ଏହି ୩ ଟି କାରଣ ରୁ ଭାରତ ରଚିଲା ଇତିହାସ, ଜିତିଲା ଐତିହାସିକ ଟେଷ୍ଟ ସିରିଜ, ଯାହା ସବୁଦିନ ରହିବ ମନେ

ବ୍ରିସ୍ବେନ  ଟେଷ୍ଟକୁ ଭାରତ ଜିତି ଇତିହାସ ରଚିଲା ଭାରତ । ଟେଷ୍ଟ ସିରିଜ ଉପରେ କବଜା କରିନେଲହି ଟେଷ୍ଟ ସିରିଜ କୁ 2 – 1 ରେ ଜିତିନେଲା । ଯେଉଁ ଟେଷ୍ଟ ମ୍ୟାଚ କୁ ସମସ୍ତେ ଡ୍ର ହେବ ବୋଲି ଭାବୁଥିଲେ ସେହି ମ୍ୟାଚକୁ କିପରି ଜିତିଲା ଆସନ୍ତୁ ଜାଣିବା । ସେହି ୩ ଟି କାରଣ ବିଷୟରେ ଆଜି ଆମେ ଆପଣଙ୍କ ଜଣାଇବୁ ।

୧ – ପ୍ରଥମ କାରଣ

ଶୁଭମନ ଗିଲଙ୍କର  ତୁଫାନି ବ୍ୟାଟିଂ । ରୋହିତ ଶର୍ମାଙ୍କ ପଞ୍ଚମ ଦିନରେ ଶୀଘ୍ର ଆଉଟ ହୋଇଗଲେ ମାତ୍ର ୭ ରନ କରି ଆଉଟ ହୋଇଗଲେ । ଶୁଭମାନ ଗିଲଙ୍କର ତୁଫାନି ବ୍ୟାଟ ଚାଳନା ଦ୍ୱାରା ଅଷ୍ଟ୍ରେଲିଆ ଦଳର ଖୁସିରେ ଭଟ୍ଟା ପକାଇଥିଲେ । ସବୁଠୁ ବଡ଼ କଥା ହେଲା ସେ ବହୁତ ଶୀଘ୍ର ରନ କରିବାକୁ ଆସିଥିଲେ । ୬୨. ୩୩ ପ୍ରତିସତ ରେ ୯୧ ରନ କରିଥିଲେ । ଯେଉଁଥିରେ ୮ ଟି ଚୋୖକା ଓ ୨ ଟି ଛକା ଥିଲା । ସେ ମ୍ୟାଚ କୁ ଡ୍ର ନୁହେଁ ଜିତିବାକୁ ଆସିଥିଲେ ।

୨ – ଦ୍ଵିତୀୟ କାରଣ

ଶୁଭମାନ ଗିଲ ଯେତେବେଳେ ୯୧ ରନ ରେ ଆଉଟ ହୋଇଗଲେ ସେତେବେଳେ ଚେତେଶ୍ୱର ପୂଜାର ଅଷ୍ଟ୍ରେଲିୟା ଖେଳାଳିଙ୍କ ସବୁ ଯୋଜନାକୁ ପାଣିରେ ପକାଇଦେଲେ । ସେ ମ୍ୟାଚ ରେ ପୁରା ଦମ୍ଭ କରି ରହିଥିଲେ । ତାଙ୍କୁ ଆଉଟ ନ ହେବା ପାଇଁ କୁହା ଯାଇଥିଲା । ତେଜେଶ୍ୱର ୱିକେଟ ପଡ଼ିବାକୁ ଦେଇନଥିଲେ । ଚେତେଶ୍ୱର ପୂଜାର ୨୧୧ ଟି ବଳରେ ମାତ୍ର ୫୬ ରନ କରିଥିଲେ । ଅଷ୍ଟ୍ରେଲିଆ ଖେଳାଳୀଙ୍କର ଯୋଜନାକୁ ପାଣ୍ଡ  କରିଦେଇଥିଲେ । ଅଷ୍ଟ୍ରେଲିୟା ବୋଲର ମାନଙ୍କର ଖେଳ ଆରମ୍ଭ ରୁ ଯେଉଁ ଜୋଶ ଥିଲା ତାହାକୁ ପୂଜାରା ପ୍ରଥମେ ଢିଲା କରିଦେଇଥିଲେ । ତାଙ୍କୁ ଏଥିରେ ରାହାଣେ ସାହାଯ୍ୟ କରିଥିଲେ । କିନ୍ତୁ ରାହାଣେ ମାତ୍ର ୨୪ ରନ କରିବାକୁ ସକ୍ଷମ ହୋଇଥିଲେ ।

୩ – ତୃତୀୟ କାରଣ

ଋଷଭ ପନ୍ତଙ୍କର ତୁଫାନି ବ୍ୟାଟିଂ । ତାଙ୍କୁ କୁହାଯାଇଥିଲା କି ସେ ଦୃଢ଼ତାର ସହ ବ୍ୟାଟିଂ କରିବେ ଓ ତାଙ୍କର ୱିକେଟକୁ ସୁରକ୍ଷିତ ରଖିବେ । ସେ ତାହା ହିଁ କରିଲେ ଓ ଲୀୟନଙ୍କ ବଲକୁ ତୀବ୍ର ପ୍ରହାର କରି ତାଙ୍କୁ ଫୁରସତ ଦେଲେ ନାହିଁ । ତାଙ୍କ ବଲ ରେ ଛକା  ମାରିଥିଲେ । କମିନ ଓ ଷ୍ଟାର୍କଙ୍କୁ ବି ପ୍ରହାର କରିଥିଲେ । ଚୌକା ମାରିଥିଲେ । ସେ ୭୯ ରନ କରି ନଟ ଆଉଟ ରହିଥିଲେ । ଏହାପରେ ୱାସିଙ୍ଗଟନ ସୁନ୍ଦର ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ସେ ୨୨ରନ କରିଥିଲେ  । ଏଥିରେ ସେ ଦୁଇଟି ଚୋୖକା ଓ ଗୋଟିଏ ଛକା ମାରି ବହୁତ ଶୀଘ୍ର ରନ କରି ଏହି ମ୍ୟାଚକୁ ଜିତିବାକୁ ଚେଷ୍ଟା କରିଥିଲେ । ଏହା ପରେ ସାଦୃଳ ଠାକୁର ୨ ରନ ନେଇ ଭାରତକୁ ଜିତାଇ ଥିଲେ । ଭାରତ ଏହି ଟେଷ୍ଟ ମ୍ୟାଚ କୁ ୩ ୱିକେଟରେ ଜିତିନେଇଥିଲେ ।