ହେ ପ୍ରଭୁ ପୁଣି ୫ ଯାଏ ପ୍ରବଳ ବର୍ଷା, ଏହି ୧୨ ଜିଲ୍ଲା କୁ ରହିଛି ବିପଦ

ବର୍ତ୍ତମାନର ସବୁଠାରୁ ବଡ଼ ଖବର ଆଜି ଠାରୁ ହେବାକୁ ଯାଉଛି ପୁଣି ବର୍ଷା । ଏଥର ବର୍ଷା ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି । କିଛି କିଛି ଜିଲ୍ଲା ମାନଙ୍କୁ କାଲି ଠାରୁ ଆସନ୍ତା ୪, ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାନିଂ ଦିଆଯାଇଛି । ବଡ଼ ଚିନ୍ତାର ବିଷୟ ଏହା କି ପ୍ରବଳ ବର୍ଷା ପାଇଁ ଆମ ଓଡ଼ିଶା ରେ ଶତାଧିକ ଗାଆଁ ଜଳମଗ୍ନ ହୋଇଅଛି । ବର୍ଷା ଯଦି ୪ ରୁ ୫ ଦିନ ଲଗିରହିବ ତେବେ ବନ୍ୟା ର ବିପଦ ଆହୁରି ବଢିଯିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ଅପଡେଟ ଆସିଛି କି ଆସନ୍ତା କାଲିଠାରୁ ଓଡିଶାରେ ପୁଣି ବର୍ଷା ଆରମ୍ଭ ହେବାକୁ ଯାଉଛି ୪ ରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତ୍ତର ଓଡ଼ିଶା, ଉପକୂଳ ଓଡିଶା, ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଅଭ୍ୟନ୍ତରଣୀୟ ର ମାକ୍ସିମାମ ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା କାଲିଠାରୁ ୮ ରୁ ୯ ଜିଲ୍ଲା କୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାଣିଂ ଦିଆଯାଇଛି ବା ସତର୍କ ସୂଚନା ଜାରି କରାଯାଇଛି । ସବୁଠାରୁ ବଡ଼ କଥା ବର୍ଷା ସହିତ ବିଜୁଳି, ଘଡ଼ଘଡ଼ି, ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ସବୁଠାରୁ ଚିନ୍ତା ର ବିଷୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି, ମୁଣ୍ଡଳିରୁ ଯେତେବେଳେ ପାଣି ନିଷ୍କାସିତ କରାଗଲା ସେତେବେଳେ କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏହି ସବୁ ଜିଲ୍ଲା ମାନଙ୍କରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ରହିଛି ।

ବୈତରିନି, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ନଦୀ ପାଇଁ ଆମ ଭଦ୍ରକ, ଯାଜପୁର, ବାଲେଶ୍ଵର, କେନ୍ଦ୍ରାପଡ଼ା ଜିଲ୍ଲା ମାନଙ୍କରେ ବନ୍ୟା ବେହାଲ କରିଥିଲା । ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଶତାଧିକ ଗାଆଁ ଜଳମଗ୍ନ ହୋଇକି ରହିଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେ଼ଙ୍କାନାଳ, କୋରାପୁଟ, କନ୍ଧମାଳ, ମାଲକାନଗିରି, ରାଇଗଡ ଏବଂ ଗଜପତି ଏହି ୯ ଟି ଜିଲ୍ଲା କୁ ପ୍ରବଳ ବର୍ଷା ପାଇଁ ୟେଲୋ ୱନିଂ ଦିଆଯାଇଛି ।

ଓଡ଼ିଶାର ମାକ୍ସିମମ ଜିଲ୍ଲା ମାନଙ୍କରେ ସ୍ୱଳ୍ପ କୁ ମଧ୍ୟମ ଧରଣରେ ବିଜୁଳି ଘଡ଼ଘଡ଼ି ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବନ୍ୟା ପରିସ୍ଥିତି ରେ ବର୍ତମାନ ସୁଧାର ଆସୁଛି ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ । ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ ଓ ସୁରକ୍ଷିତ ମଧ୍ୟ ରୁହନ୍ତୁ ।

ଆପଣଙ୍କ ଜିଲ୍ଲା ରେ ପାଣିପାଗ କେମିତି ରହିଛି ଆମକୁ କମ୍ମେନ୍ଟ ରେ ଜଣାନ୍ତୁ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।