ଆମେ ଆଜି ଏମିତି ପାଞ୍ଚଟି ଜିନିଷ ବିଷୟରେ ଜାଣିବା ଯାହାକୁ ଖାଇବାଦ୍ୱାରା ଆମ ଶରୀରରେ କୋଣସି ପ୍ରକାରର ରୋଗ ଦେଖାଦିଏ ନାହିଁ । ଆପଣଙ୍କ ଶରୀର ସବୁଦିନ ପାଇଁ ସୁସ୍ଥ ଓ ମଝଭୁତ ରହିବ । ଏହି ପାଞ୍ଚଟି ଜିସ ଖାଇବା ଦ୍ୱାରା ଆପଣଙ୍କୁ କୌଣସି ରୋଗ ଛୁଇଁ ପାରିବ ନାହିଁ । ଏହାଦ୍ୱାରା ଆପଣ ସବୁବଳେ ଏନର୍ଜୀଟିକ ରହି ପାରିବେ ।
ଆପଣ ଗୋଟିଏ ଚାମଚ ଖସା କୁ ଗୋଟିଏ ଗ୍ଲାସ ପାଣିରେ ଭେଦେଇ ଏହାକୁ ସକାଳୁ ଖାଆନ୍ତୁ ଓ ସେହି ପାଣିକୁ ମଧ୍ୟ ପୁଅନ୍ତୁ । ଏହା ଆପଣଙ୍କ ଶରୀରର କୋଲଷ୍ଟଲକୁ ନିୟନ୍ତ୍ରଣ କରିଥାଏ ଓ ଆପଣଙ୍କୁ ବ୍ଲଡ଼ପ୍ରେସରରୁ ବି ଦୁରେଇ ରଖିଥାଏ । ଏହା ଆପଣଙ୍କ ଶରୀରକୁ ଚିକ୍କଣ କରିଥାଏ ।
ଦ୍ୱିତୀୟ ରେ ଆପଣ ଗୋଟିର ଚାମଚ ପୋସ୍ତ କୁ ଗୋଟିଏ ଗ୍ଲାସ ପାଣିରେ ଭେଦେଇ ସଖାଳୁ ଖାଲି ପେଟରେ ସେହି ପୁସ୍ତକୁ ଖାଇବାସହିତ ସେହି ପାଣିକୁ ମଧ୍ୟ ପିଅନ୍ତୁ । ଏହାଦ୍ୱରା ଆପଣଙ୍କ ଶରୀରରେ ବଳ ହେବା ସହିତ ଆପଣଙ୍କ ହୃଦ୍ଘାତ ଜନିତ ରୋଗ ହୋଇନଥାଏ । ଏହା ଆପଣଙ୍କ ମୁହଁର ଛାଲକୁ ଦୂର କରିଥାଏ ଓ ଆପଣଙ୍କ ହଜମ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ଆପଣଙ୍କ ବାଳ ଝଡ଼ିବାରୁ ରୋକିଥାଏ । ଏହା ମଧ୍ୟ ଆପଣଙ୍କୁ କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ ।
ଆପଣ ପ୍ରତିଦିନ ୧୦ ରୁ ୧୨ ଟି ପେସ୍ତା ବାଦାମ ଖାଇବା ଉଚିତ । କାରଣ ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିଅମ, ଆଇରନ ଓ ଭିଟାମିନ B6 ରହିଥାଏ । ଏଥିରେ ସାଚୁରେଟେଡ଼ ଫ୍ୟାକ୍ଟ ଓ ପ୍ରୋଟିନ ବି ରହିଥାଏ । ଯଦି ଆପଣ ପ୍ରତିଦିନ ବାଦମର ସେବନ ପ୍ରତିଦିନ କରିବେ ତେବେ ଆପଣଙ୍କ ହାଡ଼ ଶକ୍ତ ହେବା ସହିତ ଆପଣଙ୍କୁ ସବୁ ପ୍ରକାର ନିଉଟ୍ରେସନ ମିଳିଥାଏ । ଏହା ଆପଣଙ୍କ ମୁହଁକୁ ଚିକ୍କଣ କରିବା ସହିତ ଆପଣଙ୍କ ହଜମ କରିବାରେ ମଧ୍ୟ୍ୟ ସାହାଯ୍ୟ କରିଥାଏ । ଏହାକୁ ଆପଣ ରାତିରେ ପାଣିରେ ପକେଇ ସଖାଳୁ ଛାଣିକି ଖାଇବାଦ୍ୱାର ଏହା ବହୁତ ଲାଭ ଦେଇଥାଏ ।
