ଟିମ ଇଣ୍ଡିଆ ଭାଙ୍ଗିଲା ଅଷ୍ଟ୍ରେଲିୟାର ଗର୍ବ, ରଚିଲା ଇତିହାସ, ଜାଣନ୍ତୁ ଅଷ୍ଟ୍ରେଲିଆ ରେ ଇଣ୍ଡିଆ ର ବିଜୟ କାହିଁକି ଅଟେ ଏତେ ମହତ୍ଵପୂର୍ଣ

ଭାରତୀୟ ଟିମ ଅଷ୍ଟ୍ରେଲିୟାକୁ ବ୍ରିସବେନ ଟେସ୍ଟ ମ୍ୟାଚରେ ୩ ୱିକେଟରେ ତାଙ୍କର ହିଁ ଦେଶରେ ହରାଇ ଦେଇଛି । ଏହା ସହିତ ଭାରତ ଏହି ସିରିଜକୁ ୨ – ୧ରେ କବ୍ଜା ବି କରିନେଇଛି । ଏହି ବିଜୟ ସହିତ ଭାରତ ଅଷ୍ଟ୍ରେଲିୟା ଦେଶରେ ଖେଳାଯାଇଥିବା ଚାରୋଟି ଟେସ୍ଟ ମ୍ୟାଚର ବାର୍ଡର-ଗାବାସ୍କର ଟ୍ରାଫୀ ସିରିଜକୁ ବି ନିଜ ନାଁରେ କରିନେଇଛି । ଏହା ମଧ୍ୟରେ ଭାରତ କିଛି ନୂଆ ରେକର୍ଡ ବି ନିଜ ନାଁରେ କରିବାରେ ସଫଳ ହୋଇଛି । ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡ ଉପରେ ଭାରତ ଅଷ୍ଟ୍ରେଲିୟା ବିରୁଦ୍ଧରେ ୩୨ ବର୍ଷ ପରେ ବିଜୟ ହାସଲ କରିଛି ।

ଏହି ମ୍ୟାଚର ଜିତିବା ପଛରେ ବହୁତ ମହତ୍ଵ ଅଛି । କହିଦେଉଛୁ କି ଭାରତ ନିଜର ନିୟମିତ କ୍ୟାପଟେନ ବିରାଟ କୋହଲିଙ୍କ ବିନା ଏହି ସିରିଜକୁ ତିନୋଟି ମ୍ୟାଚ ଖେଳିଲେ । ଗୋଟିଏ ମ୍ୟାଚ ଏଡିଲେଡରେ ଖେଳିବା ପରେ କୋହଲି ଛୁଟିରେ ନିଜ ଭାରତକୁ ଫେରି ଆସିଲେ ।

ଏହା ପରେ ତାଙ୍କର ଅନୁପସ୍ଥିତିରେ ଟିମର କ୍ୟାପଟେନର ଦାୟିତ୍ଵ ଅଜିଙ୍କ୍ୟ ରାହାଣେ ସମ୍ଭାଳିଲେ । ଭାରତ ଏଡିଲେଡରେ ଖେଲାଯାଇଥିବା ପ୍ରଥମ ଟେସ୍ଟ ମ୍ୟାଚର ପରାଜୟ ପରେ ସିରିଜ ୧ – ୦ରେ ପଛରେ ପଡିଥିଲା । ଏହା ପରେ ଅଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନଶିପରେ ଅଷ୍ଟ୍ରେଲିୟା ସହିତ ମେଲର୍ବନରେ ଖେଲାଯାଇଥିବା ଦ୍ଵିତୀୟ ଟେସ୍ଟ ମ୍ୟାଚରେ ୮ ୱିକେଟରେ ଏହି ସିରିଜକୁ ୧ – ୧ରେ ବରାବର କରିନେଲା । କିନ୍ତୁ ଏହା ମଧ୍ୟରେ ଭାରତକୁ ବହୁତ ଝଟକା ମଧ୍ୟ ଲାଗିଛି ।

