବା ଫର୍ମ – ୬ ନମ୍ବର ପୂରଣ କରି ଭୋଟର ପରିଚୟ ପତ୍ର ପାଇ ପାରିବେ । ପୂର୍ବରୁ ପଞ୍ଜୀକୃତ ହୋଇଥିବା ଭୋଟରମାନେ କେବଳ ଭୋଟର ଈଦ ଓ ମୋବାଇଲ ନମ୍ବର ଦେଇ ଭୋଟର ପରିଚୟ ପତ୍ର ପାଇ ପାରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।