ଆପଣ ପ୍ରତିଦିନ ବୁଟ ଖାଇବା ଦରକାର । ଆପଣ ମୁଠାଏ ବୁଟକୁ ପାଣିରେ ପକାଇ ଏହାକୁ ସଖାଳୁ ଖାଇବା ସହିତ ପାଣିକୁ ମଧ୍ୟ ପିଅନ୍ତୁ । ଏହାଦ୍ୱାରା ଆପଣଙ୍କର ହଜମ ଶକ୍ତି ଠିକ କରିଥାଏ । ଏହା ଆପଣଙ୍କ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ । ଏହା କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ । ଏହା ଆପଣଙ୍କ ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ । ଏହା ଆପଣଙ୍କ ରକ୍ତ ହୀନତାରୁ ରକ୍ଷା କରିବା ସହିତ ଆପଣଙ୍କ ଆଖିର ଦୃଷ୍ଟି କୁ ବୃଦ୍ଧି କରିଥାଏ । ଏହାକୁ ଗର୍ଭବତୀ ମହିଳା ଖାଇବା ଦ୍ୱାରା ତାଙ୍କ ପେଟରେ ଥିବା ପିଲା ବହୁତ ସୁସ୍ଥ ଓ ବୁଦ୍ଧିମାନ ହୋଇଥାଏ ।
ଆପଣ ପ୍ରତିଦିନ ଗୋଟିଏ ଚାମଚ ମେଥି ପାଣିରେ ପକେଇ ସଖାଳୁ ତାକୁ ଖାଆନ୍ତୁ ଓ ସେହି ପାଣିକୁ ପିଅନ୍ତୁ, ଏହାଦ୍ୱାରା ଆପଣଙ୍କ ଗ୍ୟାସ ଜନିତ ରୋଗ ଭଲ ହେବା ସହିତ ଆପଣଙ୍କ ଗଣ୍ଠି ଜନିତ ରୋଗ ହୋଇନଥାଏ । ଏହା ଆପଣଙ୍କ ବ୍ଲଡ଼ ସରକୁଲେଶନ କୁ ଠିକ କରିଥାଏ । ଏହା ଆପଣଙ୍କୁ ହୃଦ୍ଘାତରୁ ରକ୍ଷା କରିଥାଏ ।
ଏହି ସବୁ ଜିନିଷ ଆପଣ ଏକାଥରେ ଖାଇବା ଉଚିତ ନୁହେଁ । ଆପଣ ଗୋଟିଏ ଜିନିଷକୁ ଏକ ସପ୍ତାହ ପର୍ଯ୍ୟନ୍ତ ଖାଆନ୍ତୁ । ତାପରେ ଆଉ ଗୋଟିଏ ଜିନିଷ ଖାଆନ୍ତୁ । ଏହିଭଳି ଭାବରେ ଆପଣ ଏକ ସପ୍ତାହ ରେ ଗୋଟିଏ ଜିନିଷ ଲଗାତାର ଭାବରେ ଖାଆନ୍ତୁ ଓ ସପ୍ତାହ ପରେ ଆଉ ଏକ ଜିନିଷ ଲଗାତାର ଭବରେ ଖାଆନ୍ତୁ । ଏପରି ସବୁଦିନ କରିବା ଦ୍ୱାରା ଆପଣଙ୍କ ଶରୀରର ସନ୍ତୁଳନ ବଜାୟ ରହିବ ।
ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।