Heavy Rain Alert: ଆଜି ପ୍ରବଳ ବର୍ଷିବ, ରାଜ୍ୟର 11 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଓଡିଶା ପାଣିପାଗ ବିଭାଗ

ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସାମାନ୍ଯରୁ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଏଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଜା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତିରେ ଅଧିକ ବଜ୍ରପାତ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଏଚ. ଆର. ବିଶ୍ବାସ ।

ଅନ୍ୟ ପକ୍ଷରେ ଆସନ୍ତା କାଲି ଉତ୍ତର ଆଣ୍ଡାମନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମନ ସାଗର ଓ ଆଖପାଖରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ କ୍ରମଶଃ ପଶ୍ଚିମ- ଉତ୍ତର ଦିଗରେ ଗତି କରି ଆସନ୍ତା ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳ ଆଡେ ମୁହାଁଇବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

ସମୁଦ୍ର ପତ୍ତନ ଠାରୁ ୩.୧ କିମିରୁ ୫.୮ କିମି ମଧ୍ୟରେ ବାୟୁମଣ୍ଡଳରେ ସକ୍ରିୟ ରହିଛି ଏହି ଘୂର୍ଣ୍ଣିବଳୟ । ତେବେ ଅନ୍ୟପଟେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଲାୟନରକ୍’ ର ଅବଶିଷ୍ଟା॰ଶ ବଙ୍ଗୋପସାଗରରେ ପ୍ରବେଶ କରି ଆଉ ଏକ ବାତ୍ୟା ସୃଷ୍ଟି କରିବା ବୋଲି ମଧ୍ୟ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ୧୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ଏହା ଧୀରେ ଧୀରେ ଘନୀଭୂତ ହେବ ଓ ଏହାପରେ ଆସନ୍ତା ୧୩ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।

ତେବେ ଯଦି ବାତ୍ୟା ‘ଲାୟନରକ୍’ ର ଅବଶିଷ୍ଟା॰ଶ ବଙ୍ଗୋପସାଗରରେ ପ୍ରବେଶ କରି ବାତ୍ୟା ସୃଷ୍ଟି କରିବା ତେବେ ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ଜୱାଦ୍’ ରଖାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୧୭ ତାରିଖରେ ବାତ୍ୟା ‘ଜୱାଦ୍’ ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ କରିବା ସମ୍ଭାବନ ରହିଛି । ତେବେ ଏଥର ପୂଜାରେ ଏହି ସବୁ ପ୍ରଭାବରେ ଏଥର ପୂଜାରେ ଭୀଷଣ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।