ପବିତ୍ର ଶାମ୍ବ ଦଶମୀ ରେ କରନ୍ତୁ ଏହି 3 ଟି କାମ, ସବୁ ମନୋସ୍କାମନା ହେବ ପୂର୍ଣ୍ଣ

ପବିତ୍ର ଶାମ୍ବର ଦଶମୀ ହିନ୍ଦୁ ଘରେ ମନା ଯାଇଥାଏ ଏହା ପୌଷ ମାସ ଶୁକ୍ଲ ପକ୍ଷ ଦଶମୀ ତିଥିରେ ପାଳନ କରାଯାଏ । ଶାମ୍ବର  ଦଶମୀ ହେଉଛି ସୂର୍ଯ୍ୟଙ୍କ ପୂଜା ଅଟେ । ଯେମିତି କୁମାର ପୂର୍ଣ୍ଣିମା ରେ ଚନ୍ଦ୍ର ଦେବଙ୍କ ପୂଜା କରାଯାଏ । ସେହିପରି ଶାମ୍ବର ଦଶମୀରେ ସୂର୍ଯ୍ୟଙ୍କ ପୂଜା କରାଯାଏ । ଏହି ପୂଜାରେ ୩ପ୍ରହର ପୂଜା କରାଯାଏ ।

ଶାମ୍ବର ଦଶମୀରେ କରନ୍ତୁ ଏହି ୩ଟି କର୍ମ ତେବେ ଆପଣଙ୍କର ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯିବ । ଏହି ପୂଜାରେ ମା ମାନେ ତାଙ୍କ ପିଲାଙ୍କ ଶୁଭ କାମନା ପାଇଁ କରିଥାନ୍ତି । ଏହି ପର୍ବରେ ସୂର୍ଯ୍ୟଙ୍କର ୩ଟି ସ୍ଥିତିକୁ ଅନୁସରଣ କରି ସେହି ଅନୁସାରେ ମଧ୍ୟ ୩ ପ୍ରହର ପୂଜା କରାଯାଏ । ପ୍ରଥମ ପୂଜା ମା ମାନେ ସକାଳ ପ୍ରହରୁ ହିଁ ପୂଜା ଆରମ୍ଭ କରିଥାନ୍ତି ।

ଏଥିରେ ପରିଷ୍କାର ପରିଛନ୍ନ ହୋଇ ଯେଉଁଠାରେ ପୂଜା କରିବେ ସେହି ଜାଗାରେ ଆପଣ ଗଙ୍ଗା ପାଣି କିମ୍ବା ଗୋବର ପାଣିରେ ସେହି ଜାଗା କୁ ପବିତ୍ର କରିଥାନ୍ତି । ଏହାପରେ ସେହି ଜାଗାରେ ଝୋଟି କିମ୍ବା ଚିତା ପକାଇ ଥାନ୍ତି । ଏହାପରେ ଧାନ ରଖାଯାଇ କଳସ ସ୍ଥାପନ କରାଯାଏ । ଯେତୋଟି ଛୋଟ ଫୁଲ ପକାଇଥାନ୍ତି  ସେତୋଟି କଦଳୀ ପତ୍ର ରଖାଯାଏ । ଏହାପରେ ସେଥିରେ କିଛି ଫଳ ଓ କିଛି ଛେନା ଓ ମିଠା ପିଲା ମାନଙ୍କ ପାଇଁ ରଖାଯାଏ । ଏହାପରେ ୭ଟି ବାଇଗଣ ପତ୍ର ମଧ୍ୟ ରଖାଯାଏ କଦଳି ପତ୍ରରେ ଯେଉଁ ଫଳ ରଖାଯାଇଥିବ ସେଥିରୁ କିଛି ଫଳ ଆସି ସେହି ବାଇଗଣ ପତ୍ରରେ ରଖାଯାଏ । ଏହାପରେ କଳସ ସ୍ଥାପନା କରାଯାଏ ତାପରେ କିଛି ଫୁଲ ଆଣି ପୂଜା କରାଯାଏ ।

