ଚାଷୀଙ୍କ ପାଇଁ ଖୁସି ଖବର: ଏହି ସବୁ ଜିନିଷ ଥିଲେ ବର୍ଷକୁ ମିଳିବ 12 ହଜାର ଟଙ୍କା ! ଦେଖନ୍ତୁ ଆପଣଙ୍କ ପାଖରେ ଅଛି କି ?

ଭାରତରେ ସବୁ ଚାଷୀଙ୍କ ପାଇଁ ଆସିଲା ଏକ ଜରୁରୀ ଖବର । ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ ଶୀଘ୍ର ଦାଖଲ କରନ୍ତୁ କିଛି ଆବଶ୍ଯକୀୟ ଡକ୍ୟୁମେଣ୍ଟ । ଏମିତି କଲେ ଆପଣଙ୍କ ଖାତାକୁ ୨୦୦୦ ଟଙ୍କା ବଦଳରେ ଆସିବ ୪୦୦୦ ଟଙ୍କା । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ପ୍ରତ୍ଯେକ ହିତାଧିକାରୀଙ୍କ ଆକାଉଣ୍ଟରେ ସରକାର ତିନୋଟି କିସ୍ତିରେ ୬୦୦୦ ଟଙ୍କା ଜମା କରୁଛନ୍ତି । ଯାହା ଦେଶର କୃଷକ ମାନଙ୍କ ଆର୍ଥିକ ସ୍ଥିତିକୁ ସହାୟତା କରିବାରେ ବେଶ ସହାୟକ ହେଉଛି ।

ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚାଷୀମାନଙ୍କ ପାଇଁ ଉପଲବ୍ଧ ଏହି ସୁବିଧାକୁ ଦ୍ଵିଗୁଣିତ କରିବା ପାଇଁ ମୋଦି ସରକାର ଚିନ୍ତା କରୁଛନ୍ତି । ଯଦି ଏପରି ହୁଏ ତେବେ ଚାଷୀମାନ ବର୍ଷକୁ ୬୦୦୦ ଟଙ୍କା ବଦଳରେ ୧୨୦୦୦ ଟଙ୍କା ପାଇପାରିବେ । ଏବେ ପିଏମ କିଶାନ ଯୋଜନାର ପୁରୁଣା ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଚହୁଁଛନ୍ତି । ବର୍ତ୍ତମାନ ଯେଉଁମାନଙ୍କ ନାମରେ ଚାଷଜମି ଥିବ କେବଳ ସେମାନେ ହିଁ ଏହି ଯୋଜନାର ଲାଭ ପାଇବେ ।

ଯଦି ଆପଣଙ୍କ ନାମରେ ଚାଷଜମି ଅଛି ତେବେ ତୁରନ୍ତ ଏହି ସବୁ କାମ କରିଦେଲେ ବ୍ଯାଙ୍କ ଖାତାକୁ ଆସିଯିବ ସରକାରୀ ଟଙ୍କା । ୨୦୧୯ ମସିହାରେ ଆସିଥିବା ଏହି ପିଏମ କିଶାନ ସମ୍ମାନନିଧି ଯୋଜନାରେ ଦେଖା ଦେଇଥବା କିଛି ତ୍ରୁଟିକୁ ସରକାର ଏବେ ସଂଶୋଧନ କରିବାକୁ ଯାଉଛନ୍ତି । ଏଣିକି ଯୋଜନାର ଲାଭ ପାଇବା ପାଇଁ ଆଶାୟୀ ନୂଆ ହିତାଧିକାରୀ ମାନେ ଆବେଦନ ଫର୍ମରେ ଜମିର ପ୍ଳଟ ନମ୍ବର ଉଲ୍ଲେଖ କରିବାକୁ ହେବ ।

ଏହାସହ ନୂଆ ନିୟମର ପ୍ରଭାବ ପୁରୁଣା ହିତାଧିକାରୀଙ୍କ ଉପରେ ମଧ୍ୟ ପଡିପାରେ । ଏହି ଯୋଜନା ଅଧୀନରେ କେବଳ ସେହି କୃଷକମାନେ ଲାଭାନ୍ଵିତ ହୁଅନ୍ତି ଯେଉଁମାନଙ୍କ ପାଖରେ ଦୁଇ ହେକ୍ଟର ଅର୍ଥାତ ପାଞ୍ଚ ଏକର ଚାଷ ଜମି ଥାଏ । ଏହି ଯୋଜନାର ପ୍ରଥମ କିସ୍ତି ପ୍ରତ୍ଯେକ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ, ଦ୍ଵିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ ଓ ୧ ଡିସେମ୍ବର ରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ । କିସ୍ତି ଟଙ୍କା ସିଧାସଳଖ କୃଷକଙ୍କ ବ୍ଯାଙ୍କ ଆକାଉଣ୍ଟରେ ଜମା ହୋଇଥାଏ ।

ଆଧାର ଓ ବ୍ଯାଙ୍କ ଆକାଉଣ୍ଟ ନମ୍ବରରେ ତ୍ରୁଟି ଥିଲେ ବେଳେ କୃଷକଙ୍କ ଖାତାରେ ଟଙ୍କା ପହଞ୍ଚେ ନାହିଁ । ଏଥିପାଇଁ ଆପଣ ପିଏମ କିଷାନ ସମ୍ମାନନିଧି ଯୋଜନାର ଲାଭ ଉଠାଇବାକୁ ଚାହୁନଥିଲେ ତୁରନ୍ତ ଏହିସବୁ କାର୍ଯ୍ୟ କରି ନିଅନ୍ତୁ । ନଚେତ ଆପଣ ସରକାରୀ ଯୋଜନାର ପରବର୍ତ୍ତୀ କିସ୍ତି ପାଇବାରୁ ବଞ୍ଚିତ ହୋଇପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।