ଟିଭି ସିରିୟଲ ବୀର କି ଅରଦାସ ବୀରାରେ ଭାଇ ଭଉଣୀ ରୂପରେ ନଜର ଆସିଥିବା ଏହି ଦୁଇ କଳାକାର ଆଜି ହେଇଯାଇଛନ୍ତି ଏତେ ବଡ ଓ ଦେଖାଯାଉଛନ୍ତି ଏମିତି

ଆପଣ ୨୦୧୨ରେ ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିୟଲ ‘ଏକ ବୀର କି ଅରଦାସ ବୀରା’ ନିଶ୍ଚିତ ଦେଖିଥିବେ । ଯାହାର କାହାଣୀ ରଣବିଜୟ ଓ ବୀରା ଦୁଇ ଭାଇ ଭଉଣୀ ଉପରେ ଆଧାରିତ ଥିଲା । ଯିଏ ପରସ୍ପରକୁ ବହୁତ ଭଲ ପାଉଥିଲେ ଓ ସିରିୟଲର ଏହି କାହାଣୀ ଦର୍ଶକମାନଙ୍କର ହୃଦୟ ବି ଜିତି ନେଇଥିଲା । ସେହି ସମୟରେ ସିରିୟଲର ଷ୍ଟାର କଳାକାରମାନେ ଦର୍ଶକମାନଙ୍କର ବହୁତ ମନୋରଞ୍ଜନ ବି କରିଥିଲେ ।

ଏହା ସହିତ ସେହି ସମୟରେ ସିରିୟଲର ଶିଶୁ କଳାକାର ବୀରା ଓ ରଣବିଜୟ ନିଜର ଅଭିନୟ ଦ୍ଵାରା ବହୁତ ଚର୍ଚାରେ ମଧ୍ୟ ରହିଥିଲେ । କିନ୍ତୁ ପାଖାପାଖି ୫ ବର୍ଷ ହେବ ଏହି ସିରିୟଲ ବନ୍ଦ ହୋଇଯାଇଛି ଓ ଏହି ୫ ବର୍ଷ ମଧ୍ୟରେ ବୀରା ଓ ରଣବିଜୟର କିରଦାରରେ ନଜର ଆସୁଥିବା ଏହି ଶିଶୁ କଳାକାର ବି ବହୁତ ବଦଳି ଯାଇଛନ୍ତି ।

ଯାହାଙ୍କୁ ବର୍ତ୍ତମାନ ସମୟରେ ଚିହ୍ନିବା ବହୁତ କଷ୍ଟକର ଅଟେ । ଆଜି ଆମେ ଆପଣଙ୍କୁ ବୀରା ଓ ରଣବିଜୟର କିରଦାରରେ ନଜର ଆସୁଥିବା ଏହି ଶିଶୁ କଳାକାରମାନଙ୍କ ବିଷୟରେ କହିବା । ସିରିୟଲରେ ଛୋଟ ଝିଅ ବୀରାର ଅଭିନୟ କରୁଥିବା ଶିଶୁ କଳାକାର ହର୍ଷିତା ଓଝାର ଜନ୍ମ ୧୦ ଫେବ୍ରୁୟାରୀ ୨୦୦୭ ଝାରଖଣ୍ଡର ଧନବାଗ ସହରରେ ହୋଇଥିଲା ଓ ସେ ନିଜର ଶିକ୍ଷା ବି ଏହି ସହରରୁ ଆରମ୍ଭ କରିଥିଲା ।