ଦୀପ ଧୂପ ଦେଇ ପୂଜା କରାଯାଏ । ଏହାପରେ ସକାଳର ପୂଜା ସାରିଥାଏ । ମାଝି ପତ୍ରକୁ ରଖୀ ଏହାର ଚାରି ପାଖରେ ଥିବା ପତ୍ରକୁ ଛୋଟ ପିଲାଙ୍କୁ ଦିଆଯାଏ । ଦୁତୀୟ କାମଟି ହେଉଛି ଦିନ ଦୁପ୍ରହରର ତେଜ ଦୀପ୍ତ ସୂର୍ଯ୍ୟ ଦେବଙ୍କୁ ଦୁତୀୟ ପୂଜା କରାଯାଏ । ଏଥିରେ ଗଇଣ୍ଠା ପିଠା ଓ ଅଟକାଳି ପରି କିଛି ପିଠା ବନା ଯାଇଥାଏ ଓ ତରକାରୀ ଘାନ୍ଟ କରାଯାଇ ସେଥିରେ ଭୋଗ ଲଗାଯାଏ ।

ଏହାପରେ ଆଉ ଗୋଟିଏ ଜାଗାରେ ସେହିପରି ଲିପିବେ । କିନ୍ତୁ ସବୁ ପୂଜା ଅଲଗା ଅଲଗା ଜାଗାରେ କରାଯାଏ । ସେହି ଚିତାରେ ସୂର୍ଯ୍ୟଙ୍କର ଚିତ୍ର କରି ତାର ଚାରି କରେ ୬ଟି ମଣ୍ଡଲ କାଟି ତା ଉପରେ କଦଳୀ ପତ୍ର ଥୋଇ ତାର ପାଖରେ କିଛି ଗେଣ୍ଡୁ ଫୁଲ ଓ ବାଇଗଣ ପତ୍ର ଏବଂ ଏହାଉପରେ ଯେଉଁ ସବୁ ରନ୍ଧା ଯାଇଥିବା ଖାଇବାକୁ ରଖନ୍ତୁ ।

ଏହି ପରି ବିଭିନ୍ନ ପ୍ରକାରର ପିଠା ସବୁ ଏହା ଉପରେ ରଖି ପୂଜା କରାଯାଏ । ଆପଣ ଜାଣିଥିବେ କୃଷ୍ଣଙ୍କର ପୁତ୍ର ଶାମ୍ବଙ୍କରକୁ -ଷଠ ରୋଗ ହୋଇଥିଲା ଏବଂ ସେ ଏହି ରୋଗରୁ ମୁକ୍ତି ପାଇବା ପାଇଁ କୋଣାର୍କ ମଦିର ନିକଟକୁ ଯାଇ ସୂର୍ଯ୍ୟଙ୍କୁ ଘୋର ତପସ୍ୟା କରିଥିଲେ ଏଥିରେ ସୂର୍ଯ୍ୟ ଦେବତା ତାଙ୍କ ଉପରେ ଖୁସି ହୋଇ ତାଙ୍କୁ ସେଥିରୁ ମୁକ୍ତି ଦେଲେ । ମାନ୍ୟତା ଅଛି କି ସୂର୍ଯ୍ୟ ଦେବତାଙ୍କ ଅଭିସାର୍ପରେ ସେ ଧବଳକୁ -ଷଠ ରୋଗରେ ପଡନ୍ତୁ ।  ଏହାପରେ ନାରଦ ମୁନି ସୂର୍ଯ୍ୟଙ୍କର ୧୨ଟି ନାମ ଦେଇଥିଲେ ।

ସେହି ସମୟରେ ଯେହେତୁ ଶାମ୍ବ ସେଥିରୁ ମୁକ୍ତି ପାଇଥିଲେ ସେଥିପାଇଁ ଏହି ଦିନକୁ ଶାମ୍ବର ଦଶମୀ ଭାବରେ ପୂଜା କରାଯାଏ । ଏହାପରେ ଭୋଗ ହୋଇଥିବା ସବୁ ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ । ଗୋଟିଏ ତସଲାରେ ହଳଦୀ ମିଶା ପାଣିକୁ ସମସ୍ତେ ଜଣ ଜଣ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏହି ପରି ସନ୍ଧ୍ୟା ସମୟରେ ମଧ୍ୟ କରିଥିବା ଜିନିଷକୁ ରଖାଯାଇ ପୂଜା କରାଯାଏ । ସନ୍ଧ୍ୟା ସମୟରେ ମୋଟା ଚକୁଳି କରାଯାଇ ଏଥିରେ ଭୋଗ କରାଯାଏ । ଏହିପରି ୩ଥର ପୂଜା କରିବା ଦ୍ଵାରା ସୂର୍ଯ୍ୟ ମନସ୍କାମନ୍ନା ପୂର୍ଣ୍ଣ କରିପାରିବେ ।