ବଡ ଖବର, ଓଡ଼ିଶାକୁ ଘାରିଲା ସୁରଟ ଚିନ୍ତା, ଏକା ଥରରେ ୨୦ କାରୋନା ପଜିଟିଭ

ପଶ୍ଚିମବଙ୍ଗ ପରେ ଓଡ଼ିଶାକୁ ବର୍ତ୍ତମାନ ସୁରଟ ଚିନ୍ତା ଘାରିଛି । ଆଜି ଗୋଟିଏ ଦିନରେ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ସେମାନେ ସମସ୍ତେ ସୁରଟ ଫେରନ୍ତା ଅଟନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଓ ଜଣେ ମହିଳା ଗଞ୍ଜାମ ର ଅଟନ୍ତି ଓ ବାକି ୩ ଜଣ ମୟୂରଭଞ୍ଜର ଅଟନ୍ତି । ଏମାନେ ସୁରଟ ରୁ ଫେରି ଏଠାରେ କ୍ଵାରେନ୍ଟାଇନ ରେ ଥିଲେ । ପୂର୍ବରୁ ୯ ଜଣ ସୁରଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କାଲି ପ୍ରଥମ ଥର ପାଇଁ ଜଗତସିଂହପୁରରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେମାନେ ସମସ୍ତେ ସୁରଟ ଫେରନ୍ତା ଥିଲେ । ଏ ପର୍ଯ୍ୟନ୍ତ ମୋଟ ୨୯ ଜଣ ସୁରଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି । ଗଞ୍ଜାମରେ ୧୭ ଜଣ ଏକାଥରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ୩ ପଜିଟିଭ ଚିହ୍ନଟ ହେବା ପରେ ପ୍ରଥମଥର ପାଇଁ ମୟୂରଭଞ୍ଜ ଜିଲ୍ଲାକୁ କରୋନା ଆକ୍ରାନ୍ତ କରିଛି ।

ଏଥି ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅନୁସାରେ ଏହି ମୋଟ ସଙ୍କ୍ରମିତଙ୍କ ମଧ୍ୟରୁ ୫୧ ଜଣ ମହିଳା ଓ ୧୫୪ ଜଣ ପୁରୁଷ ଅଟନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୮ ଟି ଜିଲ୍ଲା କରୋନା ର ଶିକାର ହେଇ ସାରିଲାଣି । ଏ ପର୍ଯ୍ୟନ୍ତ ରାଜ୍ୟରେ ୫୦ ହଜାର ୫୧୪ ଟି ନମୁନା ପରୀକ୍ଷା କରା ଯାଇଛି ଓ ଗତ କାଲି ୩ ହଜାର ୬୦ ଟି ନମୁନା ପରୀକ୍ଷା ହୋଇଥିଲା । ରାଜ୍ୟରେ ପ୍ରଥମ ଥର ୧୫ ମାର୍ଚ୍ଚରେ କରୋନା ଚିହ୍ନଟ ହୋଇଥିଲା କିନ୍ତୁ ଗତ ୧୧ ଦିନରେ ଏହା ୧୦୦ ରୁ ୨୦୦ କୁ ଟପି ଯାଇଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।