ଯଦି ଏହି ପ୍ରତିଭାଶାଳୀ ଶିଶୁ କଳାକାର ବିଷୟରେ କହିବା ତେବେ ସେ ଛୋଟ ପରଦାରେ ସିରିୟଲ ‘ଏକ ବୀର କି ଅରଦାସ ବୀରା’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲା । ଯେଉଁଥିରେ ଯେଉଁଠି ସେ ଛୋଟ ବୀରାର ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲା ଓ ଏହି କାରଣ ଅଟେ କି ତାଙ୍କୁ ଅନ୍ୟ କେତେକ ସିରିୟଲରେ କାମ କରିବା ପାଇଁ ସୁଯୋଗ ମିଳିଲା । ଏହା ସହିତ ସେ ସାବଧାନ ଇଣ୍ଡିଆର ବହୁତ ସିରିୟଲରେ କାମ କରିଛି ।

ଏହି ସିରିୟଲରେ ରଣବିଜୟର ପିଲାଦିନର ଭୂମିକାରେ ନଜର ଆସୁଥିବା ଶିଶୁ କଳାକାର ବିଷୟରେ କହିବା ତେବେ ଏହି ଶିଶୁ କଳାକାର ଅସଲ ନାମ ଭାବେଶ ବାଲଚଂଦାନୀ ଅଟେ । ଭାବେଶ ବାଲଚଂଦାନୀର ଜନ୍ମ ୧୪ ଏପ୍ରିଲ ୨୦୦୧ରେ ଗୁଜୁରାଟର ସୁରତ ସହରରେ ହୋଇଥିଲା ଓ ସେ ନିଜର ଶିକ୍ଷା ବି ଏହି ସ୍ଥାନରୁ ଆରମ୍ଭ କରିଥିଲା । ଭାବେଶ ବାଲଚଂଦାନୀ ବର୍ଷ ୨୦୧୧ରେ ସିରିୟଲ ‘ଫୁଲୱା’ରେ ବାବୁର କିରଦାର କରି ନିଜର କ୍ୟାରିୟର ଆରମ୍ଭ କରିଥିଲା । କିନ୍ତୁ ଏହା ଏକ ସହୟାକ ଭୂମିକା ଥିଲା ।

ଏହା ପରେ ସେ ‘ବାଲ କୃଷ୍ଣ ଓ ଭକ୍ତୋ କା ଭକ୍ତି’ ଭଳି ବହୁତ ସିରିୟଲରେ କାମ କରିଛି । କିନ୍ତୁ ଆଜି ବୀରା ଅର୍ଥାତ ଅଭିନେତ୍ରୀ ହର୍ଷିତା ଓଝା ୧୩ ବର୍ଷ ହୋଇଯାଇଛି । ଯେତେବେଳେ କି ଅଭିନେତା ଭାବେଶ ବାଲଚଂଦାନୀ ୧୯ ବର୍ଷର ହୋଇଯାଇଛି । କହିଦେଉଛୁ କି ଅଭିନେତ୍ରୀ ହର୍ଷିତା ଓଝା କେବଳ ୫ ବର୍ଷ ବୟସରେ ହିଁ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକମାନଙ୍କୁ ନିଜର ଦିବାନା କରି ଦେଇଥିଲା । କିନ୍ତୁ ଆଜି ସେ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସୁଛି ।

ଅନ୍ୟ ପଟେ ରଣବିଜୟର କିରଦାରରେ ନଜର ଆସୁଥିବା ଭାବେଶ ବାଲଚଂଦାନୀ ବିଷୟରେ କହିବା ତେବେ ସେ ବି ପୂର୍ବ ଅପେକ୍ଷା ବହୁତ ହ୍ୟାଣ୍ଡସମ ହୋଇଯାଇଛି । କହିଦେଉଛୁ କି ହର୍ଷିତା ଓଝା ବର୍ତ୍ତମାନ ନିଜର ପଢା ଉପରେ ଧ୍ୟାନ ଦେଉଛି ଓ ଟିଭି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛି । କିନ୍ତୁ ଅନ୍ୟ ପଟେ ଭାବେଶ ବାଲଚଂଦାନୀ ସିରିୟଲ ରାଧାକୃଷ୍ଣରେ ଅନିରୁଦ୍ଧର ଦମଦାର କିରଦାରରେ ନଜର ଆସୁଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।