Bollywoodରେ ଆଉ ନଜର ଆସୁ ନାହାନ୍ତି ଏହି 5 ଲୋକପ୍ରିୟ ସୁପରଷ୍ଟାର, 1ନଂଙ୍କ ପାଇଁ ଆଜିବି ସମସ୍ତେ ଦିୱାନା

ବଲିଉଡ ରେ ଏମିତି ବହୁତ ଆକ୍ଟର ଅଛନ୍ତି ଯିଏ ଆସୁ ଆସୁ ସମସ୍ତଙ୍କ ହୃଦୟ କିଣିଥାନ୍ତି । କିନ୍ତୁ ବଲିଉଡ ରେ ବେଶି ସମୟ ରହିବା ସମସ୍ତଙ୍କ ହାତର କଥା ନୁହେଁ । ବଲିଉଡ ରେ କିଛି ଷ୍ଟାର ଏମିତି ଅଛନ୍ତି ଯିଏ ନିଜ ଅଭିନୟ ଟ୍ୟାଲେଣ୍ଟ ଦ୍ଵାରା ସମସ୍ତଙ୍କ ମନରେ ରାଜ କରିଥାନ୍ତି । ଏବଂ ସମସ୍ତଙ୍କୁ ନିଜର ଦିୱାନା କରିଥାନ୍ତି । କିଛି ଷ୍ଟାର ଏମିତି ଅଛି ଯିଏ ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଏଣ୍ଟ୍ରି ତ ଧମାକାଦାର କରିଥିଲେ କିନ୍ତୁ ସେମାନେ ବେଶି ସମୟ ଧରି ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜ ଯାଦୁ ଚଲେଇ ପାରିଲେନି ଏବଂ ବଲିଉଡ ଜଗତରୁ ଦୂରେଇ ଗଲେ । ଆଜି ଆମେ ଆପଣଙ୍କୁ ସେମିତି କିଛି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଗୋବିନ୍ଦା:- ଗୋଟେ ସମୟରେ ବଲିଉଡ ଫିଲ୍ମ ଜଗତରେ ଗୋବିନ୍ଦା ରାଜ କରୁଥିଲେ । ଗୋବିନ୍ଦା ଫିଲ୍ମ ଇଣ୍ଡଷ୍ଟ୍ରି କୁ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇଥିଲେ । ତାଙ୍କର ସବୁ ଫିଲ୍ମ ହିଟ ହୋଇଥାଏ । ସେ ସମୟରେ ପ୍ରତି ମାସରେ ଗୋବିନ୍ଦା ଙ୍କ ଫିଲ୍ମ ସିନେମା ହଲ ରେ ଲାଗୁଥିଲା ଏବଂ ସୁପରହିଟ ହେଉଥିଲା । ୨୦୧୪ ପରେ ଗୋବିନ୍ଦା ଆଊ ଫିଲ୍ମ କରିଲେ ନାହିଁ । ତାଙ୍କର ଶେଷ ଫିଲ ଥିଲା ପାଟନର । ଗୋବିନ୍ଦା ବର୍ତମାନ ନିଜର ଆକ୍ଟିଂ କ୍ୟାରିଅର ଛାଡ଼ି ଦେଇଛନ୍ତି । ଏହା ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଜାଣିନାହାନ୍ତି ଯେ ଗୋବିନ୍ଦା କାହିଁକି ନିଜର ଆକ୍ଟିଂ କ୍ୟାରିଅର ଛାଡିଦେଲେ ।

ଇମରାନ ଖାନ:- ବଲିଉଡ ର ଟପ ରେଟେଡ ଅଭିନେତା ଅମୀର ଖାନ ଙ୍କ ଭଣଜା ଅଟନ୍ତି ଇମରାନ ଖାନ । ଏହି କାରଣରୁ ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି କୁ ଆସିବାକୁ ବେଶି ସମୟ ଲାଗିନଥିଲା । ଇମରାନ ବହୁତ ହିଟ ଫିଲ୍ମ କରିଛନ୍ତି । କିନ୍ତୁ ୨୦୧୫ ରେ ତାଙ୍କର ରିଲିଜ ହୋଇଥିବା ଫିଲ୍ମ କାଟି ବାଟି ପରେ ସେ ବଲିଉଡ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । କିନ୍ତୁ ସେ ବଲିଉଡ ଜଗତକୁ ଛାଡିବାର କୌଣସି ଅନାଉଁସମେଣ୍ଟ କରିନାହାନ୍ତି ।

