ଆଜି ସକାଳର 3ଟି ତାଜା ଖବର

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଜି ଦିନର ସବୁଠାରୁ ୩ ଟି ବଡ଼ ଖବର । ତେବେ ଚାଲନ୍ତୁ ଜାଣିବା । ରାଜଧାନୀ ଭୁବନେଶ୍ଵର ରେ ବିଭିନ୍ନ ମଣ୍ଡପରେ ମା ଦୁର୍ଗା ଙ୍କ ପୂଜା ହେବ ବୋଲି ପୂଜା କମିଟି ର କର୍ମକର୍ତ୍ତା ମାନଙ୍କ ଆଲୋଚନା ପରେ, କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ବୈଠକର ନିଷ୍ପତି ଅନୁସାରେ ମୂର୍ତ୍ତି ର ଉଚ୍ଚତା ୪ ରୁ ୫ ଫୁଟ ମଧ୍ୟରେ ରହିବ । ପୂଜାରେ କୌଣସି ଆଡମ୍ବର ହେବନାହିଁ କି ଡାକବାଜି ଯନ୍ତ୍ର ର ବ୍ୟବହାର ହୋଇପାରିବ ନାହିଁ ।

ରାବଣ ପୋଡ଼ି ଅନୁଷ୍ଠିତ ହେବ ନାହିଁ ଏବଂ କୌଣସି ତୋରଣ ନିର୍ମାଣ କରାଯିବ ନାହିଁ । ଲୋକମାନଙ୍କୁ ମଣ୍ଡପ ନ ଆସି ଘରେ ପୂଜା କରାଯିବାପାଇଁ କୁହାଯାଇଛି । ମଣ୍ଡପରେ ମନ୍ତ୍ର ପାଠ କରିବା ସମୟରେ ମାଇକ ବାଜିବା କି ନାହିଁ ସେ ସମ୍ପର୍କରେ ପରେ ନିଷ୍ପତି ନିଆଯିବ ବୋଲି କୁହାଯାଇଛି । ପୂଜାରେ ପୂଜା କମିଟିର ମାତ୍ର ୧୦ ଜଣ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି ।

ରାଜ୍ୟରେ ପୁଣି ବଦଳିବ ପାଗ । ମୌସୁମୀ ଏବେ ଜାମସେଦପୁର ରୁ ଲଘୁଚାପର କେନ୍ଦ୍ରସ୍ଥଳ ପଶ୍ଚିମ ମଧ୍ୟପ୍ରଦେଶ ରୁ ସ୍ୱାଲଗ୍ନପୂର୍ବ ରାଜସ୍ଥାନରୁ ନାଗାଲାଣ୍ଡ ଆଡ଼କୁ ଗତି କରୁଛି । ରାଜ୍ୟରେ ମୋୖସୁମୀ ଟ୍ରପ ଲାଇନ ଏବେ ନିଜ ଯାଗାରେ ରହିଛି କିନ୍ତୁ ରାଜ୍ୟରେ ମୋୖସୁମୀ ଦୁର୍ବଳ ହୋଇଯିବ ଆଶଙ୍କା ରହିଛି । ତେବେ ଭଲ ବର୍ଷା ହେଲେ ମୌସୁମୀ ପୁଣିଥରେ ସଂକ୍ର ହୋଇପାରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଉମା ଶଙ୍କର କହିଛନ୍ତି ।

ଅନ୍ୟପଟେ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଗତ ୩ ଦିନ ହେଲା ଶୁଖିଲା ଏବଂ ଖରାଟିଆ ପାଗ ଲାଗି ରହିଛି ଏବେ କିନ୍ତୁ ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ବିଜୁଳି ଏବଂ ଘଡ଼ଘଡ଼ି ଲାଗି ରହିପାରେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଗଜପତି, କନ୍ଧମାଳ, ରାଇଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ରୁ ପ୍ରବଳ ମାତ୍ର ରେ ବର୍ଷା ହେବ ।

ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛନ୍ତି ସରକାର । ସବୁ ହିତାଧିକାରୀ ଙ୍କୁ ସେପ୍ଟେମ୍ବର ରେ ମିଳିବ ଏକ କାଳୀନ ୪ ମାସର ଭତା । ସେପ୍ଟେମ୍ବର ରୁ ଡିସେମ୍ବର ଯାଏଁ ଭତା ଏକ କାଳୀନ ଦେବାକୁ ନିଷ୍ପତି ହୋଇଛି । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ତେବେ ଦୈନନ୍ଦିନର ଖବର ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ, ସେୟାର କରନ୍ତୁ ଏବଂ କମ୍ମେନ୍ଟ କରନ୍ତୁ ।