କହିବାକୁ ଗଲେ ଟିମ ଇଣ୍ଡିଆର କେତେକ ଅନୁଭବି ଖେଳାଳି ଆଘାତ କାରଣରୁ ଏହି ସିରିଜରେ ଜଣେ ଜଣେ କରି ବାହାରି ଗଲେ । ଶମୀ, ବୁମରାହ, ଉମେଶ ୟାଦବ, ଆର ଅଶ୍ୱିନ, ହନୁମା ବିହାରୀ, କେ ଏଲ ରାହୁଲ ଭଲି ଖେଳାଳି ବି ଟିମଋ ବାହାରି ଗଲେ । ଏହା ପରେ ତୃତୀୟ ଟେସ୍ଟ ମ୍ୟାଚ ଯାହାକି ସିଡନୀରେ ଚାଲୁଥିଲା ଏହି ମ୍ୟାଚରେ ଭାରତୀୟ ଖେଳାଳି ପ୍ରାୟତଃ ପରଜାୟର ସମ୍ମୁଖୀନରେ ଥିଲେ କିନ୍ତୁ ଏହା ସତ୍ବେ ବି ଭାରତୀୟ ଖେଳାଳିମାନେ ମ୍ୟାଚକୁ ଡ୍ର କରିବା ପାଇଁ ଚେଷ୍ଟା କରିଲେ ।

ହନୁମା ବିହାରୀ ଓ ପନ୍ତ ଭଲ ବ୍ୟାଟିଙ୍ଗ କରି ପରଜାୟ ମୁଖରୁ ଟିମକୁ ନେଇ ଆସିଲେ । କହିଦେଉଛୁ କି ସିଡନୀରେ ଟିମ ସହିତ ଅଷ୍ଟ୍ରେଲିୟାର ଦର୍ଶକମାନେ ବି ଭାରତୀୟ ଟିମକୁ ଗାଲି ଦେଉଥିଲେ । ସିରାଜ ଓ ବୁମରାହକୁ ଲଗାତାର ଦର୍ଶକମାନଙ୍କ ଦ୍ଵାରା ଗାଲି ଦିଆଗାଲା । ଅଷ୍ଟ୍ରେଲିଆୟର କ୍ୟାପଟେନ ବି ଭାରତୀୟ ଟିମ ସହ ଖରାପ ବ୍ୟବହାର କରିଲେ । ଯାହାକୁ ନେଇ ବହୁତ ଆଲୋଚନା ବି ହେଲା । ଏହା ସହିତ ଗାବାରେ ଭାରତକୁ ହରାଇବା ପାଇଁ ଚ୍ୟାଲେଞ୍ଜ ଦେବା କାମ ବି କରାଗଲା ।

ଏମିତିରେ ଏହି ସବୁ ଘଟଣା ପରେ ଭାରତୀୟ ଟିମ ଏହି ସମସ୍ତ ଅସୁବିଧାର ସମ୍ମୁଖୀନ କରି ତୃତୀୟ ଟେସ୍ଟ ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଗଲେ । ଏହା ପରେ ବ୍ରିସବେନରେ ବ୍ୟାଟ୍ସମ୍ୟାନଙ୍କ ଭଲ ପ୍ରଦର୍ଶନ କାରଣରୁ ଭାରତକୁ ଐତିହାସୀକ ବିଜୟ ହାସଲ କରିଲା ।

କହିଦେଉଛୁ କି ଭାରତୀୟ ଟିମ ସମସ୍ତ ନୂଆ ଖେଳାଳିଙ୍କ ସହ ପଡିଆକୁ ଓଲହାଇଥିଲା । କିଛି ଖେଳାଳିଙ୍କୁ ଛାଡି ସବୁ ଖେଳାଳିମାନଙ୍କ ୨୦ ଟି ଟେସ୍ଟ ମ୍ୟାଚ ବି ଖେଳି ନ ଥିଲେ । ଏମିତିରେ ସମସ୍ତ ନୂଆ ଖେଳାଳିଙ୍କ ସହ ଗାବା ଭଲି ପିଚରେ ଅଷ୍ଟ୍ରେଲିୟାକୁ ହରାଇବା ସବୁ ଭାରତୀୟଙ୍କ ପାଇଁ ଏକ ଗର୍ବର କଥା ଅଟେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