ରୀମି ସେନ:- ବଲିଉଡ ଜଗତରେ ଆସିବ କ୍ଷଣି ରିମୀ ସମସ୍ତଙ୍କୁ ନିଜର ଦିୱାନା କରିଥିଲେ । ନିଜର ଲୁକ ଏବଂ ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ ରିମୀ । ଇଣ୍ଡଷ୍ଟ୍ରି କୁ ଆସିବା ପରେ ତାଙ୍କ ଫ୍ୟାନସ ବଢିଥିଲେ । ରିମୀ ନିଜ ଫିଲ୍ମ କ୍ୟାରିଅର ରେ ବହୁତ ହିଟ ଫିଲ୍ମ ଦେଇଥିଲେ । ଯେମିତି ହେରା ଫେରି, ହଙ୍ଗାମା, ଧୁମ, ଗୋଲମାଲ । ଶେଷ ଥର ରିମୀ ୨୦୧୧ ରେ ଆସିଥିବା ଫ୍ଲପ ଫିଲ୍ମ ଥାଙ୍କ ୟୁ ରେ ଦେଖିବାକୁ ମିଳିଥିଲେ । ଏହାପରେ ରିମୀ ବଲିଉଡ ଜଗତରୁ ଦୂରେଇ ଯାଇଛନ୍ତି ।

ବିପାଶା ବାସୁ:- ନିଜ ଅଭିନୟ କ୍ୟାରିୟର ରେ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି ବିପାଶା । ନିଜର ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କ ମନରେ ରାଜ କରୁଥିଲେ ବିପାଶା । ବଲିଉଡ ଜଗତରେ ୪୦ ରୁ ୫୦ ଫିଲ୍ମ କରିଛନ୍ତି ବିପାଶା । ଶେଷ ଥର ପାଇଁ ବିପାଶା ୨୦୧୫ ରେ ଆସିଥିବା ଫିଲ୍ମ ଅଲୋନ ରେ ନଜର ଆସିଥିଲେ । କିନ୍ତୁ ଏହା ପରେ ବିପାଶା ବଲିଉଡ ଇଣ୍ଡଷ୍ଟ୍ରି ରୁ ଗାୟବ ହୋଇଯାଇଛନ୍ତି । ଏବଂ ସେ ବଲିଉଡ ଜଗତରୁ ଦୂରେଇ ଯାଇଛନ୍ତି ।

ଫରଦିନ ଖାନ:- ଫରଦିନ ଏମିତି ଅଭିନେତା ଅଟନ୍ତି ଯିଏ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି । ସେ ଯୋଉ ରୋଲ କରୁଥିଲେ ତାକୁ ବହୁତ ଭଲ ଭାବରେ ତୁଲାଉଥିଲେ । ଫରଦିନ ଶେଷ ଥର ପାଇଁ ଫିଲ୍ମ ଦୁଲ୍ହା ମିଲ ଗୟା ରେ ଦେଖା ଯାଇଥିଲେ । ଏହି ଫିଲ୍ମ ବଲିଉଡ ରେ ଫ୍ଲପ ହୋଇଥିଲା । ଏହା ପରେ ଫରଦିନ ଏମିତି ଗାୟବ ହୋଇଛନ୍ତି କି ସୋସିଆଲ ମିଡିଆରେ ମଧ୍ୟ ତାଙ୍କର କୌଣସି ଖବର ନାହିଁ । ସେ ବଲିଉଡ ଜଗତରୁ ଦୂରେଇ ଯାଇଛନ୍ତି ।

ତେବେ ଆପଣ ଏହି ବଲିଉଡ ଷ୍ଟାର ମାନଙ୍କୁ ମିସ କରୁଛନ୍ତି କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।